ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲୁଟ ଅଭିଯୋଗ ରେ ଦୁଇ ଗିରଫ କୋର୍ଟ ଚାଲାଣ

ନୂଆପଡା ଜିଲ୍ଲା ଖଡ଼ିଆଳ ମୁକ୍ତାପୁର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର ଓ ଲୁଟ ଘଟଣାରେ ଦୁଇ ଯୁବକ କୋର୍ଟ ଚାଲାଣ । ପୁଲିସ ସୁତରୁ ପ୍ରକାଶ ଯେ ଫେବ୍ରୁଆରୀ ୮ ତାରିଖରେ ଅଭିଯୋଗ କାରୀ ବିରଜା କୁମ୍ଭାର ମୁକ୍ତାପୁର ଗ୍ରାମରୁ ପ୍ରାଥନା ସଭାରେ ଯୋଗ ଦେବାକୁ ଆସୁଥିବା ବେଳେ ବାଟରେ ଦୁଇ ଜଣ ଯୁବକ ମନୁ ବାଗ ଓ ଜିତୁ ସାହୁ ବିରାଜ କୁମ୍ଭାରଙ୍କୁ ଅଟକାଇ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ତାଙ୍କଠାରୁ ୮୦୦୦ ହଜାର ଟଙ୍କା ଛଡାଇ ନେଇଥିଲେ । ଏନେଇ ଅଭିଯୋଗ ପରେ ଏସ ଆଇ କୁଳମଣି ବୁରଦା ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତ ଓ ସେମାନେ ବ୍ୟବହାର କରିଥିବା ମୋଟର ସାଇକେଲ ଓଡ଼ି ୨୬ ଡି ୪୪୬୦ କୁ ଜବତ କରି କେଶ ନ ୯୨/୨୨ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅପର୍ତ୍ତି ସେଠୀ ଙ୍କ କବିତା କାନ୍ଦଣା ଲହରୀ ନାହିଁ

Sunil Chandra Nayak

ଲଗାଣ ବର୍ଷା ରେ ଭାଙ୍ଗିଲା କୃଷି କାର୍ଯ୍ୟଳୟ ର ନୂତନ ପାଚେରୀ

Sunil Chandra Nayak

ଭବାନୀପାଟଣା ରେ ଅମୃତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!