ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୃତ ଅଙ୍ଗନବାଡିଙ୍କ ଭଉଣୀଙ୍କୁ ନିଯୁକ୍ତି ଦାବିରେ ହିର୍ଲି ଅଙ୍ଗନବାଡି କେନ୍ଦ୍ରରେ ତାଲା

ମୃତ ଅଙ୍ଗନବାଡିଙ୍କ ଭଉଣୀଙ୍କୁ ନିଯୁକ୍ତି ଦାବିରେ ହିର୍ଲି ଅଙ୍ଗନବାଡି କେନ୍ଦ୍ରରେ ତାଲା

ପାପଡାହାଣ୍ଡି,2/10, ମନିସ :- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଞ୍ଚାୟତ ଅନ୍ତର୍ଗତ ହିର୍ଲି ଖ ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତି ନେଇ ଗ୍ରାମରେ ଅସନ୍ତୋଷ ଦେଖାଦେଇଛି | ଗୋଟିଏ ଗୋଷ୍ଠୀ ପୁର୍ବରୁ ଥିବା ମୃତ ଅଙ୍ଗନବାଡି କର୍ମୀର ଭଉଣୀଙ୍କୁ ନିଯୁକ୍ତି ଦାବି କରୁଥିବା ବେଳେ ଅନ୍ୟ ଜଣେ ଆଦିବାସୀ ମହିଳା ନିଯୁକ୍ତି ଦୌଡ଼ରେ ଅଛନ୍ତି | ତେବେ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମବାସୀ ମୃତ ଅଙ୍ଗନବାଡି କର୍ମୀ ପୂର୍ଣ୍ଣିଙ୍କ ସାନ ଭଉଣୀ ଭଗବତୀ ହରିଜନଙ୍କୁ ନିଯୁକ୍ତି ଦାବିରେ ଅଙ୍ଗନବାଡି କେନ୍ଦ୍ରରେ ସୋମବାର ତାଲା ଠୁଙ୍କିଛନ୍ତି । ଯ ଦ୍ୱାରା ହରିଜନ ସାହିର ବହୁ କୁନି ପିଲା ଖାଦ୍ୟ ଖାଇବାରୁ ବଞ୍ଚିତ ହୋଇଛନ୍ତି | ସୂଚନା ପ୍ରକାରେ ଗତ ଜୁଲାଇ ୩୦ ତାରିଖରେ ହିର୍ଲି ଗ୍ରାମର ଅଙ୍ଗନବାଡି ଖ କର୍ମୀ ପୁର୍ଣି ହରିଜନଙ୍କ ହୃଦ ଘାତରେ ମୃତ୍ୟୁ ହୋଇଥିଲା ।ଏହାପରେ ଅଙ୍ଗନବାଡି କର୍ମୀଙ୍କ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ଅଙ୍ଗନବାଡି କର୍ମୀ ପାଇଁ ଦୁଇ ଜଣ ଭଗବତୀ ହରିଜନ ଓ ଯଶଦା ମାଝୀ ପାଇବାକୁ ହକଦାର ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଶନିବାର ପୁର୍ଣି ଙ୍କ କେନ୍ଦ୍ରରେ ରଖିଥିବା ଜିନିଷପତ୍ର କୁ ବାହାରେ କାଡିବା ଦ୍ୱାରା ଉତେଜନା ଦେଖା ଦେଇଥିଲା | ଭଗବତୀଙ୍କ ସହଯୋଗୀ ତଥା ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏହାକୁ ବିରୋଧ କରିବା ସହ ପୁର୍ବ ରୁ ଭାଗବତୀଙ୍କୁ ନିଯୁକ୍ତି ଦେବା ଲାଗି ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିବା କହିଥିଲେ | ଶିକ୍ଷିତା ଓ ଅସହାୟ ମହିଳାଙ୍କୁ କାହିଁକି ନିଯୁକ୍ତି ଦିଆ ନ ଯିବ ସେ ନେଇ ଅଙ୍ଗନବାଡି କେନ୍ଦ୍ରରେ ତାଲା ଠୁଙ୍କିଥିଲେ । ପୁର୍ଣିଙ୍କ ଭଉଣୀ ଙ୍କୁ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି ଦେବା ସକାଶେ ମହିଳା ମାନେ ସିଡିପିଓ ଓ ଜିଲ୍ଲାପାଳ ଙ୍କୁ ମଧ୍ୟ ଜଣାଇଥିବା କହିଥିଲେ । ଅଙ୍ଗନବାଡି କେନ୍ଦ୍ର ବନ୍ଦ ଥିବା ବେଳେ ଅଙ୍ଗନବାଡି ଶିଶୁମାନେ ପାଠପଢ଼ା ସହ ଖାଦ୍ୟ ଖାଇବାରେ ବଞ୍ଚିତ ହୋଇଥିଲେ । ଯାଞ୍ଚ ସମୟରେ ସିଡିପିଓ ଆସିଥିବା ବେଳେ ସମସ୍ତେ ଭାଗବତୀଙ୍କୁ ନିଯୁକ୍ତି ଲାଗି କହିଥିବା ମହିଳା ମାନେ କହିଛନ୍ତି | କ୍ଷୀର ହରିଜନ , ଧନୀ ହରିଜନ , ବୁମଳା ହରିଜନ , ମାଳତୀ ହରିଜନ , ପିଙ୍କି ହରିଜନ , ଝୁଲି ହରିଜନ , ଅନିତା ହରିଜନ , ସତ୍ୟବତୀ ଭତରା , ଚଇତି କରକରା , ଶର୍ମିଲା ହରିଜନ , ରୁକ୍ମଣୀ ହରିଜନ , ପ୍ରଭାତୀ ହରିଜନ , ସୁଲ ହରିଜନ , ପିଙ୍କି ହରିଜନ , ଶାନ୍ତି ହରିଜନ, ଜଙ୍ଗଲୀ ହରିଜନ ପ୍ରମୁଖ ଭାଗବତୀଙ୍କୁ ଯେପର୍ଯ୍ୟନ୍ତ ନିଯୁକ୍ତି ଦିଆ ଯାଇ ନାହିଁ କେନ୍ଦ୍ର ରେ ତାଲା ଝୁଲିବ ବୋଲି କହିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୧୪ ତମ ଆଦିବାସୀ କାର୍ଯକ୍ରମ ପାଇଁ କନ୍ଧମାଳ ଦଳର ଇନ୍ଦୋର ଅଭିମୁଖେ ଯାତ୍ରା

Sunil Chandra Nayak

ଓଡ଼ିଶା ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ ଉପଲକ୍ଷେ ମ.ରାମପୁର ଡ୍ରାଇଭର ସଂଘର ସଚେତନତା ଶୋଭାଯାତ୍ରା

masiha

ଗ୍ରାମ୍ୟ ଉନ୍ନୟନ ବିଭାଗର ବିଜୁ ସେତୁ ଯୋଜନା ନିମ୍ନ ମାନର, ନିମ୍ନମାନର କାର୍ଯ୍ୟ କରି କୋଟି କୋଟି ଟଙ୍କା ଚଳୁ କରିବାକୁ ବସିଛି ଏକ ନିର୍ମାଣ କାରି ସଂସ୍ଥା 

masiha

Leave a Comment

error: Content is protected !!