ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଡେଙ୍ଗପଦର ରେ ପାଟ ବାଲିଯାତ୍ରା  ଉଦଯାପିତ

ତେନ୍ତୁଳିଖୁଣ୍ଟି -13/05/23 -ତେନ୍ତୁଳିଖୁଣ୍ଟି ବ୍ଳକ ଝରିଗୁମ୍ମା ପଞ୍ଚାୟତ ଡେଙ୍ଗପଦର ଗ୍ରାମରେ 12 ବର୍ଷ ରେ  ଥରେ ବାଲିଯାତ୍ରା  ହୋଇଥାଏ।ତିନି ମାସ ଧରି ଗ୍ରାମର ପୂଜାରୀ ଘରେ ପୂଜାପାଠ କରିବା ସହ ଗ୍ରାମର ଯୁବକ ଯୁବତୀଙ୍କ ଦ୍ୱାରା ଢେମଶା ନାଚ କରିଥାନ୍ତି ।ଏହି ବାଲିଯାତ୍ରା  କୃଷିଭିତ୍ତିକ ବୋଲି ସମସ୍ତ ଗ୍ରାମର ଚାଷୀ ମାନେ ସାମିଲ ହୋଇ ସମସ୍ତ ଚାଷୀ ଙ୍କ ଠାରୁ ବିହନ ଆଣି ଗଜା କରି ଥାଆନ୍ତି।ଆଜିର ଏହି ବାଲିଯାତ୍ରା ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।ବାଲିଯାତ୍ରା ଦ୍ଵାରା ଅଞ୍ଚଳରେ ଭଲ ଚାଷ ହେବା ସହିତ ସମସ୍ତେ ସୁଖଶାନ୍ତି ରେ ରହିବା ନେଇ ବିଶ୍ୱାସ ରଖିଥାନ୍ତି ।ଏହି ବାଲିଯାତ୍ରା  ୯ ଦିନ ଆଗରୁ ନିକଟସ୍ଥ ନାଳର ବାଲିକୁ ଆଣି  ପୂଜାର୍ଚ୍ଚନା କରି ଏହି ବାଲିକୁ ଯାନୀ ସାହିର ଯାନୀ ଘରେ ରଖି ବାଲି ଚାମୁଣ୍ଡା କରିଥାଆନ୍ତି।ନୂତନ ବାଉଁଶରେ ତିଆରି ଚାଙ୍ଗୁଡ଼ି ଏବଂ ଶାଳ ପତ୍ରରେ ତିଆରି ଦନାରେ ବାଲି ରଖି ଗ୍ରାମର ସମସ୍ତ ଦେବଦେବୀଙ୍କୁ ଆବାହନ କରି  ଧାନ,ମାଣ୍ଡିଆ, ମକା,ବିରି ମୁଗ ସମସ୍ତ ପ୍ରକାର ଶସ୍ୟ କୁ ବୁଣି ଗଜା  କରିଥାଆନ୍ତି ।ବାଲି ଆଣିବା ଠାରୁ ୯ ଦିନ ଧରି ସନ୍ଧ୍ୟାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଜାନୀଙ୍କ ଘର ସମ୍ମୁଖରେ   ଗ୍ରାମର ଯୁବକ ଯୁବତୀମାନେ ଏକତ୍ରିତ ହୋଇ ଢେମସା କରିଥାଆନ୍ତି। ଏହି ବାଲିଯାତ୍ରା ଶିରା ଏବଂ ଗୁରୁମାଇଙ୍କ ନିର୍ଦ୍ଦେଶରେ ପୂଜାର୍ଚ୍ଚନା କରାଯାଇଥାଏ। ଉଦଯାପନୀ ଦିବସରେ ଶିରା,ଗୁରୁମାଇ,ଲାଠି, ଗାଦି ,କଣ୍ଟାଦୋଳି,  କାଠରେ ତିଆରି ଲଙ୍ଗଳ,ଟାଙ୍ଗିଆ,ଶାବଳ,କୁଡକି, ଇତ୍ୟାଦି ସହ ମହିଳାମାନେ ବାଲି ଚିଙ୍ଗୁଡ଼ି ଧରି ନାଚଗୀତର ତାଳେତାଳେ ଗାଁ ମୁଣ୍ଡରେ ଥିବା ବାଲି ପଡିଆକୁ ଏକ ବିରାଟ ଶୋଭାଯାତ୍ରାରେ ଯାଇଥାନ୍ତି । ସେଠାରେ ଗୁରୁମାଇ ଓ ଶିରାଙ୍କ ଦ୍ଵାରା ବାଲି ବିସର୍ଜନ ହୋଇଥିଲା । ପରିଶେଷରେ  ରାତ୍ର ସମୟରେ ମନୋରଞ୍ଜନ ପାଇଁ କୋରାପୁଟିଆ ଦେଶିଆ ନାଟକ ପରିବେଷଣ କରାଯାଇଥାଏ। ଏଥିର ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,କଂଗ୍ରେସ ର ପୂର୍ବତନ ବିଧାୟକ ଭୁଜବଳ ମାଝୀ ,ବ୍ଲକ ଚେୟାର ମ୍ୟାନ ନିଳେନ୍ଦ୍ରୀ ନାୟକ, ଜିଲ୍ଲାପରିଷଦ ସଭ୍ୟା କ୍ରିଷ୍ଣା ମଞ୍ଜରୀ ବିଶୋଇ , ଭୁଜବଳ ମାଝୀ ,ବ୍ଲକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶଶୋଇ , ପାତ୍ରପୁଟ ସମିତି ସଭ୍ୟ ଦିଲୀପ ପ୍ରଧାନୀ, ବିଜେପି ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ, ବିଜେପି ରାଜ୍ୟ କାର୍ଯକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ, ବିଜେପି ସାଧାରଣ ସମ୍ପାଦକ ଅଚ୍ୟୁତାନନ୍ଦା ବିଶୋୟୀ ସହ ପଞ୍ଚାୟତ ର ସରପଞ୍ଚ ,ସମିତି ସଭ୍ୟ ଗ୍ରାମର ବୟୋଜ୍ୟେଷ୍ଠ  ବ୍ୟକ୍ତି ଉପସ୍ଥିତ ରହି ଥିଲେ ସମସ୍ତଙ୍କ ସହଯୋଗ ରେ ଶାନ୍ତିଶୃଙ୍ଖଳା ସହ ବାଲିଯାତ୍ରା ଉଦଯାପିତ ହୋଇଛି।ଏଥି ସହ ଗ୍ରାମର ଯୁବଗୋଷ୍ଠୀ ,ପାତ୍ରପୁଟ ଫାଣ୍ଡି ର ପୋଲିସ କର୍ମଚାରୀ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ କାଉଡ଼ିଆ ବୁଦ୍ଧେଶ୍ଵରଙ୍କୁ ଜଳ ଲାଗି କଲେ  

Sunil Chandra Nayak

କୁମ୍ଭାରିଠାରେ ମହାଭାରତ ପାରାୟଣର ଶୁଭ ଖମ୍ବ ସ୍ଥାପନ

Sunil Chandra Nayak

ଗୀତାଜ୍ଞାନ ଯଜ୍ଞ , ଶ୍ରୀମଦ୍ ଭାଗବତ ପରିଷଦ ଢେଙ୍କାନାଳ ଆନୁକୂଲ୍ୟରେ ଭଗବତ ଗୀତା ଫଚଦଶ ଆଧାୟର ତାତ୍ଵିକ ପ୍ରବଚନ

Sunil Chandra Nayak

Leave a Comment

error: Content is protected !!