ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଣ୍ଡିଆରେ ପାଟ ବାଲିଯାତ୍ରା ଉଦଯାପିତ

ପାପଡାହାଣ୍ଡି,15/05, ମନିସ —-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡ଼େଙ୍ଗାଗୁଡ଼ା ପଞ୍ଚାୟତ ଭଣ୍ଡିଆ ଗ୍ରାମର ପାଟ ବାଲିଯାତ୍ରା ସୋମବାର ଉଦଯାପିତ ହୋଇଯାଇଛି | ଏହି ବାଲିଯାତ୍ରା ଗତ ଫେବୁଆରୀ 15 ତାରିଖ ରେ ଆରମ୍ଭ ହୋଇଥିଲା, ଉଦଯାପନୀ ଉତ୍ସବରେ ଆଖପାଖ ଗ୍ରାମରୁ ହଜାର ହାଜର ଲୋକଙ୍କ ଭିଡ଼ ଜମିଥିଲା | ଆଦିବାସୀ ପରମ୍ପରା ଅନୁଯାୟୀ ଗ୍ରାମର ଦେବାଦେବୀ ସନ୍ତୁଷ୍ଟ କରିବା ଭଲ ଫସଲ ଅମଳ, ଗ୍ରାମରେ ରୋଗ ବ୍ୟାଧୀ ପ୍ରବେଶ ନକରିବା ସହ ଗ୍ରାମରେ ସଦାସର୍ବଦା ସୁଖଶାନ୍ତି ବଜାୟ ରହିବା ପାଇଁ ଏହି ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ | ଭଣ୍ଡିଆ ର ମୁଖ୍ୟ ଆରାଧ୍ୟ ଦେବତା ଙ୍କ ସହିତ ଗ୍ରାମର ଅନ୍ୟ ଦେବାଦେବୀ ସନ୍ତୁଷ୍ଟ କରିବା ପାଇଁ 3 ମାସ ଧରି ବାଲିଯାତ୍ରା ପଡିଆରେ ପୂଜାର୍ଚନା କରାଯାଥିଲା | ବାଲିଯାତ୍ରା ଅବସର ନିକଟରେ ଭଣ୍ଡିଆ ନଦୀ ରୁ ବାଲି ସଂଗ୍ରହ ପରେ ସେଥିରେ ବିଭିନ୍ନ ବିହନ ଶସ୍ୟ ପକାଯାଇ 15 ଦିନ ରଖିବା ପରେ ବିହନ ଗଜା ହୋଇଥିଲା, ଆଜି ଗ୍ରାମର ମହିଳା ମାନେ ବାଲି ଚାଙ୍ଗୁଡ଼ି ମୁଣ୍ଡରେ ଧରି ଶୋଭାଯାତ୍ରାରେ ବାହାରି ବାଲିଯାତ୍ରା ମଣ୍ଡପ ରୁ ବାଲିଯାତ୍ରା ପଡିଆରେ ପହଂଚିଥିଲେ | ଆଦିବାସୀ ପରମ୍ପରା ଅନୁଯାୟୀ ଏହି ବିହନ ଭଲ ଗଜା ହେଲେ ଭଲ ଫସଲ ହୋଇଥାଏ ବୋଲି ଲୋକଙ୍କ ମଧ୍ୟରେ ବିସ୍ଵାଶ ରହିଛି |ଉଦଯାପନୀ ଉତ୍ସବ ରେ ଲୋକଙ୍କ ମନରଞ୍ଜନ ପାଇଁ ରାତି ରେ ଦୁଇଟି ଆଦି ବାସୀ ନାଟକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି | ବାଲିଯାତ୍ରା କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଉପାଧ୍ୟାକ୍ଷ ସୁଶାନ୍ତ ବେହେରା, ମୋକିଆ ସରପଞ୍ଚ ଜଗତ ଜୀବନ ନାୟକ ମୋକିଆ ପୂର୍ବତନ ସମିତି ସଭ୍ୟ ଯୁଗଳ କିଶୋର ବିଷୋୟୀ, ଉର୍ମିଳା ନାୟକ ପ୍ରମୁଖ ଯୋଗଦେଇଥିଲେ | ବାଲିଯାତ୍ରା ପରିଚାଳନା କମିଟି ରବି ସିଂଘ ପୂଜାରୀ, ଲକି ପୂଜାରୀ, ବନସିଂଘ ନାୟକ, ଲକି ଭତରା, ନରସିଂହ ଭତରା, ଲମ୍ବୋଦର ନାୟକ, ମୋହନ ଦାସ, ପୂରଣ ଭତରା, ମଙ୍ଗଳ ରାଜ ଭତରା,ଚନ୍ଦର ହରିଜନ ପ୍ରମୁଖ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାପାଳଙ୍କ ନୂତନ ପରିକଳ୍ପନା ଓ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଅଭିନବ ପ୍ରୟାସ ରେ ସରକାରୀ କର୍ମଚାରୀ ଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର

Sunil Chandra Nayak

ସଞ୍ଚୟ ପକ୍ଷ ପାଳନ:ବରିଷ୍ଠ ନାଗରିକ ଓ ପେନ୍‌ସନ୍ ଭୋଗୀଙ୍କ ନିମନ୍ତେ ସତନ୍ତ୍ର ଆର୍ଥିକ ସାକ୍ଷରତା ଶିବିର – ୨୦୨୫ ଅନୁଷ୍ଠିତ 

Sunil Chandra Nayak

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!