ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଓବାଦୀ ସଂଗଠନକୁ ସୁଦୃଢ କରିବା ଅଭିଯୋଗ: ୩ ଗିରଫ

ନର୍ଲା (ମପ୍ର) ଅନେକ ଦିନ ଧରି ମାଓବାଦୀ ସଂଗଠନକୁ ସୁଦୃଢ କରିବା ପାଇଁ କାର୍ଯ୍ୟ କରିଆସୁଥିବା ୩ଜଣ ବ୍ୟକ୍ତିକୁ ନର୍ଲା ପୋଲିସ ଗିରଫ କରିଛି। ଲାଞ୍ଜିଗଡ଼ରୋଡର ପ୍ରବୀଣ ରାଉତ(୪୯) ପ୍ରତିଦାନ ରାଉତ (୨୦) ଓ ଅନୁଗୋଳ ଜିଲ୍ଲାର ଶକ୍ତି ସାମନ୍ତ ଦଳବେହେରା ପ୍ରମୁଖ ମାଓବାଦୀ ସଂଗଠନକୁ ସୁଦୃଢ କରିବା ପାଇଁ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଓ ଅନୁବାଦ ସଂଗ୍ରହ କରି ଆସୁଥିବା ପୋଲିସ ସୂଚନା ଦେଇଛି। ଅଭିଯୁକ୍ତ ମାନଙ୍କ ଠାରୁ ଦୁଇ ଗୋଟି ୱ।କିଟୋକି, ୩ଗୋଟି ମୋବାଇଲ ଫୋନ , ଏକ ଶହେ ଟଙ୍କିଆ ନୋଟ୍ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଜବତ କରାଯାଇଛି। କଳାହାଣ୍ଡି ଏସପି ଡ଼. ଶ୍ରବଣା ବିବେକ ଏମଙ୍କ ସୂଚନା ଅନୁଯାୟୀ ବିଭିନ୍ନ ସାମଗ୍ରୀ ଗୁଡିକ କେକେବିଏନ ଡିଭିଜନ ମାଓବାଦୀ ସଂଗଠନକୁ ଯୋଗାଇ ଆସୁଥିବା ଜଣାପଡିଛି। ନର୍ଲା ପୋଲିସ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି।

ପ୍ରଦୀପ କୁମାର ଗଉଡ, ନର୍ଲା ମସୀହା ପ୍ରତିନିଧି।

Related posts

ଡାଃ ବିଚିତ୍ରାନନ୍ଦ ପଟ୍ଟନାୟକ ଗୃହ ନିର୍ମାଣ ସମବାୟ ସମିତି ସଭାପତି

Sunil Chandra Nayak

ଯୁବଶକ୍ତି ସମର୍ପିତ ଓଡ଼ିଶା ପକ୍ଷରୁ ବୃକ୍ଷ ରୋପଣ ଓ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!