ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଗପୁର ଉଚ୍ଚ ବିଦ୍ୟାଳୟ ୫ଟି ରେ ଅନ୍ତର୍ଭୁକ୍ତ ଓ ଲୋକାର୍ପିତ

ନର୍ଲା (ମନିସ)କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକରେ ୧୨ଟି ବିଦ୍ୟାଳୟ ରୂପାନ୍ତରିତ କରାଯାଇ ଲୋକାର୍ପିତ ହୋଇଯାଇଛି। ଏହି କ୍ରମରେ ନର୍ଲାବ୍ଳକ୍ ବାଗପୁର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ ତୃତୀୟ ପର୍ଯ୍ୟାୟ ରେ ୫ଟି ବିଦ୍ୟାଳୟ ଭାବରେ ରୂପାନ୍ତରିତ କରାଯାଇଥିବା ବେଳେ ଇ- କନଫରେନ୍ସ ଜରିଆରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଲରେ ଲୋକାର୍ପିତ ହୋଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ କୁମାର ମହାନ୍ତିଙ୍କ ତତ୍ଵାବଧାନରେ ଅତିଥି ଭାବରେ ବାଗପୁର ସରପଞ୍ଚ ଗୋପାଳ ହାତୀ, ପୂର୍ବତନ ସରପଞ୍ଚ ବରୁଣ ନାଏକ, ସ୍କୁଲ କମିଟି ସଭାପତି , ସଭ୍ୟ ସଭ୍ୟା, ଶିକ୍ଷକ ମଧ୍ୟରେ ସଚ୍ଚିଦାନନ୍ଦ ପାତ୍ର, ଅନାମ ଜେନା, ଥବିର ଚନ୍ଦ୍ର ବାଗ, ଧର୍ମୁରାଜ ବାଗ, ଜିତେନ୍ଦ୍ର କୁମାର ହାତୀ, ରଞ୍ଜିତ ପ୍ରଧାନ ଓ କର୍ମଚାରି କ୍ଷମାସାଗର ପାଢ଼ୀ, ମହନ ସାହୁ, ଧବଲେ ପୋଢ଼,ଛାତ୍ର ଛାତ୍ରୀ ,ଆଲୁମିନା ସଦସ୍ୟ ଚୈତନ୍ୟ ନାଏକ, ବାବୁଲାଲ ବାଗ, ଡାକଋଷି କରୁଆଁ, ଗଣେଶ ଭୋଇ, ତପନ କୁମାର ସାହୁ, ପୁରାତନ ଛାତ୍ର ଛାତ୍ରୀ, ଅଭିଭାବକ,ସ୍ଥାନୀୟ ଜନ ପ୍ରତିନିଧି,ସାମ୍ବାଦିକ, ଜନସାଧାରଣ, ଗ୍ରାମର ଶତାଧିକ ଲୋକ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ସ୍ମାର୍ଟ ବୋର୍ଡ ମାଧ୍ୟମରେ ଦେଖିବା ସହ ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟକ୍ରମର ପ୍ରଶଂସା କରିଥଲେ। ବିଦ୍ୟାଳୟ ରୂପାନ୍ତରିତ କରାଯିବା ପରେ ଏକ ସୁନ୍ଦର ପ୍ରାକୃତିକ ଉଦ୍ୟାନ ସୃଷ୍ଠି କରିବା ବିଦ୍ୟାଳୟ ଅତ୍ୟାଧୁନିକ ବିଜ୍ଞାନ ପରୀକ୍ଷା ଗାର, ସ୍ମାର୍ଟ କ୍ଲାସ ରୁମ୍, ଇ ଲାଇବ୍ରେରୀ, ସ୍ମାର୍ଟ ବୋର୍ଡ, ଆକର୍ଷଣୀୟ ବେଞ୍ଚ, ବିଶୁଦ୍ଧ ପାନୀୟ ଜଳଯୋଗାଣ କରି ଉଭୟ ଛାତ୍ର ଛାତ୍ରୀଙ୍କ ପାଇଁ ସ୍ଵତ୍ତନ୍ତ୍ର ସ୍ୱଚ୍ଛ ଶୌଚାଳୟ , ସଂ।ସ୍କୃତିକ କାର୍ଯ୍ୟକ୍ରମ ବିକାଶ ଆଦି କରିବା ଓ ବିଦ୍ୟାଳୟ ଗୁଡ଼ିକ ସୁନ୍ଦର ଭାବରେ ଉନ୍ନତି କରଣ କରାଯାଇଛି। ଫଳରେ ଛାତ୍ର ଛାତ୍ରୀ ମାନଙ୍କୁ ଏକ ସୁନ୍ଦର ବାତାବରଣ ମଧ୍ୟରେ ଅତ୍ୟାଧୁନିକ ସୁବିଧା ସହ ଶିକ୍ଷା ଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବା ର ପ୍ରୟାସ ଓ ସମନ୍ୱିତବିକାଶର ସହାୟକ ହୋଇ ପାରିବ ବୋଲି ଛାତ୍ର ଛାତ୍ରୀଙ୍କ ଠାରେ ଉତ୍ସାହ ପରିଲକ୍ଷିତ ହେଉଛି ।ରାଜ୍ୟ ସରକାରଙ୍କ ଏ ଭଳି ପଦକ୍ଷେପ କୁ ସ୍ଥାନୀୟ ମହଲରେ ପ୍ରଶଂସା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଦୀପକ କୁମାର ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନରେ ସ୍ୱାସ୍ଥ୍ୟ ଶିବିର ଓ ରକ୍ତ ଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଇଣ୍ଡିଆନ ଡେଟୋନେଟର୍ସ ମଜଦୂର ସଭା ପକ୍ଷରୁ ଶ୍ରମିକ ଦିବସ ପାଳନ

ମେରୁ ଉପଲକ୍ଷେ ଦଣ୍ଡ ନୃତ୍ୟ

Sunil Chandra Nayak

Leave a Comment

error: Content is protected !!