ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଞ୍ଚଳିକ ଯୁବ ଯାଦବ ସମିତିର ସମାବେଶ

କୋକସରା,୧୪/୫- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ରବିବାର ଲଡୁଗାଁ ଆଞ୍ଚଳିକ ଯୁବ ଯାଦବ ସମିତିର ଏକ ସମାବେଶ ଅନୁଷ୍ଠିତ ହୋଇଛି। ପ୍ରଥମେ ଅତିଥି ମାନେ ମଞ୍ଚାସୀନ ହେବାପରେ ସମାଜର ଆରଧ୍ୟ ଦେବ ଯଦୁପତି ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରାଯାଇ ସଭାକାର୍ଯ୍ୟ ଆରମ୍ଭ ହେଇଥିଲା। ଏହାପରେ ସ୍ବର୍ଗତ ଉତ୍କଳ ଯାଦବ ମହାସଭାର ସମ୍ପାଦକ ଧନେଶ୍ୱର ଭାଟିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। କୋକସରା ବ୍ଳକ ଯୁବ ଯାଦବ ସଭାପତି ଶରତ ଚନ୍ଦ୍ର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାବେଶରେ ମୂଖ୍ୟ ଅତିଥିଭାବେ ଧର୍ମଗଡ଼ ବିଧାୟକ ମୌଷଧୀ ବାଗ ଯୋଗଦେଇ ଶିକ୍ଷା ବିନା ସମାଜର ଉନ୍ନତି ଅସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ। ବିଶିଷ୍ଟ ଅତିଥି ଭାବେ କୋକସରା ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ମୁଖ୍ୟବକ୍ତା ଭାବେ କୋକସରା ବ୍ଲକ ଯାଦବ ମହାସଭା ସାଧାରଣ ସମ୍ପାଦକ ଅଲେଖ ଗୋପାଳ ଯୋଗଦେଇ ଯୁବକ ବିନା ସମାଜ ତିଷ୍ଠିବା ଅସମ୍ଭବ, ତେଣୁ ଯୁବକ ମାନେ ସମାଜ ପାଇଁ ସଦା ସର୍ବଦା ଆଗଭର ହେବାପାଇଁ ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ପୂର୍ବତନ ଧର୍ମଗଡ଼ ଉପଖଣ୍ଡ ଯାଦବ ସମ୍ପାଦକ ଡମ୍ବରୁଧର ଖର୍ସେଲ, କୋକସରା ବ୍ଳକ ଯାଦବ ସଭାପତି ବିନୋଦ ରାଉତ, ସହ ସମ୍ପାଦକ ଧନସିଂ ବାଗ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ଜିଲ୍ଲା ଯୁବ ଯାଦବ ସମ୍ପାଦକ ହିମାଞ୍ଚଲ ରାଉତ, ଲଡୁଗାଁ ଅଞ୍ଚଳିକ ଯାଦବ ଉପସଭାପତି ଶଙ୍କର ବାରିକ, ରାଜିବ ହଂସ, କାର୍ଯ୍ୟକାରୀ ସଭାପତି ରୁଷ୍ୟଶୃଙ୍ଗ ଜାଲ, ସୁଧାଂଶୁ ଶେଖର ନାଗ, ମେଘନାଦ ଚଣ୍ଡୀ, କଳ୍ପେଶ୍ବର ଭାଟି, କୁସୁମଖୁଣ୍ଟି ଆଞ୍ଚଳିକ ଯାଦବ ସମିତି ସମ୍ପାଦକ ହିରଣ୍ୟ ବେହେରା, ଜଗଦୀଶ ନାଏକ, ତୁଲାରାମ ବେହେରା ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ସମାଜର ଅବହେଳିତ ଓ ଦୁର୍ବଳ ସ୍ଥିତିରେ ଥିବା ପରିବାର କୁ ସହଯୋଗ ପ୍ରଦାନ, ଶିକ୍ଷା, ସ୍ବାସ୍ଥ୍ୟ, ଅର୍ଥନୈତିକ, ରାଜନୈତିକ, ଓବିସି ସଂଗ୍ରକ୍ଷଣ ବ୍ୟବସ୍ଥା ଓ ବର୍ତ୍ତମାନ ଚାଲିଥିବା ଓବିସି ସର୍ଭେ ବିଷୟରେ ଆଲୋଚନା ହୋଇଥିଲା। ଏବଂ ରାଷ୍ଟ୍ରୀୟ ଓବିସି ଜାତି ଆଧାରିତ ଜନଗଣନା ପାଇଁ ଦାବି ଉଠିଥିଲା। ଏହି ସମାବେଶରେ ଫକୀର ମୋହନ ହଂସ, ମଧୁ ସୁଦନ ଚଣ୍ଡୀ, ମକରନ୍ଦ ହଂସ, ଈଶ୍ବର ହଂସ, ଭଗବାନ ହଂସ ସମେତ ବ୍ଳକର ବିଭିନ୍ନ ଅଞ୍ଚଳରୁ ଶତାଧିକ ଆଞ୍ଚଳିକ ଯାଦବ ସମାଜର କର୍ମକର୍ତ୍ତା ମାନେ ଯୋଗଦେଇ ଥିଲେ। ମଞ୍ଚକୁ ଲଡୁଗାଁ ଆଞ୍ଚଳିକ ଯୁବ ଯାଦବର ସମ୍ପାଦକ ଯୋଗୀନ୍ଦ୍ର ହଂସ ଓ ସୁଧୀର କୁମାର ନାଗ ପରିଚାଳନା କରିଥିଲେ। ଅନୀଲ ରାଉତ, ଅଶ୍ବିନୀ ରାଉତ, ମକ୍ରନ ବଚ୍ଛା, ଦୁର୍ଯୋଧନ ତାଣ୍ଡି, ଲିଙ୍ଗରାଜ ନାଗ, ରୁକ୍ମଣ ବାରିକ, କୁରୁକ୍ଷେତ୍ର ନାଗ, କିଶୋର ନାଗ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଗିରିଧାରୀ ଯୁଏଡ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମହାତ୍ମା ଗାନ୍ଧୀଙ୍କ ଙ୍କ ଶହୀଦ ଦିବସ ଅବସର ରେ   ସି ପି ଆଇ ଏମ୍ ପକ୍ଷରୁ ସଦଭାବନା ଦିବସ ରୂପେ ପାଳନ

masiha

ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଳାର ୩୯ ଗୋଟି ସ୍ଥାନରେ ଡା.ସାମୁଏଲ ଫେଡ୍ ରିକ୍ ହାନିମ୍ୟାନଙ୍କ ୨୭୧ ତମ ଜନ୍ମଜୟନ୍ତୀ ତଥା ବିଶ୍ୱ ହୋମିଓପାଥି ଦିବସ -୨୦୨୬ ମହା ସମାରୋହରେ ପାଳିତ 

Sunil Chandra Nayak

ରାଷ୍ଟ୍ରୀୟ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ଅଭିଭକ୍ତ କୋରାପୁଟ ଜିଲ୍ଲାର ମହେନ୍ଦ୍ର ?

Sunil Chandra Nayak

Leave a Comment

error: Content is protected !!