ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଗୀ କଲ୍ୟାଣ ସମିତି ର ବୈଠକ ଅନୁଷ୍ଠିତ କିନ୍ତୁ ସ୍ଥାୟୀ କମିଟି ସଦସ୍ୟ ଅନୁପସ୍ଥିତ

ଢେ଼ଙ୍କାନାଳ/ହିନ୍ଦୋଳ (ମ ସୀ ହା) ୧୩/୦୫_ହିନ୍ଦୋଳ ବ୍ଲକ୍ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ରୋଗୀ କଲ୍ୟାଣ ସମିତି ର କାର୍ଯ୍ୟକାରୀ କମିଟି ବୈଠକ ମେଡିକାଲ ଅଫିସର ଡଃ ସାଗର ପ୍ରଧାନ ଙ୍କ ଆବାହକତ୍ବରେ ଓ ବ୍ଲକ୍ ଅତିରିକ୍ତ ବିଡିଓ ଅଶୋକ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ସଦସ୍ୟ ରତିକାନ୍ତ ଗଡନାୟକ,ଧରଣୀଧର ପାଲ, କେଶବ ସାମଲ, କୁକୁଟା ସରପଞ୍ଚ ଙ୍କ ପ୍ରତିନିଧି ଭାସ୍କର ଚନ୍ଦ୍ର ସାହୁ,ଙ୍କ ସମେତ ସିଏଚସି ର ବିପିଏମ୍ ପ୍ରିୟଦର୍ଶିନୀ ସାହୁ, ଆୟୁଷ ଡାକ୍ତର ତପସ୍ଵିନୀ ମିଶ୍ର,ବି,ଇ,ଓ, ପ୍ରତିନିଧି ଅର୍ଜୁନ ସାହୁ ପି,ଏଚ୍,ଇ,ଓ , ନଗେନ୍ଦ୍ର ନାୟକ,ଏ, ଏମ୍, ବିଚିତ୍ରାନନ୍ଦ ବେହେରା, ଷ୍ଟାଫ୍ ନର୍ସ ଏଲୋରା ରାଉତ ପ୍ରମୂଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ପାଇଁ 2,50000 ଟଙ୍କାର ବ୍ୟୟ ଅଟକଳ ଅନୁମୋଦିତ ହୋଇଥିଲା। ଗତବର୍ଷ ର ଅନୁମୋଦିତ 3,25000 ଟଙ୍କା ସଠିକ ଭାବରେ ବିନିଯୋଗ ହୋଇଥିବାରୁ ବୈଠକରେ ସନ୍ତୋଷ ପ୍ରକାଶ ପାଇଥିଲା।କମିଟି ସ୍ଥାୟୀ ସଦସ୍ୟ ଭାବେ ହିନ୍ଦୋଳ ଏସ୍,ଡି,ଏମ୍,ଓ, ହିନ୍ଦୋଳ ସିଡିପିଓ, ହିନ୍ଦୋଳ ଆର,ଡବ୍ଲ୍ଯୁ,ଏସ୍,ଏସ୍ ,ଜେଇ ରହି ମଧ୍ଯ କୌଣସି ବୈଠକରେ ଯୋଗ ଦେଉ ନଥିବାରୁ ସଭ୍ୟ ମାନେ କ୍ଷୋଭ ପ୍ରକାଶ କରିଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ସରସ୍ଵତୀ ବିଦ୍ୟାମନ୍ଦିର ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ

ବିଧାୟକ ଦ୍ବାରା ରାସନକାର୍ଡ, ଆବାସ ଗୃହ, ମୋବାଇଲ ଫୋନ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ଆଞ୍ଚଳିକ ବ୍ରାହ୍ମଣ ସମିତିର ୧୫ ତମ ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!