ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା: ୧୨ ଗୋଟି ରୂପାନ୍ତରିଣ ହାଇସ୍କୁଲ ଲୋକାର୍ପିତ

ନର୍ଲା:(ମନିସ) ସରକାରଙ୍କ ତରଫରୁ ବିଭିନ୍ନ ବିଦ୍ୟାଳୟକୁ ୫ଟି ଯୋଜନାରେ ସାମିଲ କରି ରୂପାନ୍ତରଣ କରାଯାଉଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକର ୧୨ ଗୋଟି ହାଇସ୍କୁଲ ଆଜି ଅପରାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲୋକାର୍ପଣ ହୋଇଯାଇଛି। ବ୍ଳକର ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ ଭୀମକେଲା ସହ ରୁପ୍ରା,ମାଣ୍ଡେଲ, ନର୍ଲାରୋଡ, ଘଣ୍ଟମାଳ,ନିଶାଣପୁର,ସରିଆଁ, ବାଗପୁର,ବାଲସିଙ୍ଗା,ବୁଦେଲଗୁମା, ସେରଗଡ,ଭାନପୁରର ବିଦ୍ୟାଳୟ ସମୂହ ୫ଟି ବିଦ୍ୟାଳୟ ଭାବେ ରୁପାନ୍ତରିତ ହୋଇଛି। ସ୍ଥାନୀୟ ସ୍ତରରେ ଶିକ୍ଷକ, ଶିକ୍ଷୟିତ୍ରୀ,ଆଲୁମିନି କମିଟି,ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ସ୍ଥାନୀୟ ଲୋକପ୍ରତିନିଧି ସହ ଜନସାଧାରଣ ଅଂଶଗ୍ରହଣ କରିଥିଲେ। ଏକ ସୁନ୍ଦର ବାତାବରଣ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କ ମାନଙ୍କୁ ଉନ୍ନତ ଅତ୍ୟାଧୁନିକ ସୁବିଧା ସହ ଶିକ୍ଷାଦାନ ପ୍ରକ୍ରିୟା ସଂପୂର୍ଣ୍ଣ କରାଯିବ ବୋଲି ଜଣେ ବରିଷ୍ଠ ଶିକ୍ଷକ ବିନୟ କିଶୋର ଦାଶ କହିଛନ୍ତି। ଯାହା ଫଳରେ ଛାତ୍ରଛାତ୍ରୀମାନେ ସମନ୍ୱିତ ବିକାଶରେ ସହାୟକ ହୋଇ ପାରିବେ ବୋଲି ଶିକ୍ଷାପ୍ରେମୀ ମଧ୍ୟ ଆଶାବାଦୀ ହୋଇଛନ୍ତି। ଏକ ସୁନ୍ଦର ପ୍ରାକୃତିକ ଉଦ୍ୟାନ ବିଦ୍ୟାଳୟମାନଙ୍କରେ ସୃଷ୍ଟି କରାଯାଇଛି। ଯାହା ଫଳରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହୋଇ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧିରେ ସହାୟକ ହେବ ବୋଲି ଶିକ୍ଷକ ସଂଜୟ କୁମାର ସେନାପତି ମତବ୍ୟକ୍ତ କରିଛନ୍ତି। ବିଦ୍ୟାଳୟରେ ଅତ୍ୟାଧୁନିକ ବିଜ୍ଞାନ ପରୀକ୍ଷାଗାର, ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ରୁମ, ସ୍ମାର୍ଟ ବୋର୍ଡ, ଆକର୍ଷଣୀୟ ବେଞ୍ଚ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ,ଉଭୟ ଛାତ୍ରଛାତ୍ରୀ ମାନଙ୍କ ସକାଶେ ସ୍ଵତନ୍ତ୍ର ସ୍ୱଚ୍ଛ ଶୈ।ଚାଳୟ, ସାଂସ୍କୃତିକ କାର୍ଯ୍ୟକଳାପର ବିକାଶ ଆଦି ହୋଇଛି। ଶିକ୍ଷାର ବିକାଶ ନିମନ୍ତେ ବିଦ୍ୟାଳୟ ଗୁଡ଼ିକର ଉନ୍ନତି କରଣକୁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ଥାନୀୟ ସ୍ତରରେ ପ୍ରଶଂସା କରାଯାଉଛି। ଛାତ୍ରଛାତ୍ରୀ ମାନେ ମଧ୍ୟ ନୂତନ ରୂପରଙ୍ଗରେ ବଧୂ ବେଶରେ ସଜ୍ଜିତ ସ୍କୁଲ ପ୍ରତି ଆକୃଷ୍ଟ ହୋଇ ଉତ୍ସାହିତ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ବନ୍ଧୁଗାଁ ଥାନା ଦ୍ୱାରା ଚଳାଚଳ କରୁଥିବା ଯାନବାହାନ ଯାଞ୍ଚ ନଅ ହଜାର ଆଦାୟ

Sunil Chandra Nayak

ଗ୍ରାମରେ ବୁଲି ଭୋଗ ଗ୍ରହଣ କରୁଛନ୍ତି ମାଁ ଠାକୁରାଣୀ 

masiha

ଜିଲା ସ୍ତରୀୟ ଅକ୍ଷୟ ତୃତୀୟା ପାଳିତ 

masiha

Leave a Comment

error: Content is protected !!