ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୂର୍ଚ୍ଛନା ର ଆଧୁନିକ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ

ଭୁବନେଶ୍ଵର // ୧୪ ମେ ୨୦୨୩ ରବିବାର ଦିନ ଭୁବନେଶ୍ଵର ଜୟଦେବ ଭବନ ଠାରେ ମୂର୍ଚ୍ଛନା ର ଆଧୁନିକ ନୃତ୍ୟ ପ୍ରତିଯୋଗୀତା ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କୃତୀ ପ୍ରତିଯୋଗୀମାନଙ୍କୁ ମୂର୍ଚ୍ଛନା ର ୧୯ତମ ବାର୍ଷିକୋତ୍ସବ ଓ ସଙ୍ଗୀତ ଉତ୍ସବ ଆସନ୍ତା ୩୧ ମେ  ବୁଧୁବାର ସନ୍ଧ୍ୟାରେ ଜୟଦେବ ଭବନଠାରେ ନଗଦ ରାଶି, ଫଳକ ଓ ସାର୍ଟିଫିକେଟ୍ ପ୍ରଦାନ କରାଯିବ । ପ୍ରତିଯୋଗିତା କୁ ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ ଓ ମୁଖ୍ୟ ଉପଦେଷ୍ଟା ଶ୍ରୀ ବୈଷ୍ଣବ ପ୍ରସାଦ ମହାନ୍ତି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ମୂର୍ଚ୍ଛନା ର କର୍ମକର୍ତ୍ତା ଅଜୟ ମହାନ୍ତି, ମହେନ୍ଦ୍ର ଆଚାର୍ଯ୍ୟ, ସତରୂପା,ଦେବେନ୍ଦ୍ର ସାହୁ, ହେମନ୍ତ ପରମଗୁରୁ, ପ୍ରଣୟ ଜେଠୀ, ଗୋଲକ ଚରଣ ମାର୍ଥା ପ୍ରମୁଖଙ୍କ ତତ୍ତ୍ଵାବଧାନରେ ଆଧୁନିକ ନୃତ୍ୟ ପ୍ରତିଯୋଗୀତା ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଧୁନିକ ନୃତ୍ୟ ପ୍ରତିଯୋଗୀତାରେ ବିଚାରକ ଭାବେ ଶ୍ରୀ ଦିଲ୍ଲୀପ କୁମାର ସ୍ୱାଇଁ ଓ ସରୋଜକାନ୍ତ କୁଣ୍ଡୁ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅନନ୍ୟା ମହାନ୍ତି ଓ ଦୀପୟିକା ମିଶ୍ର ସଂଚାଳନ କରିଥିଲେ।

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

୯ମ ଇଣ୍ଡିଆ ହେଲ୍‌ଥ ଆଣ୍ଡ ୱେଲନେସ୍ ଆଓ୍ବାର୍ଡସ୍ ୨୦୨୪ ରେ ଉତ୍କଳ ହସପିଟାଲ ସମ୍ମାନିତ

masiha

ଯୁବ ବିଜ୍ଞାନ ଶିକ୍ଷକ ବିପ୍ଳବ ବେହେରାଙ୍କ ପରଲୋକ

Sunil Chandra Nayak

ମହାନ୍ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂହ ଙ୍କ ୧୧୭ ତମ ଜନ୍ମ ଜୟନ୍ତୀ ସି ପି ଆଇ ଏମ୍ ପକ୍ଷରୁ ପାଳିତ  ଶହୀଦ ଭଗତ ସିଂହ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବ ଛାତ୍ର ସମାଜ କୁ ଆହ୍ୱାନ ‌

Sunil Chandra Nayak

Leave a Comment

error: Content is protected !!