ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେବା ସମ୍ମାନରେ ସମ୍ମାନିତ ହେଲେ ସୁମିତ୍ରା ସାହୁ 

କାମାକ୍ଷାନଗର -(ମନିସ )10/5/23 // ଢେଙ୍କାନାଳ ଜିଲ୍ଲାର ସୁନା ଝିଅ ସାମାଜିକ କର୍ମୀ ସୁମିତ୍ରା ସାହୁ ସମାଜ ସେବା କାର୍ଯ୍ୟରେ ଆଜିକୁ ଛଅ ବର୍ଷ ହେଲା ନିଜକୁ ନିୟୋଜିତ କରିଛନ୍ତି। ଅସୁବିଧାରେ ଥିବା ବ୍ୟକ୍ତିଙ୍କୁ ସାହାଯ୍ୟର ହାତ ବଢ଼ାଇ ମାନବିକତାର ପରିଚୟ ଦିଅନ୍ତି ସେ କାହା ଦୁଃଖ ଦେଖିଲେ ସହି ପାରନ୍ତି ନାହିଁ ନିଜ ସାମର୍ଥ୍ୟ ଅନୁସାରେ ସହଯୋଗର ହାତ ବଢ଼ାଇ ଦିଅନ୍ତି।ତାଙ୍କର ଏହି ମହାନତା ସେବାକୁ ଓ ପରଉପକାର ସୁନ୍ଦର ଭାବନାକୁ ସମ୍ମାନ ଜଣାଇ ଗୋଡ ଇଜ ୱାନ ଚାରିଟେବୁଲ ଟ୍ରଷ୍ଟର ଦ୍ୱିତୀୟ ବାର୍ଷିକ ଉତ୍ସବ କଟକ ସ୍ଥିତ ଟାଉନ ହଲରେ ପାଳିତ ହୋଇ ଯାଇଛି। ଏହି ଶୁଭ ଉତ୍ସବରେ ସୁଶ୍ରୀ ସୁମିତ୍ରା ସାହୁଙ୍କୁ ସେବା ସମ୍ମାନରେ ସମ୍ମାନିତ କରିଛନ୍ତି ଉତ୍ତରୀୟ,ମାନପତ୍ର ପ୍ରଦାନ କରି ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଇଞ୍ଜିନିୟର ପ୍ରଦୀପ କୁମାର ବେହେରା ସମ୍ମାନିତ ଅତିଥି ଭାବେ କର୍ପୋରେଟର ଶ୍ରୀଯୁକ୍ତ ଗଗନ ଓଝା ଅନୁଷ୍ଠାନର ସଭାପତି ଶିବ ଶଙ୍କର ମହାରଣା ସମ୍ପାଦକ କୁନି ବେହେରା ଉପଦେଷ୍ଟା ଶିଶିର ରଥ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସାଗର ମହାରଣା ଉତ୍ସବରେ ଯୋଗ ଦେଇ ଉପସ୍ଥିତ ଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଲାଞ୍ଜିଗଡ଼ ବ୍ଲକର ଘାଟି ଅଞ୍ଚଳରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ଦାବି : ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଲାଞ୍ଜିଗଡ଼ ବିଧାୟକ 

Sunil Chandra Nayak

ମଣ୍ଡେଇ ସ୍ମରଣିକା ଓ କବିତା ପାଠୋତ୍ସବ କମିଟି ବୈଠକ

masiha

ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ,ପ୍ରାୟ ୧କୋଟି ୬୦ଲକ୍ଷ ଟଙ୍କା ସହାୟତା ରାଶି ନିର୍ମାଣ ଶ୍ରମିକଙ୍କୁ ପ୍ରଦାନ

masiha

Leave a Comment

error: Content is protected !!