ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଲା – ଉଦ୍ଧାର ହୋଇ ଚିକିତ୍ସିତ କଲରାପତରିଆ ବାଘ ର ଆଜି ବିଳମ୍ବିତ ରାତ୍ରିରେ ମୃତ୍ୟୁ, ଆଠ ଜଣିଆ ପ୍ରତିନିଧି ଦଳ ସମ୍ମୁଖରେ ଶବ ବ୍ୟବଚ୍ଛେଦ

ନୂଆପଡା // ନୂଆପଡା ସଦର ରେଞ୍ଜ କାର୍ଯ୍ୟାଳୟ ଠାରେ ଉଦ୍ଧାର ହୋଇ ଚିକିତ୍ସିତ କଲରାପତରିଆ ବାଘ ର ଆଜି ବିଳମ୍ବିତ ରାତ୍ରିରେ ମୃତ୍ୟୁହୋଇଥିବା ବେଳେ ଆଠ ଜଣିଆ ପ୍ରତିନିଧି ଦଳ ସମ୍ମୁଖରେ ଶବ ବ୍ୟବଚ୍ଛେଦ ହେବ ବୋଲି ଏସିଏଫ ମହମ୍ମଦ ମୁସ୍ଥଫା ସଲିହା ପ୍ରକାଶ କରିଛନ୍ତି। ଧରମବନ୍ଦା ସେକ୍ସନ ସିଲିଆରୀବାହାରା ଗାଁ ରୁ ଗତ ୧୬ ତାରିଖ ଦିନ ଅସୁସ୍ଥ ଅବସ୍ଥା ରେ କଲରାପତରିଆ ବାଘ କୁ କାବୁ କରି ନୂଆପଡା ରେଜଂ ଅଫିସ ରେ ଚିକିତ୍ସା ଜାରି ରହିଥିଲା। ଓୟୁଏଟି ରୁ ଦୁଇଜଣିଆ ଦଳ ପହଞ୍ଚି ବାଘର ସ୍ଵାସ୍ଥ୍ୟବସ୍ଥା ରେ ଉନ୍ନତି ହେବା ପରିବର୍ତେ ବାଘର ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରେ ଲାଗିଛି ଫଳରେ ବାଘ କୁ ଉନ୍ନତମାନର ଚିକିତ୍ସା ପାଇଁ ଆହ୍ବାନ କରିଥିଲେ। ବନ୍ୟପ୍ରାଣୀ ଚିକିସ୍ସା କେନ୍ଦ୍ର ର ସଂଯୋଜକ ଇନ୍ଦ୍ରମଣି ନାଥ ଏବଂ ରିସର୍ଚ୍ଚ କୋଲାର୍ ସୈାରଭ ସଠୁଆ କଲରାପତରିଆ ବାଘ କୁ ବାବେସିଆ ରୋଗ ହୋଇଥିବା ଅନୁମାନ କରିଥିଲେ। ବାଘ କୁ ଉଦ୍ଧାର ର ୨୪ ଦିନରେ ବିଳମ୍ବିତ ରାତ୍ରିରେ ମୃତ୍ୟୁ ହୋଇଥିବା ବିଭାଗ ପକ୍ଷରୁ ପ୍ରକାଶ କରିଛନ୍ତି। ବର୍ତ୍ତମାନ ୮ ଜଣିଆ ପ୍ରତିନିଧି ଦଳ ସମ୍ମୁଖରେ ବାଘର ଶବ ବ୍ୟବଚ୍ଛେଦ ହେବା ପରେ ସୁରକ୍ଷା ବଳୟ ମଧ୍ୟରେ ବାଘକୁ ପୋତିଦିଆ ଯାଇଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଷ୍ଟ୍ରୀୟ ସେଙ୍ଗେଲ ଅଭିଯାନ ସଭାପତି ସାଲଖାନ ମୁର୍ମୁଙ୍କ ବିରୋଧରେ ଓଡ଼ିଶା କୁଡୁମି ସମାଜ ପକ୍ଷରୁ ରାଇରଙ୍ଗପୁର ଟାଉନ ଥାନାରେ ଏତଲା

masiha

ଧୂମଧାମରେ ଚାଲିଛି ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା : ଆସନ୍ତା ଜୁନ ୧ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଛତ୍ରପୁର ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମ୍ପଦ ମେଳା

ଅଦିନିଆ ବର୍ଷା ସାଙ୍ଗକୁ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି

Sunil Chandra Nayak

Leave a Comment

error: Content is protected !!