ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା /ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ଆନ୍ତଃସ୍କୁଲ ସାଧାରଣ ଜ୍ଞାନ ପ୍ରତିଯୋଗିତା ସ୍ଥାନୀୟ ସେକ୍ଟର ୧୪ ସ୍ଥିତ ଡିପିଏସ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସହରର ବିଭିନ୍ନ ସ୍କୁଲ ର ଶତାଧିକ ଛାତ୍ର ଛାତ୍ରୀ ଭାଗ ନେଇ ନିଜ ଅନ୍ତର୍ନିହିତ ପ୍ରତିଭା ର ପରିଚୟ ଦେଇଥିଲେ l ଫାଉଣ୍ଡେସନ ର ଆବାହକ ଇଂ ନଳିନୀ କାନ୍ତ ଧର, ଅଶୋକ ପଟ୍ଟନାୟକ, ରାଜୀବ ପାଣି,ବିବେକାନନ୍ଦ ଦାସ, ଶଙ୍କର ଜେନା, କୁଞ୍ଜ ବିହାରୀ ରାଉତ, ସୂର୍ଯ୍ୟ ନାରାୟଣ ପାଢ଼ୀ,ସନ୍ତୋଷ ରଥ, ନିରୁପମା ପତି, ସ୍ମିତା ମିଶ୍ର, ଝୁନୁ ନାୟକ, ମୀରା ଦାସ, ପୂଜା, ପ୍ରାଚୀ, ଐଶ୍ୱରୀୟା ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗି ଙ୍କୁ ଉତ୍ସାହିତ କରିଥିଲେ l କୃତୀ ପ୍ରତିଯୋଗି ମାନଙ୍କୁ ଆସନ୍ତା ୨୧ ତାରିଖ ଦିନ ମିନାକ୍ଷୀ ଙ୍କ ଦ୍ୱିତୀୟ ପୂଣ୍ୟତିଥି ଅବସରରେ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଶ୍ରୀ ଉଗ୍ରତରା ପଡ଼ିଆରେ ରାୟଗଡ଼ ବ୍ଲକ ସ୍ତରୀୟ ଚଇତି ଅନୁଷ୍ଠିତ

Sunil Chandra Nayak

୭୮ ତମ ସ୍ଵାଧୀନତା ଦିବସ ଅବସରରେ ସି ଆଇ ଟି ୟୁ ପକ୍ଷରୁ ସ୍ଵାଧୀନତା ଓ ସମ୍ବିଧାନର ସୁରକ୍ଷା ଦାବିରେ ଗଣଦୌଡ

masiha

ଚିଲିଗୁଡା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦଣ୍ଡ ନୃତ୍ୟ

masiha

Leave a Comment

error: Content is protected !!