ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଙ୍ଗିଗଲା ସ୍ବପ୍ନ, ଇଞ୍ଜିନିୟରିଂ ପରୀକ୍ଷା ଫଳ ବାହାରିବା ପୂର୍ବରୁ ନଦୀରେ ଯୁବକର ସଲିଳ ସମାଧି

ମୟୂରଭଞ୍ଜ -୧୪/୫ (ମସିହା)ଭବିଷ୍ଯତରେ ଇଞ୍ଜିନିୟର ହେବା ସ୍ବପ୍ନ ଦେଖିଥିବା ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ କୁଚେଇବୁଢି ଗ୍ରାମର ଆୟୂଷ ଡାକ୍ତର ଆଶିଷ ଗିରିଙ୍କ ଏକମାତ୍ର ପୁଅ ତାରିଣୀ ପ୍ରସାଦ ଗିରି (୧୮) ଭୁବନେଶ୍ୱର ଯାଇଥିଲେ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଦେବାପାଇଁ । ପରୀକ୍ଷା ସାରି ସାଙ୍ଗ ମାନଙ୍କ ସହ ଘରକୁ ଫେରୁଥିବାବେଳେ କଟକର‌ ବିରୂପା ନଦୀରେ ଗାଧୋଉଥିବା ସମୟରେ ନଦୀ ଭିତରକୁ ବାଲିଚର ଯୋଗୁଁ ଗୋଡ଼ ଖସି ଯାଇଥିଲା । ସତେ ଯେମିତି ଯମ ନଈ ପାଖରେ ଜଗିଥିଲା ।ସେ ନଦୀ ଭିତରକୁ ଚାଲି ଯାଇଥିଲେ । ସାଙ୍ଗ ମାନେ ଚିତ୍କାର କରିବା ଫଳରେ ଲୋକେ ଆସି ଯୁବକକୁ ଖୋଜାଖୋଜି କରି ନଦୀ ଗର୍ଭରୁ ଉଦ୍ଧାର କରିଥିଲେ । ତାଙ୍କୁ କଟକ ମେଡିକାଲ ନେଇ ଯାଇଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।କଟକରେ ଶବ ବ୍ୟବଚ୍ଛେଦ କରାଯାଇ ଶନିବାର ଦିନ ସନ୍ଧ୍ୟାରେ ଘରେ ପହଞ୍ଚିଥିଲେ । କାନ୍ଦବୋବାଳିରେ ଗାଁ ଦାଣ୍ଡ ଉଠୁଥିଲା ପଡୁଥିଲା ।କୁଚେଇବୁଢି ଗାଁ ରେ ଶୋକରେ ଛାୟା ଖେଳି ଯାଇଥିଲା ।ବାପା ମା ଦୁଃଖରେ ଏକମାତ୍ର ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ।ପରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଗରିମା ପରିବାରର ଓଡିଆ ନବବର୍ଷ ପାଳନ

Sunil Chandra Nayak

ଧର୍ମଗଡ ଚେମ୍ବର ଅଫ କମର୍ସର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଶିଶୁଙ୍କ ପୁଷ୍ଟିକର ଖାଦ୍ୟ ଓ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!