ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ଲେଖାଗଲା ଚିଠି
ଶିକ୍ଷାନୁଷ୍ଠାନରେ ରାଗିଂ ବନ୍ଦ କରିବାକୁ ଆକ୍ସନ ମୋଡରେ ଉଚ୍ଚଶିକ୍ଷା ବିଭାଗ । ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖାଯାଇ ଅବଗତ କରାଯାଇଛି । ତେବେ ରାଗିଂ ରୋକିବାକୁ ଛାତ୍ରଛାତ୍ରୀ ଏକ ଅଣ୍ଡରଟେକିଂ ଲେଖିବେ । କଲେଜ କର୍ତ୍ତୁପକ୍ଷଙ୍କୁ ଏକ ଅଣ୍ଡରଟେକିଂ ଲେଖି ପିଲାମାନେ ଦେବେ ।
ତେବେ ଖାଲି ସେତିକି ନୁହେଁ , ଶିକ୍ଷାନୁଷ୍ଠାନଗୁଡିକରେ ରାଗିଂ ବିରୋଧରେ ପ୍ରଚାରପତ୍ର ବଣ୍ଟାଯିବ । ତା ସହିତ ଏଥର ହେଲପଲାଇନ୍ ନମ୍ବର ମଧ୍ୟ ରହିବ । ଆଣ୍ଟିଂ ରାଗିଂ ସଚେତନତା କାର୍ଯ୍ୟକ୍ରମ କରାଯିବ । ୩ରୁ ୪ ଶିକ୍ଷକଙ୍କୁ ନେଇ ଶିକ୍ଷାନୁଷ୍ଠାନରେ ଆଣ୍ଟିଂ ରାଗିଂ ସ୍କ୍ୱାର୍ଡ ଗଠନ ପାଇଁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….