ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା,ଜଣେ ମୃତ, ଜଣେ ଗୁରୁତର

ଜୁନାଗଡ଼,୧୩/୫(ମ ନି ସ) ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଘଟଣା ସ୍ଥଳରେ ଜଣକର ମୃତୁ ହୋଇଯାଇଥବା ବେଳ ଗୁରୁତର ଅବସ୍ଥାରେ ଜଣେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ପ୍ରକାଶ ଯେ କୋକସରା ବ୍ଲକ ଅନ୍ତର୍ଗତ ଭଇଁରିପାଲି ଗ୍ରାମର କ୍ଷିତିଶ ରାଉତ ଓ କାଉଡୋଲା ଗ୍ରାମର ବିଶାଳ ସରାବୁ ଭବାନୀପାଟଣା ଅଭିମୁଖେ ଯାଉଥଲେ । ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାଭାଡ଼ି ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲେ । ଘଟଣା ସ୍ଥଳରେ କ୍ଷିତିଶ ରାଉତ ଅରଫ ଖୁସି ଙ୍କ ମୃତ୍ୟୁ ହୋଇଥିବା ବେଳେ ବିଶାଳ ସରାବୁ ଗୁରୁତର ଥିବାରୁ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣା ସ୍ଥଳରେ ଜୁନାଗଡ଼ ପୋଲିସ ଉପସ୍ଥିତ ହୋଇ ମୃତ ଶବ ଜବତ କରିଥିବାବେଳେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି। ପୋଲିସ ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଚିଠା ଭୋଟର ତାଲିକା ପ୍ରକାଶିତ, ଶନିବାର ଓ ରବିବାର ଦିନ ମଧ୍ୟ ସ୍ଵତନ୍ତ୍ର ଦିବସରେ ବୁଥରେ ଦାଖଲ କରିପାରିବେ ଫର୍ମ

masiha

୧୧୩ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୩ ଶିକ୍ଷକ, ବିପଦସଙ୍କୁଳ ରୋଷେଇ ଘର

Sunil Chandra Nayak

ସେଲ୍ଫି ନେବାବେଳେ ଜଳପ୍ରପାତ ରେ ଯୁବକ ବୁଡି ନିଖୋଜ,ଉଦ୍ଧାର କାର୍ଯ୍ୟ ଜାରି

masiha

Leave a Comment

error: Content is protected !!