ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଁଙ୍କୁ ସମ୍ମାନ ଦେଲେ ଆମେ ଆଗେଇବା: ବିଶ୍ୱ ମାତୃ ଦିବସ ରେ ଅତିଥି ଙ୍କ ମତ କନ୍ୟା ସଂଗଠନ ତରଫରୁ ମାତୃ ଦିବସ ପାଳିତ

ନବରଙ୍ଗପୁର:୧୪.୫.୨୦୨୩ :(ମସିହା)ଆଜି ବିଶ୍ଵ ମାତୃ ଦିବସ ଅବସରରେ ନବରଙ୍ଗପୁର ମିଶନ ଶକ୍ତି ସଭା ଗୃହରେ କନ୍ୟା ସଂଗଠନର ସଭାପତି ସ୍ବର୍ଣ୍ଣଲତା ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ବିଶ୍ଵ ମାତୃ ଦିବସ ପାଳନ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସାଂସଦ ମୁନା ଖାନ ଏବଂ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଯୋଗ ଦେଇ ମା’ ଶଦ୍ଦକୁ ବର୍ଣ୍ଣନା କରିବାକୁ ଶଦ୍ଧକୋଷ ନିଅଣ୍ଟ ପଡିଯିବ, ଜୀବନରେ ସବୁବେଳେ ସେ ଦରକାର । ମା’ ଶଦ୍ଦରେ ଅଛି ମଧୁରତା ଅମୃତର ସ୍ବାଦ ବୋଲି ନିଜ ନିଜ ବକ୍ତବ୍ୟରେ କହିଥିଲେ l କନ୍ୟା ସଂଗଠନ ର ଉପଦେଷ୍ଟା ତଥା ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଥିଲା l ଦୁର୍ଗା ପ୍ରସାଦ ପାଢି ଓ ମନୋଜ ପଟ୍ଟନାୟକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଡଃ ଚନ୍ଦ୍ର ଶେଖର ହୋତା ଯୋଗଦେଇ କନ୍ୟା ମାନେ ଭବିଷ୍ୟତରେ ଆଗକୁ କେମିତି ନିର୍ଯ୍ୟାତିତ ନହେବେ ସେଥିପାଇଁ ପ୍ରଶାସନିକ ସ୍ତର ଠାରୁ ଆରମ୍ଭ କରି ବ୍ୟକ୍ତି ଗତ ଓ ସାମାଜିକ ସ୍ତରରେ ମିଳିତ ପ୍ରୟାସ କରିବା ଉଚିତ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ନୋଡାଲ ରାଜା ଚୈତନ୍ୟ ଦେବ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରିୟା ନାୟକ ମହିଳା ମାନଙ୍କୁ ଆଇନ ଗତ ସୁରକ୍ଷା ଏବଂ ତାର ଦିଗ ବିଷୟରେ ବିସ୍ତୃତ ଭାବେ ମତ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବଲ୍ଳଭ ରାଉତ, ସମ୍ମାନିତ ଅତିଥି ଭାବେ ଶରତ ଚନ୍ଦ୍ର ତ୍ରିପାଠୀ, ମନୋରମା ମାଝୀ, ଜେମାମଣି ବିଶୋଇ, ହେମଲତା ମାଝି, ରାଜ୍ୟ ଶିକ୍ଷକ ମହାସଂଘ ର ସଭାପତି ରମଣୀ ରଞ୍ଜନ ତ୍ରିପାଠୀ, ରାଜ୍ୟ ଅମଲା ସଂଘ ର ସଭାପତି ତ୍ରିପତି ବାଲାଜୀ ସାହୁ ଯୋଗଦେଇ “ମା’ ଥିଲେ ବଇରୀ ହାରେ । ଜୀବନର ସାହାଟିଏ ମା’ । ବିନା ଦରମାରେ ବିନା ବିଶ୍ରାମରେ ଯିଏ ପରିବାର ପାଇଁ ନିଜକୁ ସମର୍ପି ଦିଏ ସେ ମା’ । ମାଁ ଋଣ କେବେ କେହି ଶୁଝି ପାରିବେ ନାହିଁ ‌। ଆମେ ମାଁଙ୍କୁ ସମ୍ମାନ ଦେଲେ ଆମେ ଆଗେଇବା ବୋଲି କହିଥିଲେ। ପଣ୍ଡିତ ଶ୍ରୀ ଶରତ ଚନ୍ଦ୍ର ତ୍ରିପାଠୀ କନ୍ୟା ଓ ମାଁ ଶବ୍ଦ ର ବିଶେଷ ବ୍ୟାଖ୍ୟା କରିଥିଲେ ।ଏହି ଅବସରରେ କବୟତ୍ରୀ ଶ୍ରୀମତୀ ବାସନ୍ତୀ ଲତା ଜେନା ଙ୍କ ରଚିତ କବିତା ସଂକଳନ ର ଦ୍ଵିତୀୟ ଅର୍ଘ୍ୟ “କରୁଣା କଣିକା” ମୁଖ୍ୟ ଅତିଥି ଏବଂ ସମ୍ମାନିତ ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି l ଏହି ପୁସ୍ତକ ର ସମୀକ୍ଷା ସ୍ଵପ୍ନା ମହାନ୍ତି ଏବଂ ପ୍ରଭାସିନୀ ମହାନ୍ତି କରିଥିଲେ l କବିତା ପାଠୋତ୍ସବ ର ଅଧ୍ୟକ୍ଷା ଭାବେ ହେମଲତା ମାଝୀ ଓ ମୁଖ୍ୟ ଅତିଥି ଭାବେ ମନୋରମା ମାଝୀ ଯୋଗଦେଇଥିଲେ। ଶୁଭଶ୍ରୀ ଗନ୍ତାୟତ, ସୁଶୋଭିତା ତୁରୁକ, ପ୍ରଭାସିନୀ ମହାନ୍ତି, କବିତା ପାଠୋତ୍ସବ ର ସଂଯୋଜନା କରିଥିଲେ। କନ୍ୟା ସଂଗଠନର ଉପ ସଭାପତି ରଘୁନାଥ ରଥ, କବି ସନ୍ତୋଷ ସାହୁ, ଆଇନଜୀବୀ ଶ୍ରୀକାନ୍ତ କୁମାର ପଣ୍ଡା, ଆଲୋକ ସାହୁ, ସାନୁଜ ପାତ୍ର, ଵାଲୁକା ଶିଳ୍ପୀ ବାଳ କୃଷ୍ଣ ଷଡ଼ଙ୍ଗୀ, ପି. ରବିକାନ୍ତ ରଘୁରାମ, ସୀମାନ୍ଚଳ ପାଢ଼ୀ, କାମିନୀ ପାଢ଼ୀ, ସନ୍ତୋଷ ଷଡ଼ଙ୍ଗୀ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଚିକା ସଂଘର ଅଧ୍ୟକ୍ଷା, ସମ୍ପାଦିକା, କାର୍ଯ୍ୟକର୍ତ୍ତା ଓ ସଦସ୍ୟ ମାନେ, ନବରଙ୍ଗପୁର ଜିଲ୍ଲାର କବି, କବୟତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦେଇଥିଲେ।

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (CHC) ରେ ବ୍ଲଡ଼ ବେଙ୍କ ଏବଂ ମେଡ଼ିସିନ ସ୍ପେଶାଲିଷ୍ଟ ନିଯୁକ୍ତି ପାଇଁ ସଚେତନ ନାଗରିକ ମଞ୍ଚ ତରଫରୁ ଦାବିପତ୍ର ପ୍ରଦାନ

masiha

ଆତ୍ମା କମିଟି ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ବିହନ ଟଙ୍କା ପ୍ରଦାନ

Sunil Chandra Nayak

ଅବସର କାଳୀନ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!