ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାମଦା ଥାନା !ତେନ୍ତୁଳି ଗଛରେ ଜଗିଥିଲା ଯମ । ଗଛରୁ ପଡି ଯୁବକ ମୃତ !

ମୟୂରଭଞ୍ଜ – ୯/୫ (ମସିହା) ମୟୂରଭଞ୍ଜ ଜିଲ୍ଲାର ଯାମଦା ଥାନା ଅନ୍ତର୍ଗତ ସାନକୁଲେଇବିରା ଗ୍ରାମର ଗରୀବ ଚାଷୀ ବାବୁଲୁ ଭୂମିଜ(୩୦) ଆଜି ସକାଳ ୯ ଟା ସମୟରେ ଘର ପାଖରେ ଥିବା ତେନ୍ତୁଳି ଗଛରେ ଚଢି ତେନ୍ତୁଳି ତୋଳୁଥିବା ସମୟରେ ଖସି ପଡ଼ିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ହସ୍ପିଟାଲକୁ ଅଣା ଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଆଜି ଥିଲା ଯାମଦା ବ୍ଳକର ହରିଲାବେଡା ସାପ୍ତାହିକ ହାଟ । ତେଣୁ ଗରିବ ଵାଵୁଲୁ ସାପ୍ତାହିକ ହାଟରେ ତେନ୍ତୁଳି ବିକ୍ରି କରି ଘରର ସଉଦା ପତ୍ର କିଣିବ ବୋଲି ଘର ଲୋକଙ୍କୁ କହିଥିଲା । କିନ୍ତୁ ସତେ ଯେମିତି ତେନ୍ତୁଳି ଗଛରେ ଯମ ଲୁଚିକରି ଥିଲା ।ଅକାଳରେ ବାବୁଲୁ ଆର ପାରିକୁ ନେଇଗଲା।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ଏକ ପେଡ ମାଁ କେ ନାମ” ୨.୦

Sunil Chandra Nayak

କଳାକେନ୍ଦ୍ରର ହୀରକ ଜୟନ୍ତୀ ନିମନ୍ତେ ପ୍ରସ୍ତୁତି ବୈଠକ

masiha

ଆଜି ଦ୍ଵିତୀୟ ଦିନରେ ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ମାନେ ସମୂହ ଛୁଟିରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନବରଙ୍ଗପୁର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମରକୋଟ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା  

Leave a Comment

error: Content is protected !!