ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗନ୍ନାଥ ମନ୍ଦିରର ନୂତନ ପରିଚାଳନା କମିଟି ଗଠିତ

ଚନ୍ଦାହାଣ୍ଡି-୧୧/୫(ମ ନି ସ ), ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦଣ୍ଡାମୁଣ୍ଡା ଜଗନ୍ନାଥ ମନ୍ଦିରର ନୂତନ ପରିଚାଳନା କମିଟି ଗଠିତ ହୋଇଯାଇଛି | ଆଜି ଧୋଡ଼ିପାଣି ହାଟପଦା ସ୍ଥିତ ମାଉସୀ ମନ୍ଦିର ଠାରେ ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା | ଏଥିରେ କୁହୁଡ଼ି, ମାଲଗାଁ, ଦଳବେଡା ଓ ଧୋଡ଼ିପାଣି ପଞ୍ଚାୟତ ଏବଂ ସିନାପାଲି ଗ୍ରାମର ବହୁ ମନ୍ଦିର କମିଟିର ସଦସ୍ୟ ଉପସ୍ଥିତ ରହିଥିଲେ | ଏହି ବୈଠକରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଉପସଭାପତି ଭାବେ ନରେନ୍ଦ୍ର ମାଝୀ, ସମ୍ପାଦକ ଭାବେ ପ୍ରତାପ ଗୌଡ଼, ସହ ସମ୍ପାଦକ ଟିକରାମ ସୋରି ଓ କୋଷାଧକ୍ଷ ଭାବେ ଧବଳେଶ୍ୱର ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିଲା | ସେହିଭଳି କାର୍ଯ୍ୟକାରୀ କମିଟି ଭାବେ ଡମ୍ବରୁ ପାତ୍ର, ରାଜୁ ଦଣ୍ଡସେନା,ଦୁଲ୍ଲବ ପୂଜାରୀ,ଅନ୍ତ ଖରସେଲ,ମୁରା ନାୟକ,ରାମଲାଲ ମାଝୀ,ଶରତ ମାଝୀ,ଯତୀନ୍ଦ୍ର ନାୟକ,ମାନସ ରଞ୍ଜନ ବାଘ,ମକର ନାୟକ,କୋକିଳ ନାୟକ,ଚୈତନ୍ୟ ମାଝୀ,ତ୍ରିନାଥ ଗୌଡ଼, ତ୍ରିନାଥ ପୂଜାରୀ,ସିମାଞ୍ଚଳ ଗଣ୍ଡା, ବଳରାମ ପଟ୍ଟନାୟକ, ସଂଗ୍ରାମ କେଶରୀ ସାହୁ, ଶିଶିର ମାଝୀ, ଲକ୍ଷୀଧର ବାଘ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା | ନୂତନ କମିଟି ଗଠନ ପରେ ପ୍ରତ୍ୱେକ ଦିନ ମନ୍ଦିରର ରୀତିନୀତି ଅନୁଯାୟୀ ପୂଜା ସହ ଆଗକୁ ଆସୁଥିବା ରଥଯାତ୍ରା ପାଇଁ ରଥକାଠ ସଂଗ୍ରହ ସହ ରଥ ନିର୍ମାଣ, ପରିମଳ ବ୍ୟବସ୍ଥା ଓ ଶାନ୍ତିଶୃଙ୍ଖଳା ସହ ରଥଯାତ୍ରା ଅନୁଷ୍ଠିତ ସମ୍ଭନ୍ଧରେ ବିସ୍ତୃତ ଆଲୋଚନା ହୋଇଥିଲା |

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଜେକେ ପୁର ସ୍ଥିତ ଜେକେ କାଗଜ କଳ ର  ପୂର୍ବତନ ଅଧ୍ୟକ୍ଷ ଶ୍ରୀ ହରି ଶଙ୍କର ସିଂଘାଣିଆ ଙ୍କର ୯୧ତମ ଜନ୍ମ ବାର୍ଷିକୀ

masiha

ରାୟଗଡା ଜିଲ୍ଲା ପ୍ରଶାସନ ପାଳିଲା ନୁଆଁଖାଇ ଭେଟଘାଟ – ୨୦୨୩

masiha

ଚେନେଇରେ ଯାମଦା ଅଂଚଳର ଯୁବ ଦାଦନ ଶ୍ରମିକ ମୃତ 

Leave a Comment

error: Content is protected !!