ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କୋଇଲାରି ମା ଲହଜାଲ ଲଙ୍ଗୁର ଠାକୁରାଣୀ ଯାତ୍ରା ସମ୍ପନ୍ନ 

ନବରଙ୍ଗପୁର–(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ କୋଇଲାରି ଗ୍ରାମ ପଞ୍ଚାୟତ ସଦର ମହକୁମା ରେ ଆଜି ମହା ସମାରୋହରେ ମା ଲହଜାଲ ଲଙ୍ଗୁର ଠାକୁରାଣୀ ଯାତ୍ରା ସମ୍ପନ୍ନ ହୋଇଯାଇଛି l ଏହି ଅବସରରେ ଆଖ ପାଖ ଦେବା ଦେବୀଙ୍କ ପ୍ରତୀକ ଲାଠି କୁରୁଚି ଗ୍ରାମ ପରିକ୍ରମା କରି ମା ଲହଜାଲ ଲଙ୍ଗୁର ଠାକୁରାଣୀ ମନ୍ଦିର ନିକଟରେ ପହଞ୍ଚି ଚଇନୂ ପୂଜାରୀ ଓ ଇଶ୍ୱର ମାଝୀ ଙ୍କ ଦ୍ଵାରା ପୂଜାର୍ଚନା କରାଯାଇଥିଲା । ପୂଜାରୀ, ଶିରା ମାନେ ଉପସ୍ଥିତ ରହି ପୂଜାକାର୍ଯ୍ୟ ସମାପନ କରି ଥିବା ବେଳେ ଉକ୍ତ ଯାତ୍ରାରେ ବହୁ ଉଠା ଦୋକାନୀ ମାନଙ୍କ ଭିଡ ସାଙ୍ଗକୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା l ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ରାତ୍ରୀରେ ମନୋରଞ୍ଜନ ନିମନ୍ତେ ମାଲାକାନଗିରି ଜିଲ୍ଲାରୁ ଭାଲୁଭଟ୍ଟା ଗ୍ରାମର ନାଟକ ପ୍ରଦର୍ଶନ କରାଯିବ l ଉକ୍ତ ଯାତ୍ରାର କମିଟି ବୃନ୍ଦ ଙ୍କ ମଧ୍ୟରେ ବଦର ଭତ୍ରା,ମନସିଂ ଭତ୍ରା, ପରମୁ ପୂଜାରୀ, ଭୈରବ ସିଂ ମାଝୀ, ଦାମୋଦର ମାଝୀ, ସାଧୁ ପନକl,ପରମା ମାଝୀ,ପଦ୍ମନ ମାଝୀ,ବିଜୟ ଭତ୍ରା,ରାମୁ ବଞ୍ଜରା, କମଳ ଲୋଚନ ପୂଜାରୀ,ଧନୀରାମ ଭତ୍ରା ପ୍ରମୁଖ ଗ୍ରାମର ଅନ୍ୟ ଭଦ୍ର ବ୍ୟକ୍ତି ଙ୍କ ସହଯୋଗ ରେ ସରସ ସୁନ୍ଦର ହୋଇ ପାରି ଥିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାୟଗଡ ସହରର ସାଇପ୍ରିୟା ନଗର ବାସୀନ୍ଦା ଙ୍କ ନେତୃତ୍ବରେ ମାଁ ମଝିଘରୀଆଣୀଙ୍କ ଘଟଯାତ୍ରା

‘ ମା’ ଆସୁଛନ୍ତି ‘ ୬୫ ବର୍ଷରେ ପଦାର୍ପଣ କଲା ବାଦାମ ପାହାଡ଼ ଷ୍ଟେସନ ବଜାର ଦୁର୍ଗାପୂଜା: ପଶ୍ଚିମବଙ୍ଗର କାରିଗରୀ କଳା ରେ ଏଥର ଝଲସିବେ ମାଁ :

Sunil Chandra Nayak

ଭୋଗରାଇ ମା’ ବାସୁଳି ପୀଠରେ ୧୦ ହଜାର ଦୀପ ପ୍ରଜ୍ଜ୍ୱଳନ 

masiha

Leave a Comment

error: Content is protected !!