ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜସ୍ଥାନ ପରିଷଦ ତରଫରୁ କାବ୍ୟସଂଧ୍ୟା ଆସନ୍ତା ୧୨ ରେ

ରାଉରକେଲା/ ରାଜସ୍ଥାନ ପରିଷଦର ସ୍ବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଏକ କାବ୍ୟ ସଂଧ୍ୟା ଆସନ୍ତା ୧୨ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ପରିଷଦର ମୁଖ୍ୟ ଶୈଳେନ୍ଦ୍ର ମାରୋଠିଆ(ପମି) ଅମର ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଚଳିତ ବର୍ଷ ପରିଷଦ ତାର ୫୦ବର୍ଷ ପୁରଣ କରୁଥିବାରୁ ସ୍ବର୍ଣ୍ଣ ଜୟନ୍ତୀ କମିଟି ଗଠନ କରାଯାଇଛି। ଗୋପାଳ ବାଗାଡିଆ ଏହାର ମୁଖ୍ୟ ରହିଛନ୍ତି। ଏହି ଅବସରରେ ପରିଷଦ ୫୦ଟି ଲୋକାଭିମୁଖି ଓ ଜନକଲ୍ୟାଣ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କରିଛି । ଯେଉଁଥିରେ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର, ଚକ୍ଷୁ ଚିକିତ୍ସା, ଆୟୁର୍ବେଦ କ୍ୟାମ୍ପ,ଶିଶୁ ଦିବସ ପାଳନ ଅବସରରେ ଅନାଥାଶ୍ରମ ରେ ଖାଦ୍ୟ ବିତରଣ, ଖାତା, କଲମ, ବଣ୍ଟନ, ମକର ସଂକ୍ରାନ୍ତି ରେ ଖିଚିଡି ତଥା କମ୍ବଳ ବଣ୍ଟନ ଆଦି ଅନ୍ତର୍ଭୁକ୍ତ । ଆଗାମୀ ଦିନରେ ଏହା ବଜାୟ ରହିବ ବୋଲି ଶ୍ରୀ ମାରୋଠିଆ ପ୍ରକାଶ କରିଥିଲେ। ଏହା ସହ ଆସନ୍ତା ୧୨ତାରିଖ ଦିନ ସଂଧ୍ୟା ୭ଘଟିକା ସମୟରେ ଜେଲରୋଡ ନିକଟସ୍ଥ ଗ୍ରୀନପାମ୍ ଠାରେ କାବ୍ୟ ସଂଧ୍ୟା ଅନୁଷ୍ଠିତ ହେବ। ଏଥିରେ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଛତିଶଗଡ, ବିହାର,ମହାରାଷ୍ଟ୍ରରୁ କଳାକାର ମାନେ ଯୋଗ ଦେଇ ସଂଗୀତ ପରିବେଷଣ କରିବେ। ପ୍ରତିଷ୍ଠିତ ଗାୟକଙ୍କ ମଧ୍ୟରେ ଶ୍ରୀକାନ୍ତ ଯାଦବ,ବିନିତ୍ ଚୌହାନ, ଦିନେଶ ବାୱରା,ହେମନ୍ତ ପାଣ୍ଡେ,ମୋନିକା ଦୁବେ, ସୁନିଲ ବ୍ୟାସ ପ୍ରମୁଖ ଅଛନ୍ତି। ଏହାକୁ ବହୁ ସଂଖ୍ୟାରେ ଉପଭୋଗ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ପୱନ ଗିରିଆ,ଗୋପାଳ ଖେମାନୀ, ପୱନ ଖେମାନୀ, ପୱନ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଛାତ୍ର ଙ୍କୁ ମାଡ଼ ମାରିଥିବା ଶିକ୍ଷକ ଙ୍କ ନାମରେ ମାମଲା ରୁଜୁ 

Sunil Chandra Nayak

ନିରୁପମା ପାଣି ଙ୍କ କବିତା କିଅବା ଆଶିଷ ଦେବିରେ କୁମର

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:-୫

Leave a Comment

error: Content is protected !!