ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାସ୍ତା କଡରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଡାବୁଗାଁ, ୭/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ପଞ୍ଚାୟତ କାର୍ଯ୍ୟ|ଳୟ ପରିସରରେ ଥିବା ମିସନଶକ୍ତି ଗୃହ ପାଚେରିକୁ ଲାଗି ଥିବା ରାସ୍ତା କଡରୁ ରବିବାର ସକାଳ ସମୟରେ ଏକ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି | ସୂଚନାଯୋଗ୍ୟ:- ଶନିବାର ବିଳମ୍ବିର ରାତ୍ରିରେ ଡାବୁଗାଁ ବ୍ଲକ ଡଙ୍ଗରୀଗୁଡା ପଞ୍ଚାୟତ ର ଜୟନ୍ତୀନଗର ଗ୍ରାମର କୃଶ ହରିଜନ ଙ୍କ ପୁଅ ବିଷ୍ଣୁ ହରିଜନ (୨୮) କୌଣସି କାରଣରୁ ଘରୁ ବାହାରିଯାଇଥିଲେ | ରାତ୍ରି ରେ ଘରକୁ ଫେରିନଥିଲେ | ଆଜି ସକାଳେ ପଞ୍ଚାୟତ କାର୍ଯ୍ୟ|ଳୟ ପରିସରରେ ଥିବା ମିସନଶକ୍ତି ଗୃହ ପାଚେରିକୁ ଲାଗି ଥିବା ରାସ୍ତାରେ ଯାଉଥିବା ଲୋକେ ଦେଖିବା ପରେ ଗ୍ରାମରେ ଚହଳ ପଡିଥିଲା କି କୌଣସି ଯୁବକଙ୍କ ମୃତଦେହ ପଡିଛି | ଖବର ପ୍ରଚାର ପରେ ଗ୍ରାମର ବହୁ ଲୋକେ ସେଠାକୁ ଯାଇ ଯୁବକକୁ ଚିହ୍ନି ତାଙ୍କ ପରିବାର କୁ ଖବର ଦେଇଥିଲେ | ଖବର ପାଇ ପରିବାର ଲୋକେ ଘଟଣାସ୍ଥଳ କୁ ଯାଇ ମୃତ ଦେହ ଚିହ୍ନଟ କରିଥିଲେ | ପରେ ଏନେଇ ମୃତକର ମା ଯମୁନା ହରିଜନ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ, ସବଇନିସ୍ପେକ୍ଟର ଚନ୍ଦନ ସାହୁ, ଏଏସଆଇ ଶିଶିରକାନ୍ତ ଘୋଷ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ | ପରେ ପୋଲିସ ହତ୍ୟାସନ୍ଦେହ କରି ସାଇଣ୍ଟିଫିକ ଦଳ ସହ ସନ୍ଧାନୀ କୁକୁର କୁ ଡକାଇଥିଲେ | ସାଇଣ୍ଟିଫିକ ଦଳ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ | ତଦନ୍ତ ପରେ ପୋଲିସ ବିଷ୍ଣୁ ଙ୍କ ମୃତ ଦେହ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୯୪/୨୩ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅଜଣା ଗାଡି ଧକ୍କାରେ ପୁଲିସ ଏଏସଆଇ ଙ୍କ ମୃତ୍ୟୁ 

Sunil Chandra Nayak

ରଞ୍ଜୁ ଦଣ୍ଡସେନା ଙ୍କୁ ନ୍ୟାୟ ପାଇଁ ଉପ ଜିଲ୍ଲାପାଳ ଙ୍କୁ  କଲେଜ ଛାତ୍ରଛାତ୍ରୀ ଦେଲେ ଦାବୀପତ୍ର

ବନ ବିଭାଗର ଚଢାଉ ଅଟୋ ସହିତ ଲକ୍ଷାଧିକ ଟଙ୍କା ଶାଗୁଆନ ପଟା ଜବତ୍, ୨ ଗିରଫ

Sunil Chandra Nayak

Leave a Comment

error: Content is protected !!