ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ବିଚାରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଜୁନାଗଡ଼,୧୨/୫(ମ ନି ସ) ଜୁନାଗଡ଼ କୋର୍ଟ ପରିସର ମଧ୍ୟରେ ନୂତନଭାବେ ଯୋଗଦେଇଥିବା ବିଚାରପତି ସିଓନି ସିଦ୍ଧାର୍ଥ ମହାରଣା ଙ୍କୁ ଜୁନାଗଡ଼ ଓକିଲ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ଓକିଲ ସଂଘ ସଭାପତି ଅଶୋକ କୁମାର ପାତ୍ରଙ୍କ ସଭାପତିତ୍ୱର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସିଭିଲ ଜଜ ସୀଙ୍କୁନ ରାୟ ଯୋଗଦେଇଥିବା ବେଳେ ବରିଷ୍ଠ ଓକିଲ ବାଳକୃଷ୍ଣ ଆଚାରି ସଭା ପରିଚାଳନା କରିଥିଲେ।ନୂତନ ଭାବେ ଯୋଗ ଦେଇଥିବା ବିଚାରପତି ଗରିବ ଲୋକଙ୍କୁ ଉପଯୁକ୍ତ ଓ ତ୍ୱରିତ ନ୍ୟାୟ ପ୍ରଦାନ କରିବାପାଇଁ ଚେଷ୍ଟା କରିବି ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏଥି ପୂର୍ବରୁ ଏଠାରେ ଥିବା ବିଚାର ପତି ପି ସିତାଲଷ୍ମୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିପର ଦୌରାଜଜ ବେଞ୍ଚ ଓ ଓକିଲମାନଙ୍କ ସହଯୋଗରେ ଲୋକଙ୍କୁ ନ୍ୟାୟ ପ୍ରଦାନରେ ସହାୟତା ହେବବୋଲି କହିଥିଲେ।ଉକ୍ତ କର୍ଯ୍ୟକ୍ରମରେ ବରିଷ୍ଠ ଓକିଲ କୈଳାସ ଚୌଧୁରୀ,ଶିଶିର ପଟ୍ଟନାୟକ,ସରକାରୀ ଓକିଲ ଦିଗାମ୍ବର ନାଏକ, ଅଶୋକ ନାଏକ,ଅଶୋକ ପଣ୍ଡା, ଅନନ୍ତ ବେହେରା ,ବିଶ୍ୱନାଥ କର,ଧନେଶ୍ୱର ନାଏକ, ମନୀଷ ପଣ୍ଡା,ସୁଦୀପ୍ତ ପୁଝାରୀ,ସୁଶୀଲ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଥିଲେ।ସଭାପତି ଶ୍ରୀ ପାତ୍ର ଧନ୍ୟବାଦ ଦେଇ ସଂଘ ତରଫରୁ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ସମସ୍ତ ସହଯୋଗ କରାଜୀବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ସଡ଼କ ଦୁର୍ଘଟଣାରେ ଯୁବକ ମୃତ

Sunil Chandra Nayak

ଅସୁରକ୍ଷିତ ଅବସ୍ଥା ରେ ପିଇବା ପାଣିଟାଙ୍କି

masiha

ଡାବୁଗାଁରେ ମିଶନ ଶକ୍ତି କର୍ମୀମାନଙ୍କୁ ସ୍କୁଟର ବଣ୍ଟନ

masiha

Leave a Comment

error: Content is protected !!