ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନବରଙ୍ଗପୁର ଜିଲ୍ଲା ଆମ ଆଦମୀ ପାର୍ଟି ଯୁବ ସଚେତନ 

ନବରଙ୍ଗପୁର ୧୩/୫ (ମସିହା)ସଦର ମହକୁମା ଅମଲା ଭବନ ଠାରେ ଜିଲ୍ଲା ର ବିଭିନ୍ନ ବ୍ଲକ ର ଯୁବକ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଆବାହକ ଲକ୍ଷ୍ମୀ ଚନ୍ଦ୍ର ଟାକ୍ରୀଙ୍କ ନେତୃତ୍ବରେ ବୈଠକ ହୋଇଥିବା ବେଳେ  ଯୁବକମାନେ ତାଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ। ଟାକ୍ରି କହିଲେ ପ୍ରତ୍ୟେକ ଯୁବକ ଯୁବତୀ ମାନଙ୍କୁ ରୋଜଗାର ଦେବା ପାଇଁ ଆମ ଆଦମୀ ପାର୍ଟିର ସରକାର ଯୋଜନା କରୁଛି । ନିଜ ଯୋଗ୍ୟତା ଅନୁସାରେ ନୂତନ କର୍ମ ସଂସ୍ଥାନ ସୃଷ୍ଟି କରି ଯୁବକ ଯୁବତୀ ଙ୍କୁ ରୋଜଗାର ଦେବା ହେଉଛି ପାର୍ଟିର ଲକ୍ଷ୍ୟ । ଦିଲ୍ଲୀରେ ଗତ ୫ବର୍ଷ ମଧ୍ୟରେ ୧୨ ଲକ୍ଷ ନିଯୁକ୍ତି ଏବଂ ଆଗାମୀ ୫ ବର୍ଷରେ ୨୦ ଲକ୍ଷ ନିଯୁକ୍ତିର ଲକ୍ଷ ଆମ ଆଦମୀ ପାର୍ଟି ରଖିଛି ।ପଞ୍ଜାବରେ ୧ ବର୍ଷ ମଧ୍ୟରେ ୨୮ ହଜାର ସରକାରୀ ଚାକିରିରେ ନିଯୁକ୍ତି ଏବଂ ସମସ୍ତ ଠିକା କର୍ମଚାରୀ ମାନଙ୍କୁ ସ୍ଥାୟୀ କରି ଆପ୍ ସରକାର ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଓଡ଼ିଶାରେ ଗତ ୨୫ ବର୍ଷ ର ଶାସନ ସମୟରେ ନବୀନ ବାବୁ ଦାଦନ ଶ୍ରମିକ ସମସ୍ୟା ର ସମାଧାନ କରିପାରିନାହାନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଠିକା ନିଯୁକ୍ତି ଆଉଟ୍ ସୋର୍ସିଂ ମାତ୍ର ୩ ରୁ ୬ ହଜାର ଟଙ୍କା ଦରମା ରେ ନିଯୁକ୍ତି ଓଡ଼ିଶାର ଯୁବକ ଯୁବତୀ ମାନଙ୍କୁ ହତାଦର କରିଛି । ମିଶନ ଶକ୍ତିର ସହାୟକ କମ୍ୟୁନିଟ କର୍ମଚାରୀ ହୁଅନ୍ତୁ ବା ଅଙ୍ଗନୱାଡ଼ି କର୍ମଚାରୀ ହୁଅନ୍ତୁ ବା ବିଜୁଳି କର୍ମଚାରୀ ହୁଅନ୍ତୁ ବା ଶିକ୍ଷକ ଶିକ୍ଷୟତ୍ରୀ ହୁଅନ୍ତୁ ,ପ୍ରତ୍ୟେକ କ୍ଷେତ୍ରରେ ସରକାର ଏକ ନିରାଶର ବାତାବରଣ ତିଆରି କରିଛନ୍ତି । ଦୁର୍ନୀତି ଏବଂ ଭ୍ରଷ୍ଟାଚାରର ମାତ୍ରା ଏତେ ଅଧିକ ଯେ ଏଠାରେ କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ଶିଳ୍ପାୟନ ଏବଂ ନିଯୁକ୍ତି ନାହିଁ କହିଲେ ଚଳେ । ଗ୍ରାମାଞ୍ଚଳରେ ରୋଜଗାର ସମସ୍ୟା ଅଧିକ ବଢିବାରେ ଲାଗିଛି। ସେଥିପାଇଁ ଓଡ଼ିଶାରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ପାଇଁ ,ଶିଳ୍ପାୟନ ପାଇଁ ଏବଂ ଗୁଣବତ୍ତା ପୂର୍ଣ୍ଣ ସମ୍ପୂର୍ଣ୍ଣ ଏବଂ ସମୃଦ୍ଧ ଜୀବନ ଧାରା ପାଇଁ ଆମ୍ ଆଦମୀ ପାର୍ଟିର ଶାସନ କୁ ଆସିବାର ଆବଶ୍ୟକ ରହିଛି ।ଆମ୍ ଆଦମୀ ପାର୍ଟି ଯେଉଁ ପର୍ଯ୍ୟନ୍ତ ସମସ୍ତ ଯୋଗ୍ୟ ଯୁବକ ଯୁବତୀ ଙ୍କୁ ରୋଜଗାର ଦେଇନାହିଁ ସେ ପର୍ଯ୍ୟନ୍ତ ବେରୋଜଗାରୀ ଭତ୍ତା ଦେବା ପାଇଁ ପ୍ରତିଶ୍ରୁତି ବଦ୍ଧ । ୨୨ ବର୍ଷ ଧରି ଲଗାତାର ଭାବେ ଓଡ଼ିଶାରେ ବିଜେଡି ଶାସନ ବ୍ୟବସ୍ଥାରେ ଥିଲେ ମଧ୍ୟ ରାଜ୍ୟରେ ଉନ୍ନତ ଶିକ୍ଷା , ସ୍ୱାସ୍ଥ୍ୟ ,ବିଜୁଳି ,ପାଣି ,ରୋଜଗାର ଆଶାନୁରୁପ ହୋଇପାରିନାହିଁ ।ନବରଙ୍ଗପୁର ଜିଲ୍ଲା ଦାଦନ ଶ୍ରମିକ ଚାଲାଣରେ ଭାରତରେ ଏକ ନମ୍ବର । ବର୍ତ୍ତମାନ ସମୟ ଆସିଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରିବର୍ତ୍ତନ କରିବାକୁ ହେବ ।ଭାରତ କୁ ସ୍ୱାଧୀନ କରିବା ନିମନ୍ତେ ଆମର ପୂର୍ବ ପୁରୁଷ ମାନେ ନିଜର ସ୍ବାର୍ଥ ତ୍ୟାଗ କରି ପରିବାର ତ୍ୟାଗ କରି ଦେଶ ପାଇଁ ରାଜ୍ୟ ପାଇଁ ସମାଜ ପାଇଁ ପରସ୍ପର ଏକ ମନା ହେଲେ ତେଣୁ ଦେଶ ସ୍ବାଧୀନ ହେଲା । ସମସ୍ତ ଯୁବକ, ଯୁବତୀ,ମହିଳା ,ଚାଷୀ ,ଶ୍ରମଜୀବୀ ,ବୁଦ୍ଧିଜୀବୀ ,ମହାନୁଭବ ଙ୍କୁ ଅନୁରୋଧ ଆସନ୍ତୁ ,ସମସ୍ତେ ମିଳିମିଶି ଦେଶରୁ ଜାତିବାଦ , ବନ୍ଧୁ ବାଦ୍,ପରିବାର ବାଦ,ହଟାଇ ଏକ ଶୋଷଣ ମୁକ୍ତ ,ଦୁର୍ନୀତି ମୁକ୍ତ ,ଶିକ୍ଷିତ ,ଶସକ୍ତ ,ବିକଶିତ ଜିଲ୍ଲା ଗଠନ କରିବା ପାଇଁ ଆମେ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କ ନେତୃତ୍ବକୁ ସ୍ଵୀକାର କରିବା ।ଆଇନ ର ବଳୟ ମଧ୍ୟରେ ରହି ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରଦତ୍ତ ସମ୍ବିଧାନ ର ସୁରକ୍ଷା ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ଲଡ଼େଇ ରେ ସାମିଲ ହେବା । ଆମର ଭବିଷ୍ୟତ ପିଡି ପାଇଁ ସୁସ୍ଥ ଏବଂ ସୁରକ୍ଷିତ ସମାଜ ଗଠନର ଲକ୍ଷ ନେଇ ଆମ୍ ଆଦମୀ ପାର୍ଟି ରେ ସାମିଲ ହେବା ପାଇଁ ଶ୍ରୀ ଟାକ୍ରୀ ଯୁବକ ମାନଙ୍କୁ ଅନୁରୋଧ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବହଳଦା ଏବଂ ତିରିଂ ରେ କଂଗ୍ରେସ ଦଳର ସାଂଗଠନିକ ବୈଠକ

Sunil Chandra Nayak

ଭାରତର ରାଷ୍ଟ୍ରପତିଙ୍କ ଗସ୍ତ ନେଇ ରାଉରକେଲା ଜିଲ୍ଲା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ରାଉରକେଲା ବିଜୁ ମହିଳା ଜନତା ଦଳ ତରଫରୁ ନାରୀ ଅଧିକାର ଅଭିଯାନ

Leave a Comment

error: Content is protected !!