ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶେଷହେଲା ଭାଇଚାରାର ପର୍ବ ଚନ୍ଦନ ଯାତ୍ରା 

କାମାକ୍ଷାନଗର (ମ ନି ସ)7/5/23 // ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ ଅନ୍ତର୍ଗତ କନ୍ଦରସିଂହା ଗ୍ରାମ ରେ ଗ୍ରାମର ଆରାଧ୍ଯ ଦେବତା ଶ୍ରୀ ଗୋପୀନାଥଜୀଉଙ୍କ ବାର୍ଷିକ ଚନ୍ଦନ ଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି| ଚନ୍ଦନ ପୂର୍ଣ୍ଣମୀ ଦିନ ଶୋଭାଯାତ୍ରା ମାଧ୍ୟମରେ ଶ୍ରୀ ଗୋପୀନାଥ ରାଧାକୁ ଧର ମନ୍ଦୀର ରୁ ବାହାରି ଗ୍ରାମ ପରିକ୍ରମା କରି ଭକ୍ତ ମାନଙ୍କୁ ଦର୍ଶନ ଦେବା ଉଦ୍ଧେଶ୍ୟରେ କଟରାପଡ଼ା ଦୋଳ ମଣ୍ଡପରେ ପହଞ୍ଚି ଥିଲେ।ଶୋଭାଯାତ୍ରା ବିଭିନ୍ନ ପ୍ରକାରର ବାଜା, ବାଣ,ଛତା, ଘଣ୍ଟ, ନଉଡି ବାଡି , ଭଜନ କୀର୍ତ୍ତନ ଓ ଶବର ଶବରୀ ନୃତ୍ୟ ଦର୍ଶକ ମାନଙ୍କ ମନମୋହି ଥିଲା।ଯୁବକ ମାନଙ୍କ ମନୋରଞ୍ଜନ ପାଇଁ ଡିଜେ ବାଜାର ଆୟୋଜନ କରାଯାଇଥିଲା। ଡିଜେ ବାଜାର ତାଳେତlଳେ ଝୁମିଥିଲେ ଅନେକ ଯୁବକ।ଏଥିରେ ବୃଦ୍ଧ ଓ ଛୋଟ ପିଲାମାନଙ୍କ ପାଦ ଅଟକାଇ ପାରି ନଥିଲେ। ୩ଦିନ ଧରି ଯାତ୍ରା ଶ୍ରୀ ବିଶ୍ଵ ଦରବାର ସମସ୍ତ ବର୍ଗର ବ୍ୟକ୍ତିଙ୍କ ମନୋରଞ୍ଜନ କରିଥିଲା ଲକ୍ଷାଧିକ ଲୋକ ଏ ଭାଈ ଚାରା ପର୍ବରେ ଯୋଗଦେଇ ଗୋପିନାଥଙ୍କୁ ଦର୍ଶନ କରିବା ସହ ବିଭିନ୍ନ ପ୍ରକାର ଖାଦ୍ୟ ଓ ଯାତ୍ରା ର ମଜା ନେଇ ଥିଲେ | ଶାନ୍ତି ଶୃଙ୍ଖଳା ପାଇଁ କମିଟି ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।ନିଶା ନିବାରଣ, ଦୋକାନ ବଜାର, ଗାଡିର ରହଣି ସ୍ଥଳ, ପୂଜା ଓ ରୋଷଣୀରେ କମିଟି ର ସଦସ୍ୟ ମାନେ ସମ୍ପୁର୍ଣ୍ଣ ଭାବେ ସହଯୋଗ କରିଥିବା କଥା ଗ୍ରାମ କମିଟି ସଭାପତି ଶ୍ରୀଯୁକ୍ତ ସଚିଦାନନ୍ଦ ବିଶ୍ଵାଳ ଜଣାଇଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ତେରେସିଂହା ରେ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

masiha

ଶ୍ରୀ ହନୁମାନ ଜିୟୁ ମନ୍ଦିର ଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

masiha

ତେରେସିଂହାରେ ନାଗ ଯାତ୍ରା ଅନୁଷ୍ଠିତ

masiha

Leave a Comment

error: Content is protected !!