ବିଶ୍ୱନାଥପୁର, ତା – (14/05/23)କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୁଲିସ ଉପଖଣ୍ଡରେ ନୂତନ ଏସଡ଼ିପିଓ ଭାବେ ଆଇପିଏସ ଅଧିକାରୀ ରୋହିତ ବର୍ମା ଦାଇତ୍ୱ ଗ୍ରହଣ କରିଛନ୍ତି,2019 ବ୍ୟାଚର ରୋହିତ ଏହା ପୂର୍ବରୁ କନ୍ଧମାଳ ଜିଲ୍ଲା ର ବାଲିଗୁଡା ର ଏସଡ଼ିପିଓ ଭାବରେ କାର୍ଯ୍ୟ କରି ସାରିଛନ୍ତି,, ସେ କେସିଙ୍ଗା ସ୍ଥିତ ଏସଡ଼ିପିଓ କାର୍ଯ୍ୟାଳୟ ରେ ଯୋଗ ଦେବାପରେ ତାଙ୍କୁ ବିଭିନ୍ନ ସଂଘଠନ ର ବ୍ୟକ୍ତି ବିଶେଷ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି, ସୂଚନା ଅନୁସାରେ ଜିଲ୍ଲା ର ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ପୁଲିସ ଉପଖଣ୍ଡ ଭାବରେ ପରିଗଣିତ ହେଉଥିବା କେସିଙ୍ଗା ପୁଲିସ ଉପଖଣ୍ଡ ଅଧିନସ୍ଥ ଲାଞ୍ଜିଗଡ, କର୍ଲlମୁଣ୍ଡା, ନର୍ଲା, କେସିଙ୍ଗା, ମ ରାମପୁର, ପାଞ୍ଚ ଗୋଟି ବ୍ଲକର ଆଠ ଗୋଟି ଥାନା, ଛ ରୁ ଉର୍ଦ୍ଧ ପୁଲିସ ଫାଣ୍ଡି ଓ ଆଉଟ ପୋଷ୍ଟ ଓ ବିଟ ହାଉସ ରହିଅଛି, ସେହିପରି ଏହି ପଞ୍ଚଗୋଟି ବ୍ଲକର ଲାଞ୍ଜିଗଡ, ମ ରାମପୁର, ନର୍ଲା, ର ବହୁ ଅଂଚଳ ମାଓପ୍ରବଣ ହୋଇଥିବାବେଳେ ପୁଲିସ ଉପଖଣ୍ଡ ଅଧିକାରୀ ଭାବେ ନିଜର ଗୁରୁଦାୟିତ୍ୱ ରହିଅଛି, ଯାହାକି କେସିଙ୍ଗା ଉପଖଣ୍ଡ ଅଧୀନରେ ଆସୁଥିବା ସବୁ ବ୍ଲକ ଜିଲ୍ଲା ଓ ରାଜ୍ୟ ସହିତ ଲିଙ୍କ ଥିବାରୁ ବିଭିନ୍ନ ଅପରାଧୀ ଓ ବେଆଇନ କାରବାର ବିଶେଷ କରି ଗଂଜେଇ ଚୋରାଚାଳlନ କାରବାର ରୋକିବା ସହିତ ଉପଖଣ୍ଡ ଅଧୀନରେ ଆସୁଥିବା ଥାନା ଏବଂ ଫାଣ୍ଡି ଗୁଡ଼ାକରେ ନିର୍ଭୀକ କାର୍ଯ୍ୟକରି ଜନସାଧାରଣ ଙ୍କୁ ପୁଲିସ ସହ ଆସ୍ଥାଭାଜନ କରାଇବା ତାଙ୍କ ପାଇଁ ଆହ୍ୱାନ ହୋଇ ରହିବ, l