ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରାହ୍ମଣ ସମାଜ ର ବୈଠକ ଅନୁଷ୍ଠିତ

ପାପଡାହାଣ୍ଡି 14/05, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦରରେ ଥିବା ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ରବିବାର ବ୍ରାହ୍ମଣ ସମାଜର ବୈଠକ ଅନୁଷ୍ଠିତ ହୋଇଯାଇଛି | ପାପଡାହାଣ୍ଡି ବ୍ରାହ୍ମଣ ସମାଜ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିରୂପେ ନବରଙ୍ଗପୁର ଜିଲ୍ଲା ବ୍ରାହ୍ମଣ ସମାଜ ସଭାପତି ସୁରେଶ ଚନ୍ଦ୍ର ତ୍ରିପାଠୀ, ସମ୍ମାନିତ ଅତିଥିରୂପେ ଜିଲ୍ଲା ସଙ୍ଘଠନ ସମ୍ପାଦକ ଗଣେଶ୍ୱର ଦାସ, କର୍ମକାଣ୍ଡ ପୁରୋହିତ ଗୁପ୍ତ ପ୍ରସାଦ ଷଡ଼ଙ୍ଗୀ, କର୍ମକାଣ୍ଡ ପୁରୋହିତ ଶିବ ପ୍ରସାଦ ମିଶ୍ର, ମୁଖ୍ୟବକ୍ତା ଡ଼. ବିଜୟ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ | ସମ୍ପାଦକ ନୀଳକଣ୍ଠ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ, ବୈଠକରେ ବ୍ରାହ୍ମଣ ସମାଜର ସମସ୍ୟା, ବ୍ରାହ୍ମଣ ସମାଜର ସଂଘଠନ ସୁଦୃଢ କରିବା ଓ କର୍ମକାଣ୍ଡ ପ୍ରଶିକ୍ଷଣ ଖୋଲିବା ପାଇଁ ଆଲୋଚନା ହୋଇଥିଲା | ଉପ ସଭାପତି ସୁରେଶ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ସଂଜୀବ ପଣ୍ଡା, ମନୋଜ ରଥ, ରମେଶ ପାଣିଗ୍ରାହୀ, ସୁନୀଲ କୁମାର ଘଣ୍ଟ, ସିଦ୍ଧାର୍ଥ ସାବତ, ସତୀଶ ପାଳ ପ୍ରମୁଖ ସହଯୋଗ କରିଥିବା ବେଳେ ବ୍ରାହ୍ମଣ ସମାଜ ମହିଳା ମାନେ ଯୋଗ ଦେଇଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆଇ ଆର ବି ଯବାନଙ୍କ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ଯବହାର, ପ୍ରେସକ୍ଳବ ପକ୍ଷ୍ୟରୁ ଏସପିଙ୍କୁ ଦାବି ପତ୍ର

Sunil Chandra Nayak

ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ୩ ଦିନିଆ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଭାରତୀୟ ଡାକ ବିଭାଗ ଦ୍ଵାରା ମହିଳା ସଶକ୍ତିକରଣ ନିମନ୍ତେ ସରକାର ଙ୍କର ନୂଆ ଯୋଜନାର ଆଲୋକୀକରଣ

Sunil Chandra Nayak

Leave a Comment

error: Content is protected !!