ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ମୁଁ ବି ସ୍ୱଦେଶୀ ସମର୍ଥକ ଡିଜିଟାଲ ସମ୍ପର୍କ ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ  

ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ମୁଁ ବି ସ୍ୱଦେଶୀ ସମର୍ଥକ ଡିଜିଟାଲ ସମ୍ପର୍କ ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ  

 ଭବାନୀପାଟଣା ନଗରରେ ଦୁଇଟି ସ୍ଥାନରେ କାର୍ଯ୍ୟକ୍ରମରେ ସ୍ୱଦେଶୀ ସଂକଳ୍ପ ନେଲେ ଶତାଧିକ ଛାତ୍ରଛାତ୍ରୀ 

ଭବାନୀପାଟଣା – ସ୍ୱଦେଶୀ ଆଧାରରେ ସ୍ୱାବଲମ୍ବୀ ଭାରତ ନିର୍ମାଣ ପାଇଁ ଅଗଷ୍ଟ ୧ ରୁ ୨୦ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଆରମ୍ଭ ହୋଇଥିବା ଡିଜିଟାଲ ସମ୍ପର୍କ ଅଭିଯାନ *ମୁଁ ବି ସ୍ୱଦେଶୀ ସମର୍ଥକ* ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସକାଳ ୬. ୩୦ ସମୟରେ ସ୍ଥାନୀୟ ଇ – ଦୋସ୍ତି ଅନୁଷ୍ଠାନରେ ପ୍ରତିଷ୍ଠାତା ତଥା ସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲା ସଂଯୋଜକ ଗଜିନ୍ଦ୍ର ଦକୁଆଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ସ୍ୱଦେଶୀ ସମର୍ଥକ ଭାବରେ ସଂକଳ୍ପ ନେଇଥିଲେ l ଏହି ଅବସରରେ ଶ୍ରୀ ଡାକୁଆ ନିଜର ଦୈନନ୍ଦିନ ଜୀବନରେ ସ୍ୱଦେଶୀ ବ୍ୟାପକ ବ୍ୟବହାର ପାଇଁ ଆହ୍ୱାନ ଦେଇଥିଲେ ଓ ଏହି ଅଭିଯାନକୁ ଜିଲ୍ଲାର ଲକ୍ଷାଧିକ ଲୋକଙ୍କୁ ଯୋଡ଼ିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇ ଏଥିରେ ଜିଲ୍ଲାର ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ସମୂହଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ l ସନ୍ଧ୍ୟା ୫.୧୫ ସମୟରେ ସ୍ଥାନୀୟ ଶାସ୍ତ୍ରୀଜୀ ମହିଳା ବିଦ୍ୟାନିକେତନ ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଚର ଜିଲ୍ଲା ସଂଯୋଜକ ଅଧ୍ୟକ୍ଷତାରେ ଶତାଧିକ ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ସ୍ୱଦେଶୀ ସଂକଳ୍ପ ନେଇଥିଲେ l

ଅନ୍ୟମାନଙ୍କ ମଧ୍ୟରେ ମଞ୍ଚର ପ୍ରାନ୍ତୀୟ ସଦସ୍ୟ କୈଶବ ବିହାରୀ, ବିଭାଗ ସଂଯୋଜକ ନକୁଳ ନାୟକ ଓ ସଂଯୋଜକ ପି. ଉମାଶଙ୍କର ଆଚାରୀ ଯୋଗଦେଇ ଦୈନନ୍ଦିନ ଜୀବନରେ ସ୍ୱଦେଶୀ ବ୍ୟବହାର ପାଇଁ ଆହ୍ୱାନ ଦେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ l

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଠାରେ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ସପ୍ତାହ ପାଳନ 

masiha

ଏବିଭିପି ତରଫରୁ ରକ୍ଷା ବନ୍ଧନ କାର୍ଯ୍ଯକ୍ରମ; ସରକାରୀ କର୍ମଚାରୀଙ୍କ ହାତରେ ରାକ୍ଷୀ ବାନ୍ଧିଲା ଏବିଭିପି ର ଛାତ୍ରଛାତ୍ରୀ

Sunil Chandra Nayak

ଡିଜିଟାଲ ଫସଲ ସର୍ଭେ ନେଇ ବ୍ଲକ ସ୍ତରୀୟ ତାଲିମ ଶିବିର

masiha

Leave a Comment

error: Content is protected !!