ସବୁଠି ପୋଲିସ ଇନ୍ଫର୍ମର ଙ୍କୁ କଡା ଚେତାବନୀ ଦେଇଛି କେକେବିଏନ ଡିଭିଜନାଲ କମିଟି
ମ.ରାମପୁର,୧୫/୦୫(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଞ୍ଚଳରେ ଏବେ ମାଓବାଦୀ ସକ୍ରିୟ ରହିଛନ୍ତି l ମାଓ ଦମନ ପାଇଁ ମ.ରାମପୁର, ମୋହନଗିରି, ଉର୍ଲାଦାନି, ଲୁବେନଗଡ ରେ ସିଆରପିଏଫ୍ କ୍ୟାମ୍ପ ରହିଛି l ତଥାପି ମାଓବାଦୀଙ୍କ ଚରାଭୂମି ପାଲଟିଛି ମ.ରାମପୁର ଅଞ୍ଚଳ l ଗତ ୯ ତାରିଖ ମଙ୍ଗଳବାର ଦିନ ସକାଳ ପ୍ରାୟ ସାଢେ଼ ୯ ଘଣ୍ଟା ସମୟରେ ମାଣିକେରା ପଞ୍ଚାୟତ ର ଟାପରଙ୍ଗ ଗାଁ ଭିତରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ମୁହାମୁହିଁ ହୋଇ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା l ଏହି ଘଟଣାପରେ ମାଓବାଦୀ ଚୁପ୍ ନ ରହି ଖୁବ୍ ସକ୍ରିୟ ହୋଇ ପଡିଛନ୍ତି l ଗତ କାଲି ମାଣିକେରା, ଡମ୍ୱ କର୍ଲାଖୁଣ୍ଟା ପଞ୍ଚାୟତ ଅଞ୍ଚଳ ଏବଂ ମ.ରାମପୁର – ମୋହନଗିରି ରାସ୍ତା ରେ ମାଓ ପୋଷ୍ଟର ଲାଗିଥିଲା l ଆଜି ପୁଣି ବାରବନ୍ଧା ପଞ୍ଚାୟତ ର ଜାମଗୁଡ଼ା ଓ ବେଲଗାଁ ଛକରେ ମାଓ ପୋଷ୍ଟର ଲାଗିଥିବା ଦେଖା ଯାଇଛି l ଦୁଇ ଦିନ ହେଲା ଲାଗ ଲାଗ ପୋଷ୍ଟର ଲାଗୁଥିବା ରୁ ଏବେ ମାଓବାଦୀ ବେଶ ସକ୍ରିୟ ଥିବା ଅନୁମାନ ହେଉଛି l ସବୁ ପୋଷ୍ଟର ରେ ପୋଲିସ ଖବର ଦାତାଙ୍କୁ କଡା ଚେତାବନୀ ଦେଇ କେକେବିଏନ ଡିଭିଜ୍ ନାଲ କମିଟି ଆହ୍ଵାନ ଦେଇଛି :- ଟଙ୍କା ବଡ଼ ନୁହେଁ,ଜୀବନ ବଡ ଭାବି ପୋଲିସ ଖବର ଦାତା କାମ ଛାଡ଼ନ୍ତୁ l ପୋଲିସ କଥାରେ ନିଜ ମାନବିକତା କୁ ବିକ୍ରି କରନ୍ତୁ ନାହିଁ l ପୋଲିସ ଅଫିସର ଓ ଗୁଇନ୍ଦା ଅଫିସରଙ୍କ ଭୟ,ଚାପରେ ଓ ପ୍ରଲୋଭାନରେ ପଡନ୍ତୁ ନାହିଁ l ଗାଁ ଗାଁ ରେ ପୁଲିସ ସୂଚନାଦାତାଙ୍କୁ ଚିହ୍ନିତ କରି ମାଓବାଦୀ ପାର୍ଟି କୁ ସୂଚନା ଦିଅନ୍ତୁ ଏବଂ ପୁଲିସ ସୂଚନାଦାତାଙ୍କୁ ଗାଁ ରୁ ବହିଷ୍କାର କରନ୍ତୁ l ପୁଲିସ୍ ଇନ୍ ଫର୍ମର କାମ ବଦଳେ ହାତ କୁ କାମ ପାଇଁ ସରକାର ପାଖରେ ଦାବି କରନ୍ତ l ଆଦିବାସୀ ଦଳିତ ଯୁବକ ମାନେ ଆର୍ ଏସ୍ଏସ,ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଯୋଗଦିଅନ୍ତୁ ନାହିଁ l କାରଣ ସଂଘ୍ ପରିବାର ଦଳିତ ବିରୋଧୀ l ମାଓବାଦୀ ପାର୍ଟି ଆପଣଙ୍କର , ପାର୍ଟି ଉପରେ ବିଶ୍ୱାସ ଓ ଭରସା ରଖି ପାର୍ଟି କୁ ବଞ୍ଚାଇବା ଆପଣଙ୍କ ଦାୟିତ୍ୱ ବୋଲି ଉଲ୍ଲେଖ ରହିଛି l ଏଥି ସହିତ ଗତ ଡିସେମ୍ବର୍ ମାସ ୬ ତାରିଖ,୨୦୨୨ ରେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାରେ ଦୁଇ ଜଣ ମହିଳା ମାଓବାଦୀ କମଳା ଓ ପଦ୍ମାଙ୍କୁ ପୋଲିସ ନିର୍ଯ୍ୟାତନା ଦେଇ ହତ୍ୟା କରିଥିବା ଘଟଣାକୁ ଘୋର ନିନ୍ଦା କରିଥିଲେ l ଏଇ ଦୁଇ ମାଓବାଦୀଙ୍କ ତ୍ୟାଗପୁତ ବଳିଦାନରେ ଲାଲ ବାହିନୀ ମଥାନତ କରି ସେମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ବ୍ରଜ ଶପଥ ନେଇଥିବା ଏକ ଲିପଲେଟ୍ ର ଲେଖାରୁ ଜଣାଯାଇଛି l