ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟଦେବ କଳାବିକାଶ କେନ୍ଦ୍ରର ରାଜ୍ୟସ୍ତରୀୟ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ

ରାଉରକେଲା/ ଜଗଦା ସ୍ଥିତ ଜୟଦେବ କଳାବିକାଶ କେନ୍ଦ୍ରର ରାଜ୍ୟସ୍ତରୀୟ ପ୍ରତିଭା ଅନ୍ବେଷଣ ଓ ମନୋରଞ୍ଜନ ଧର୍ମୀ ସଂଗୀତ ପ୍ରତିଯୋଗିତା ସେକ୍ଟର ୧୪ ଡିପିଏସ କିଣ୍ଡର ଗାର୍ଡେନ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସାଧାରଣ ସଂପାଦକ ପ୍ରଦୀପ କୁମାର ପଣ୍ଡାଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପିର ପ୍ରାକ୍ତନ ନିର୍ବାହୀ ନିର୍ଦ୍ଦେଶକ ଭାରତ ଭୂଷଣ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଏଭଳି କାର୍ଯ୍ୟକ୍ରମ ସଂଗୀତ କ୍ଷେତ୍ରରେ ଏକ ଆନ୍ଦୋଳନ ତଥା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି କହିଥିଲେ । ଝିଲିମା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ସର୍ବଶ୍ରୀ ସଂଜୀବ କୁମାର ମହାନ୍ତି, ରାଜୀବ ପାଣି,ରବି ଦାସ, ମଧୁସୂଦନ ମହାପାତ୍ର, ହୃଷିକେଶ ମହାନ୍ତି, ପ୍ରଭାତ କୁମାର ମହାନ୍ତି, ବ୍ରଜେନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ଏହାକୁ ଅଭିନବ ପ୍ରୟାସ ବୋଲି କହିବା ସହ ଗୋଟିଏ ମଂଚରେ ଗୀତିକବି ମାନଙ୍କୁ ସୁଯୋଗ ମିଳିବା ନିଶ୍ଚିତ ପ୍ରଶଂସନୀୟ ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତିଯୋଗୀ ମାନେ ନିଜ ପସନ୍ଦର କବିଙ୍କ କବିତା କୁ ସୁଗମ ସଂଗୀତ ଭାବେ ପରିବେଷଣ କରିଥିଲେ । ଗୁରୁ ଭାସ୍କର ପୁହାଣ ଓ ଡା ସୁଶାନ୍ତ କୁମାର ପାଣି ବିଚାରକ ଭାବେ ଦାୟିତ୍ବ ତୁଲାଇଥିବା ବେଳେ ବାଦ୍ୟ ଯନ୍ତ୍ରରେ ସର୍ବଶ୍ରୀ ଦେବେନ୍ଦ୍ର ରଣା, ସୁଶାନ୍ତ ସାହୁ, ନରସିଂହ ପାଣିଗ୍ରାହୀ, ବୁଲୁ ନାୟକ, ବିଶ୍ବନାଥ ପଟ୍ଟନାୟକ ଓ ସାଗର ବାରିକ ପ୍ରମୁଖ ସହଯୋଗ କରିଥିଲେ । ଏହି ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ୬୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗୀଙ୍କ ମଧ୍ୟରୁ ୧୦ ଜଣ ପ୍ରତିଯୋଗୀ ଙ୍କୁ ବଛାଯାଇ ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ତିନି ଜଣଙ୍କୁ ଚଳିତ ମାସ ୨୦ ତାରିଖରେ ହେବାକୁ ଥିବା ବାର୍ଷିକୋତ୍ସବରେ ଆକର୍ଷଣୀୟ ଅର୍ଥରାଶି, ଫଳକ ଓ ପ୍ରଶଂସା ପତ୍ର ପ୍ରଦାନ କରାଯିବ । ଏହାସହ ୪ଜଣଙ୍କୁ ସାନ୍ତ୍ବନା ମୂଳକ ପୁରଷ୍କାର ଦିଆଯିବ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ନରେନ ଦାସ, ସୁକାନ୍ତ କୁମାର ମହାପାତ୍ର, ରମେଶ ସୁନା, ପ୍ରଳୟ ଶତପଥୀ, ଶିବପ୍ରସାଦ ତ୍ରିପାଠୀ, ବାସୁଦେବ ଷଡଙ୍ଗୀ, ପ୍ରଭାତ ସାମଲ, ଶ୍ରଦ୍ଧାଶ୍ରୀ ପଟ୍ଟନାୟକ, ସମୀର ଜେନା, ଭୀମସେନ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଚନ୍ଦନ ମେମୋରିଆଲ ପେଣ୍ଟିଂ ପ୍ରତିଯୋଗିତା ଆସନ୍ତା ୨ରେ..

Sunil Chandra Nayak

ଗୋତୋମୁଣ୍ଡା ଠାରେ ଖୋଲିଲା ନୂତନ ପ୍ରାଥମିକ କୃଷି ସମବାୟ ସମିତି

Rayagada Division Observes Constitution Day at DRM Camp Office

Sunil Chandra Nayak

Leave a Comment

error: Content is protected !!