ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ 

ଢେଙ୍କାନାଳ, ତା, ୦୯,୦୫.୨୦୨୩ // ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । 

ବୈଠକରେ ମାନ୍ୟବର ଇସ୍ପାତ, ଖଣି ଓ ପୂର୍ବ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ, ଜିଲ୍ଲାର ସମସ୍ତ ନଦୀନାଳରେ ଥିବା ପ୍ରକୃତ ଦୁର୍ବଳ ବନ୍ଧକୁ ଚିହ୍ନଟ କରି ଏହାର ମରାମତି ଏବଂ ଜଳ ନିଷ୍କାସନକୁ ଅବରୋଧ କରୁଥିବା ଅଳିଆ ଆବର୍ଜନା ଓ ବୃକ୍ଷଲତାକୁ ସଫା ନିମନ୍ତେ ବିହିତ ବ୍ୟବସ୍ଥା କରିବାକୁ ଗୁରୁତ୍ବାରୋପ କରିଛନ୍ତି । ଯେପରି କାହାରି ଧନଜୀବନ ହାନି ନ ଘଟେ ସେଥ୍ପ୍ରତି ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖୁ ନଈକୁଳିଆ ଓ ଖାଲୁଆ ଅଞ୍ଚଳରେ ଯନ୍ତ୍ର ଚାଳିତ ବୋଟ ଓ ଡଙ୍ଗା ମୁତୟନର ବ୍ୟବସ୍ଥା କରି ଆବଶ୍ୟକ ହେଲେ ଲୋକମାନଙ୍କୁ ଉଦ୍ଧାର କରିବାର ବ୍ୟବସ୍ଥା କରିବାକୁ ମାନ୍ୟବର ବିଧାୟକ ଡକ୍ଟର ନୃସିଂହ ଚରଣ ସାହୁ ପରାମର୍ଶ ଦେଇଛନ୍ତି । 

ସମ୍ଭାବ୍ୟ ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖୁ, ଜିଲ୍ଲାର ସମସ୍ତ ବହୁମୂଖୀ ଆଶ୍ରୟ ସ୍ଥଳ, ପ୍ରମୁଖ ବିଦ୍ୟାଳୟଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଆଶ୍ରୟ ସ୍ଥଳୀରେ ଆବଶ୍ୟକ ଶୁଖୁଲା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଔଷଧ, ଜେନେରେଟର ଆଦିର ବ୍ୟବସ୍ଥା କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି । ଆବଶ୍ୟକ ସତର୍କ ସୂଚନା ପ୍ରଦାନ ନିମନ୍ତେ ସମସ୍ତ ବ୍ଲକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବ । ଗର୍ଭବତୀ ମହିଳା, ଶିଶୁ, ବୃଦ୍ଧ, ବୃଦ୍ଧାଙ୍କୁ ପୂର୍ବରୁ ଚିହ୍ନଟ କରି ଆବଶ୍ୟକ ହେଲେ ସେମାନଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସେ ପ୍ରକାଶ କରିଥିଲେ | 

ବୃକ୍ଷ ଭାଙ୍ଗି ରାସ୍ତା ଅବରୋଧ ହେଲେ ଓଡ୍ରାଫ୍ ଟିମର ସହଯୋଗରେ ଯଥା ଶୀଘ୍ର ରାସ୍ତା ସଫାର ବ୍ୟବସ୍ଥା, ଆମ୍ବୁଲାନ୍‌ ଏବଂ ଆବଶ୍ୟକ ଔଷଧ ସହିତ ଡାକ୍ତରୀଦଳ ବ୍ୟବସ୍ଥା, ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେଲେ କିପରି ତୁରନ୍ତ ମରାମତି କରି ବିଦ୍ୟୁତ ଯୋଗାଣକୁ ସ୍ଵାଭାବିକ କରିବା, ଯନ୍ତ୍ରଚାଳିତ ବୋଟ ମୁତୟନ, ପାଣିପାଗ ସମ୍ପର୍କିତ ରିପୋର୍ଟ ପ୍ରଦାନ, ଗୃହପାଳିତ ପଶୁପକ୍ଷୀଙ୍କ ସୁରକ୍ଷା, ଅସ୍ଥାୟୀ ଯୋଗାଯୋଗ ବ୍ୟବସ୍ଥା, ବୃଷ୍ଟିପାତ ପରିମାଣ ରେକର୍ଡ କରିବା, ପୌରାଞ୍ଚଳରେ ନାଳ ନର୍ଦମା ସଫା ଆଦି ପ୍ରସ୍ତୁତି ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଆଲୋଚନା କରି ଅବଗତ କରାଇଥିଲେ । 

ଏହି ପ୍ରସ୍ତୁତି ବୈଠକରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର (ରାଜସ୍ଵ), ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ଦାଶ, ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ, କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ୱାଇଁ, ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ, ଓସଡମାର ଡି.ଆର.ଆର. କନ୍ସଲଟାଣ୍ଟ ଶ୍ରୀମତୀ ସଙ୍ଗୀତା ଦାଶ ଏବଂ ମାନ୍ୟବର ସାଂସଦ ଢେଙ୍କାନାଳଙ୍କ ପ୍ରତିନିଧି, ମାନ୍ୟବର ବିଧାୟକ, ଢେଙ୍କାନାଳ ଏବଂ ହିନ୍ଦୋଳଙ୍କ ପ୍ରତିନିଧି, ମାନ୍ୟବର ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ସମସ୍ତ ବିଡିଓ, ତହସିଲଦାରମାନେ ଯୋଗ ଦେଇଥିଲେ । ଆପାତକାଳୀନ ଅଧିକାରୀ ଲୋପାମୁଦ୍ରା ରଥ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ଶେଷରେ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ବିନା ସୂଚନା ଫଳକ ରେ ମେସିନ ରେ ମନେରଗା କାମ ପ୍ରଶାସନର ପଡୁନି ଦୃଷ୍ଟି   

masiha

ରାଜ୍ୟସ୍ତରୀୟ ବଡି ବିଲଡିଂ ପ୍ରତିଯୋଗିତା ଆସନ୍ତା ୨୭ରେ

masiha

ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ବିଶ୍ଵ ବରିଷ୍ଠ ନାଗରିକ ଦିବସ 

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort