ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ମିଲେଟ ମିଶନର ଦୁଇ ଦିବସୀୟ କର୍ମଶାଳା

   ମୟୂରଭଞ୍ଜ- ୯/୫ (ମସିହା) ମାଣ୍ଡିଆ ଏକ କ୍ଷୁଦ୍ର ଶସ୍ୟ । ଏଥିରେ ଭରପୁର କ୍ୟାଲସିୟମ ଏବଂ ଭିଟାମିନ ଅଛି ।ଅଳ୍ପ ଜଳରେ ମଧ୍ୟ ମାଣ୍ଡିଆ ଚାଷ ହୋଇ ପାରିବ ।ମଧୁମେହ ରୋଗୀ,ଛୋଟ ଶିଶୁ,ରୋଗୀ, ପ୍ରସୂତି ମହିଳା,ବୟସ୍କ ଲୋକଙ୍କର ଏହା ଏକ ଅମୂଲ୍ୟ ଖାଦ୍ୟ ।ଏଥିରୁ ପ୍ରସ୍ତୁତ ଖାଦ୍ୟ ଅତି ସ୍ବାଦିଷ୍ଟ ।ଏହାର ପ୍ରଚାର ଓ‌ ପ୍ରସାର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି ।ଚଳିତ ବର୍ଷ ମିଲେଟ ବର୍ଷ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।   ମଙ୍ଗଳବାର ଦିନ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକର ଆତ୍ମା ଘରେ ଦିବାକର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ମିଲେଟ ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ମୁଖ୍ୟ ଅତିଥି ଭାବରେ ବିଶୋଇ ବ୍ଲକ ଅଧ୍ୟକ୍ଷା ତୁଳସୀ ସିକ୍ରି ହାଁସଦା ଯୋଗ ଦେଇଥିବା ବେଳେ, କ୍ଷେତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡାଇରେକ୍ଟର ରୂପେସ କୁମାର ମହାନ୍ତ, ସିଡିପିଓ,ବ୍ଳକ କୃଷି ଅଧିକାରୀ ମଳୟ ପରିଜା,କୃଷି ଅଧିକାରୀ କମଳା କାନ୍ତ ଓଝା, ceo bfpcl ଅଭିଷେକ ପାଣି, ଦିବ୍ୟଜ୍ୟୋତି ଦାସବାବୁ, ସମସ୍ତେ ଯୋଗଦେଇ ମାଣ୍ଡିଆ ଉପକାରିତା ଓ କିପରି ଅଧିକରୁ ଅଧିକ ଚାଷୀ ଉତ୍ସାହିତ ହୋଇ ଉତ୍ପାଦନକୁ ବୃଦ୍ଧି କରିବା ସହିତ,ମାଗଣାରେ ବିହନ,ସାର,କୀଟ ନାଶକ ଔଷଧ , ଏହାର ଚାଷ ପ୍ରଣାଳୀ ଉପରେ ଆଲୋକପାତ କରିବା, ସରକାର ଙ୍କ ତରଫରୁ ଏକର ପିଛା ପ୍ରୋତ୍ସାହନ ରାଶି ଏବଂ ସରକାରଙ୍କ ତରଫରୁ ମାଣ୍ଡିଆ ମଣ୍ଡି ଖୋଲିବା ଉପରେ ଉପସ୍ଥିତ ଥିବା ଚାଷୀ ଏବଂ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କୁ ପ୍ରାଞ୍ଜଳ ଭାବରେ ଅବଗତ କରାଇଥିଲେ । ମହିଳା ଚାଷୀଙ୍କ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି ମହିଳାମାନେ ମାଣ୍ଡିଆ ଚାଷ କରି ଲାଭ ପାଆନ୍ତୁ ଏବଂ ଆତ୍ମ ନିର୍ଭରଶୀଳ ହୁଅନ୍ତୁ ବୋଲି ଅତିଥିଗଣ କହିଥିଲେ। ମାଣ୍ଡିଆ ଉତ୍ପାଦନ କରି ବିଶୋଇ ବ୍ଲକ ସହିତ ରାଜ୍ୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରାଇଥିବା ଝାନସିରାଣି ସ୍ବୟଂ ସହାୟିକା ଗୋଷ୍ଠୀ ,ମାରାଙ୍ଗବୁରୁ ସ୍ବୟଂ ସହାୟିକା ଗୋଷ୍ଠୀ, ମାଁ ସାରଳା, ସ୍ଵୟଂ ସହାୟିକା ଗୋଷ୍ଠୀ ର ସଦସ୍ଯାବୃନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବରିଡା ପଞ୍ଚାୟତରେ ବିକାଶର ନୂଆ ଅଧ୍ୟାୟ : ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କଲେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ

Sunil Chandra Nayak

ଶାରଦୀୟ ଦୁର୍ଗାପୂଜା ଅଭିନନ୍ଦନ ଓ ଶୁଭେଚ୍ଛା

masiha

ଡକ୍ଟର ପବନ କୁମାର ଅଗ୍ରୱାଲ ମାଆ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ନୂଆ କୁଳପତି

Sunil Chandra Nayak

Leave a Comment

error: Content is protected !!