ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମ.ରାମପୁର ଅଞ୍ଚଳରେ ଲାଗୁଛି ମାଓ ପୋଷ୍ଟର: ଗତକାଲି ମାଣିକେରା ଓ ଆଜି ପୁଣି ବାରବନ୍ଧା ଅଞ୍ଚଳରେ

ସବୁଠି ପୋଲିସ ଇନ୍ଫର୍ମର ଙ୍କୁ କଡା ଚେତାବନୀ ଦେଇଛି କେକେବିଏନ ଡିଭିଜନାଲ କମିଟି

ମ.ରାମପୁର,୧୫/୦୫(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଞ୍ଚଳରେ ଏବେ ମାଓବାଦୀ ସକ୍ରିୟ ରହିଛନ୍ତି l ମାଓ ଦମନ ପାଇଁ ମ.ରାମପୁର, ମୋହନଗିରି, ଉର୍ଲାଦାନି, ଲୁବେନଗଡ ରେ ସିଆରପିଏଫ୍ କ୍ୟାମ୍ପ ରହିଛି l ତଥାପି ମାଓବାଦୀଙ୍କ ଚରାଭୂମି ପାଲଟିଛି ମ.ରାମପୁର ଅଞ୍ଚଳ l ଗତ ୯ ତାରିଖ ମଙ୍ଗଳବାର ଦିନ ସକାଳ ପ୍ରାୟ ସାଢେ଼ ୯ ଘଣ୍ଟା ସମୟରେ ମାଣିକେରା ପଞ୍ଚାୟତ ର ଟାପରଙ୍ଗ ଗାଁ ଭିତରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ମୁହାମୁହିଁ ହୋଇ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା l ଏହି ଘଟଣାପରେ ମାଓବାଦୀ ଚୁପ୍ ନ ରହି ଖୁବ୍ ସକ୍ରିୟ ହୋଇ ପଡିଛନ୍ତି l ଗତ କାଲି ମାଣିକେରା, ଡମ୍ୱ କର୍ଲାଖୁଣ୍ଟା ପଞ୍ଚାୟତ ଅଞ୍ଚଳ ଏବଂ ମ.ରାମପୁର – ମୋହନଗିରି ରାସ୍ତା ରେ ମାଓ ପୋଷ୍ଟର ଲାଗିଥିଲା l ଆଜି ପୁଣି ବାରବନ୍ଧା ପଞ୍ଚାୟତ ର ଜାମଗୁଡ଼ା ଓ ବେଲଗାଁ ଛକରେ ମାଓ ପୋଷ୍ଟର ଲାଗିଥିବା ଦେଖା ଯାଇଛି l ଦୁଇ ଦିନ ହେଲା ଲାଗ ଲାଗ ପୋଷ୍ଟର ଲାଗୁଥିବା ରୁ ଏବେ ମାଓବାଦୀ ବେଶ ସକ୍ରିୟ ଥିବା ଅନୁମାନ ହେଉଛି l ସବୁ ପୋଷ୍ଟର ରେ ପୋଲିସ ଖବର ଦାତାଙ୍କୁ କଡା ଚେତାବନୀ ଦେଇ କେକେବିଏନ ଡିଭିଜ୍ ନାଲ କମିଟି ଆହ୍ଵାନ ଦେଇଛି :- ଟଙ୍କା ବଡ଼ ନୁହେଁ,ଜୀବନ ବଡ ଭାବି ପୋଲିସ ଖବର ଦାତା କାମ ଛାଡ଼ନ୍ତୁ l ପୋଲିସ କଥାରେ ନିଜ ମାନବିକତା କୁ ବିକ୍ରି କରନ୍ତୁ ନାହିଁ l ପୋଲିସ ଅଫିସର ଓ ଗୁଇନ୍ଦା ଅଫିସରଙ୍କ ଭୟ,ଚାପରେ ଓ ପ୍ରଲୋଭାନରେ ପଡନ୍ତୁ ନାହିଁ l ଗାଁ ଗାଁ ରେ ପୁଲିସ ସୂଚନାଦାତାଙ୍କୁ ଚିହ୍ନିତ କରି ମାଓବାଦୀ ପାର୍ଟି କୁ ସୂଚନା ଦିଅନ୍ତୁ ଏବଂ ପୁଲିସ ସୂଚନାଦାତାଙ୍କୁ ଗାଁ ରୁ ବହିଷ୍କାର କରନ୍ତୁ l ପୁଲିସ୍ ଇନ୍ ଫର୍ମର କାମ ବଦଳେ ହାତ କୁ କାମ ପାଇଁ ସରକାର ପାଖରେ ଦାବି କରନ୍ତ l ଆଦିବାସୀ ଦଳିତ ଯୁବକ ମାନେ ଆର୍ ଏସ୍ଏସ,ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଯୋଗଦିଅନ୍ତୁ ନାହିଁ l କାରଣ ସଂଘ୍ ପରିବାର ଦଳିତ ବିରୋଧୀ l ମାଓବାଦୀ ପାର୍ଟି ଆପଣଙ୍କର , ପାର୍ଟି ଉପରେ ବିଶ୍ୱାସ ଓ ଭରସା ରଖି ପାର୍ଟି କୁ ବଞ୍ଚାଇବା ଆପଣଙ୍କ ଦାୟିତ୍ୱ ବୋଲି ଉଲ୍ଲେଖ ରହିଛି l ଏଥି ସହିତ ଗତ ଡିସେମ୍ବର୍ ମାସ ୬ ତାରିଖ,୨୦୨୨ ରେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାରେ ଦୁଇ ଜଣ ମହିଳା ମାଓବାଦୀ କମଳା ଓ ପଦ୍ମାଙ୍କୁ ପୋଲିସ ନିର୍ଯ୍ୟାତନା ଦେଇ ହତ୍ୟା କରିଥିବା ଘଟଣାକୁ ଘୋର ନିନ୍ଦା କରିଥିଲେ l ଏଇ ଦୁଇ ମାଓବାଦୀଙ୍କ ତ୍ୟାଗପୁତ ବଳିଦାନରେ ଲାଲ ବାହିନୀ ମଥାନତ କରି ସେମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ବ୍ରଜ ଶପଥ ନେଇଥିବା ଏକ ଲିପଲେଟ୍ ର ଲେଖାରୁ ଜଣାଯାଇଛି l 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

୪୨ କେଜି ଗଞ୍ଜେଇ ଜବତ, ଜଣେ ଅଟକ

Sunil Chandra Nayak

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଧର୍ଷଣ ନେଇ ଥାନାରେ ଏତଲା 

masiha

ଶିମିଳିପାଳରେ କୁମ୍ବିଂ ଅପରେସନକୁ ଜୋରଦାର କଲା ପୋଲିସ ଏବଂ ବନବିଭାଗ ! ମିଳିତ ଚଢାଉରେ ୮ ଦେଶି ବନ୍ଧୁକ ଜବତ ସହ ତିନି ଗିରଫ

Sunil Chandra Nayak

Leave a Comment

error: Content is protected !!