ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାବାଳିକା ଗଣଦୁଷ୍କର୍ମ କାରୀଙ୍କୁ କଠୋର ଦଣ୍ଡ ବିଧାନ ଦାବିରେ ବିଶାଳ ଆଦିବାସୀ ସମାବେଶ 

ବିଶ୍ୱନାଥପୁର, (ମ ନି ସ ):କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ପାଜିବାହିଲି ରାସ୍ତାରେ ୨ ଜଣ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଫେରାର ଅଭିଯୁକ୍ତକୁ କୋର୍ଟ ଚାଲାଣ ପରେ ଅଭିଯୁକ୍ତ କୁ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଜି ଆଦିବାସୀ ସଂଘ ସଭାପତି ସୁକ୍ରୁ ମାଝୀ ଙ୍କ ତତ୍ୱାବଧାନରେ ବିଶାଳ ରାଲି ଅନୁଷ୍ଠିତ ହୋଇ ଯାଇଛି l ସୂଚନାନୁସାରେ ବିଜେପୁର ଥାନା ଅଧିନସ୍ତ ବେନଗାଁ ଅଞ୍ଚଳର ୨ ଜଣ ନାବାଳିକା ଓ ଜଣେ ଯୁବତୀ ଗତ ମାର୍ଚ୍ଚ ମାସ ୧୬ ତାରିଖ ରାତିରେ ନାଟକ ଦେଖି ଫେରୁଥିବା ବେଳେ ସେହି ଅଞ୍ଚଳର ପାଜିବାହାଲି ଗାଁର ପାଞ୍ଚଜଣ ଯୁବକ ଗଣଦୁଷ୍କର୍ମ କରି ଅଭିଯୁକ୍ତମାନେ ଫେରାର ଥିବାରୁ ପୋଲିସ ସେମାନଙ୍କୁ ଗିରଫ କରିବାରେ ବିଳମ୍ବ ହୋଇଥିଲେ ମଧ୍ୟ କିଛିଦିନ ମଧ୍ୟରେ ଜଣେ ନାବାଳକ ସମେତ ୪ ଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ l 

ଏ ନେଇ ବିଜେପୁର ଥାନାରେ କେସ ନଂ ୮/୨୩ ଓ ୯/୨୩ ଅନୁଯାଇ ଧାରା ୩୬୩, ୩୭୬ ଓ ପୋସ୍କୋ ଧାରାରେ ମାମଲା ରୁଜୁ ହେଇଥିବା ବେଳେ ନାବାଳିକା ଗଣ ଦୁଷ୍କର୍ମ କାରୀଙ୍କୁ କଠୋର ରୁ କଠୋର ଦଣ୍ଡବିଧାନ ଦାବିରେ ବେତିଆପଡ଼ା ଠାରୁ ବିଜେପୁର ଥାନା ପର୍ଯ୍ୟନ୍ତ ଆଜି ଏକ ବିରାଟ ଆଦିବାସୀ ଜନସମାବେଶ ଅନୁଷ୍ଠିତ ହୋଇ ଯାଇଛି l ଏହି ସମାବେଶର ମୁଖ୍ୟ ଉଦେଶ୍ୟ ରହିଛି ଉକ୍ତ ଦୁଇ ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ବିଧାନ ସହ ଫାଶୀ ଦିଆଯିବାକୁ ଦାବି କରିଥିବାବେଳେ ଏଥିରେ ଆଦିବାସୀ ସଂଘ ଜିଲ୍ଲା ସଭାପତି ପ୍ରକାଶ ମାଝୀ, ରମେଶ ମାଝୀ, ଉପଦେଷ୍ଟା ଲକ୍ଷ୍ମୀକାନ୍ଥ ମାଝୀ, ରାଜେନ୍ଦ୍ର ଭୋଇ, ହୃଦାନନ୍ଦ ମାଝୀ, ସୁକୃ ମାଝୀ, ତ୍ରିପତି କୀଲାକା, ଗୌତ୍ତମ ଧାରୁଆ, ମୋହନ ଶବର, ତଳାମଣି ମାଝୀ,ସାଗର ମାଝୀ, ବେନଗାଁ ସରପଞ୍ଚ ପୁରାଣା ମାଝୀ,, ପ୍ରଦୀପ ମାଝୀ , ପୁର୍ଣ ଚନ୍ଦ୍ର ମାଝୀ, ନାରୀନେତ୍ରୀ ପୁଲମେ ମାଝୀ , ଘାସିରାମ ମାଝୀ, ଟିକା ମାଝୀ, ସମାଜସେବୀ ହରିଶଚନ୍ଦ୍ର ପାତ୍ର , ପୂର୍ବତନ ବିଧାୟକ ଶିବାଜୀ ମାଝୀ, ରାମତୁ ମାଝୀ ସମେତ ଶହ ଶହ ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।

ବିଶ୍ୱନାଥପୁର ରୁ ସନ୍ତୋଷ କୁମାର ତୁଳ ଙ୍କ ରିପୋର୍ଟ

Related posts

୧୪ ତମ ଆଦିବାସୀ କାର୍ଯକ୍ରମ ପାଇଁ କନ୍ଧମାଳ ଦଳର ଇନ୍ଦୋର ଅଭିମୁଖେ ଯାତ୍ରା

Sunil Chandra Nayak

ସମାଜ ସେବିକା ଯୋଷ୍ନା ବାଳା ମହାନ୍ତି ଙ୍କ ପୁଣ୍ୟ ତିଥି ପାଳିତ 

Sunil Chandra Nayak

କାଳ ବୈଶାଖୀ ତାଣ୍ଡବ ଗୋବର୍ଲା ବିଦ୍ୟାଳୟରୁ ଉଡିଲା ଛାତ

Sunil Chandra Nayak

Leave a Comment

error: Content is protected !!