ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଟିଘର ସାହିତ୍ୟ ଚର୍ଚ୍ଚା

କୁଜଙ୍ଗ :- ସାହିତ୍ୟ ଚର୍ଯ୍ୟା ସମାଜକୁ ବଞ୍ଚିବାର ଦିଗଦର୍ଶନ ଯୋଗାଇ ଆସୁଛି ! ସଂସ୍କୃତିର ଅପମିଶ୍ରଣ କୁ ରୋକିବାର ଏକମାତ୍ର ଉପାୟ ଭାଷା ସାହିତ୍ୟର ଆଲୋଚନା, ପର୍ଯ୍ୟାଲୋଚନା, ଓ ସମୀକ୍ଷା ! ଯାହା ମାଟିଘର ସାହିତ୍ୟ ସଂସଦ କରି ଆସୁଛି ! ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ତେରମାଣପୁର ନୃସିଂହ ମଠ ପରିସରରେ ମାଟିଘର ସାହିତ୍ୟ ସଂସଦ ଆନୁକୂଲ୍ୟରେ ମାସିକ ସାହିତ୍ୟ ଚର୍ଚ୍ଚା ଡକ୍ଟର ଖିରୋଦ ଓଝାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି !ସମ୍ପାଦକ ବିଷ୍ଣୁ ପ୍ରସାଦ ସେଠୀ ବିବରଣୀ ପାଠ କରିଥିବା ବେଳେ ସଂଗଠନ ସମ୍ପାଦକ ଟୁକନ ଚରଣ ସେଠୀ, ନିରୋଦ ଆଚାର୍ଯ୍ୟ, ଅଶୋକ ଲେଙ୍କା, ପ୍ରତିଭା ମିଶ୍ର, ସୁଚିତ୍ରା ମହାନ୍ତି, ଉତ୍ତମ ସାହୁ, ଗୋବିନ୍ଦ ଚନ୍ଦ୍ର ମଲ୍ଲିକ, ମଠାଧୀଶ ରମାକାନ୍ତ ଦାସ, ଅଧ୍ୟାପକ ଅଶୋକ କୁମାର ରାଉତ ପ୍ରମୁଖ ଅଂଶଗ୍ରହଣ କରି ସାହିତ୍ୟ ଆସରକୁ ଆଗେଇ ନେବାରେ ସହଯୋଗ କରିଥିଲେ !ତତ୍ପରେ ସ୍ୱରଚିତ କବିତା ପାଠ କରିବା ସହିତ ଆଗାମୀ ବାର୍ଷିକ ଉତ୍ସବ ସମ୍ବନ୍ଧରେ ଆଲୋକପାତ କରିଥଲେ !

କୁଜଙ୍ଗ ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ବେନଗାଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦବଙ୍ଗଗିରି, ବାକି ଥିବା ଭତ୍ତା ଟଙ୍କା କହିଲେ ବୃଦ୍ଧା ଙ୍କୁ ଦେଖାଉଛନ୍ତି ନାଲି ଆଖି

Sunil Chandra Nayak

ଡାକ ବିଭାଗର ମନମୁଖି କାର୍ଯ୍ୟ, ଆନ୍ଦୋଳନ ଓ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ଗ୍ରାମବାସୀ

Sunil Chandra Nayak

ବହୁବିଧ ଦାବି ନେଇ ବିରାଟ କଳାକାର ଶୋଭାଯାତ୍ରା

masiha

Leave a Comment

error: Content is protected !!