ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେସିଙ୍ଗା ପୁଲିସ ଉପଖଣ୍ଡରେ ନୂତନ ଏସଡ଼ିପିଓ ଭାବେ ଆଇପିଏସ ଅଧିକାରୀ ରୋହିତ ବର୍ମା ଙ୍କ ଦାଇତ୍ୱ ଗ୍ରହଣ

ବିଶ୍ୱନାଥପୁର, ତା – (14/05/23)କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୁଲିସ ଉପଖଣ୍ଡରେ ନୂତନ ଏସଡ଼ିପିଓ ଭାବେ ଆଇପିଏସ ଅଧିକାରୀ ରୋହିତ ବର୍ମା ଦାଇତ୍ୱ ଗ୍ରହଣ କରିଛନ୍ତି,2019 ବ୍ୟାଚର ରୋହିତ ଏହା ପୂର୍ବରୁ କନ୍ଧମାଳ ଜିଲ୍ଲା ର ବାଲିଗୁଡା ର ଏସଡ଼ିପିଓ ଭାବରେ କାର୍ଯ୍ୟ କରି ସାରିଛନ୍ତି,, ସେ କେସିଙ୍ଗା ସ୍ଥିତ ଏସଡ଼ିପିଓ କାର୍ଯ୍ୟାଳୟ ରେ ଯୋଗ ଦେବାପରେ ତାଙ୍କୁ ବିଭିନ୍ନ ସଂଘଠନ ର ବ୍ୟକ୍ତି ବିଶେଷ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି, ସୂଚନା ଅନୁସାରେ ଜିଲ୍ଲା ର ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ପୁଲିସ ଉପଖଣ୍ଡ ଭାବରେ ପରିଗଣିତ ହେଉଥିବା କେସିଙ୍ଗା ପୁଲିସ ଉପଖଣ୍ଡ ଅଧିନସ୍ଥ ଲାଞ୍ଜିଗଡ, କର୍ଲlମୁଣ୍ଡା, ନର୍ଲା, କେସିଙ୍ଗା, ମ ରାମପୁର, ପାଞ୍ଚ ଗୋଟି ବ୍ଲକର ଆଠ ଗୋଟି ଥାନା, ଛ ରୁ ଉର୍ଦ୍ଧ ପୁଲିସ ଫାଣ୍ଡି ଓ ଆଉଟ ପୋଷ୍ଟ ଓ ବିଟ ହାଉସ ରହିଅଛି, ସେହିପରି ଏହି ପଞ୍ଚଗୋଟି ବ୍ଲକର ଲାଞ୍ଜିଗଡ, ମ ରାମପୁର, ନର୍ଲା, ର ବହୁ ଅଂଚଳ ମାଓପ୍ରବଣ ହୋଇଥିବାବେଳେ ପୁଲିସ ଉପଖଣ୍ଡ ଅଧିକାରୀ ଭାବେ ନିଜର ଗୁରୁଦାୟିତ୍ୱ ରହିଅଛି, ଯାହାକି କେସିଙ୍ଗା ଉପଖଣ୍ଡ ଅଧୀନରେ ଆସୁଥିବା ସବୁ ବ୍ଲକ ଜିଲ୍ଲା ଓ ରାଜ୍ୟ ସହିତ ଲିଙ୍କ ଥିବାରୁ ବିଭିନ୍ନ ଅପରାଧୀ ଓ ବେଆଇନ କାରବାର ବିଶେଷ କରି ଗଂଜେଇ ଚୋରାଚାଳlନ କାରବାର ରୋକିବା ସହିତ ଉପଖଣ୍ଡ ଅଧୀନରେ ଆସୁଥିବା ଥାନା ଏବଂ ଫାଣ୍ଡି ଗୁଡ଼ାକରେ ନିର୍ଭୀକ କାର୍ଯ୍ୟକରି ଜନସାଧାରଣ ଙ୍କୁ ପୁଲିସ ସହ ଆସ୍ଥାଭାଜନ କରାଇବା ତାଙ୍କ ପାଇଁ ଆହ୍ୱାନ ହୋଇ ରହିବ, l

ବିଶ୍ୱନାଥପୁର ରୁ ସନ୍ତୋଷ କୁମାର ତୁଳ ଙ୍କ ରିପୋର୍ଟ,

Related posts

ଧର୍ମଗଡ କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ସହ ଅନ୍ୟାନ୍ୟ ସମସ୍ୟା ସଂପର୍କିତ ଦାବୀନେଇ ଆଜି ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲା ଜଗନ୍ନାଥ ସେବା ସମିତି

Sunil Chandra Nayak

ତରାପୁର ଗ୍ରାମର ପୁର୍ବତନ ସରପଞ୍ଚ ବାସୁଦେବ ସାହୁ ଙ୍କ ପରଲୋକ

masiha

୩ ଦିନିଆ ରାଜ୍ୟସ୍ତରୀୟ ୭୨ତମ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା–୨୦୨୬ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!