ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା,ଜଣେ ମୃତ, ଜଣେ ଗୁରୁତର

ଜୁନାଗଡ଼,୧୩/୫(ମ ନି ସ) ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଘଟଣା ସ୍ଥଳରେ ଜଣକର ମୃତୁ ହୋଇଯାଇଥବା ବେଳ ଗୁରୁତର ଅବସ୍ଥାରେ ଜଣେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ପ୍ରକାଶ ଯେ କୋକସରା ବ୍ଲକ ଅନ୍ତର୍ଗତ ଭଇଁରିପାଲି ଗ୍ରାମର କ୍ଷିତିଶ ରାଉତ ଓ କାଉଡୋଲା ଗ୍ରାମର ବିଶାଳ ସରାବୁ ଭବାନୀପାଟଣା ଅଭିମୁଖେ ଯାଉଥଲେ । ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାଭାଡ଼ି ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲେ । ଘଟଣା ସ୍ଥଳରେ କ୍ଷିତିଶ ରାଉତ ଅରଫ ଖୁସି ଙ୍କ ମୃତ୍ୟୁ ହୋଇଥିବା ବେଳେ ବିଶାଳ ସରାବୁ ଗୁରୁତର ଥିବାରୁ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣା ସ୍ଥଳରେ ଜୁନାଗଡ଼ ପୋଲିସ ଉପସ୍ଥିତ ହୋଇ ମୃତ ଶବ ଜବତ କରିଥିବାବେଳେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି। ପୋଲିସ ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଏସପିସିବି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Sunil Chandra Nayak

୮ଦଫା ଦାବି ପୁରଣ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଧାରଣା ବସିଥିଲେ ଅନଙ୍ଗୱାଡ଼ି କର୍ମୀ

Sunil Chandra Nayak

ଚାରବାହାଲକୁ ବ୍ଲକ ଦାବି ଜୋର୍ ଧରିଲା 

masiha

Leave a Comment

error: Content is protected !!