ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ବାବୁନି

ନବରଙ୍ଗପୁର.୧୫/୫(ମସିହା)ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ବିଜୁ ଜନତା ଦଳର ଯୁବ ସମ୍ପାଦକ ପଦରୁ ଆଜି ଜିଲ୍ଲା ଯୁବ ବିଜେଡ଼ି ସଭାପତି ଶିବାନନ୍ଦ ବିଷୋୟୀ ନିଲମ୍ବିତ କରିଥିବା ସୂଚନା ଦେଇଛନ୍ତି। ସୂଚନା ଥାଉକି ଗତ ୭ମେ ରେ ନନ୍ଦାହାଣ୍ଡି ବ୍ଲକ୍ ବଣିଆ ଗ୍ରାମ ନିକଟରେ ଥିବା ମାଁ ଭଣ୍ଡାର ଘରଣୀ କାଜୁ ମିଲରେ ଡ଼କାୟତ କରିବାକୁ ଆମ୍ବ ତୋଟା ରେ ରହି ରଣ ନୀତି କରୁଥିବା ସମୟରେ ନବରଙ୍ଗପୁର ପୋଲିସ କୌଣସି ସୂତ୍ରରୁ ସୂଚନା ପାଇ ବାବୁନି ସମେତ ୯ଜଣ ଙ୍କୁ କାବୁ କରି ଥାନା କୁ ନେଇଥିଲା।ଏ ନେଇ ବିଜେପି କଂଗ୍ରେସ ଆମ୍ ଆଦମୀ ପାର୍ଟି ସିଧା ସଳଖ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ଯେତେ ସବୁ ତେନ୍ତୁଳିଖୁଣ୍ଟି ବ୍ଲକ୍ କାର୍ଯ୍ୟକ୍ରମ ରେ ବାବୁନି ସହିତ ବିଧାୟକ ଙ୍କୁ ଦେଖି ବାକୁ ମିଳିଥିଲା। ଏପରିକି ଜିଲ୍ଲା କଂଗ୍ରେସ ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଧ୍ୟକ୍ଷା ନିର୍ବାଚନ ରେ ମଧ୍ୟ ତାଙ୍କ ଜଲବା ଦେଖିବାକୁ ମିଲିଥିଲା। ଏପରିକି ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କାର୍ଯ୍ୟରତ ସୁରକ୍ଷା କର୍ମଚାରୀ ସମେତ ଅନେକ ଲୋକ ଙ୍କୁ ଧମକ ଚମକ ଦେଇ ଟଙ୍କା ଆଦାୟ କରିବାର ଏପରିକି ଥାନା ରେ ଅଭିଯୋଗ କରିବୁ କି ମୋ ନାମ ଥାନା ବାଲା ଜାଣିଛନ୍ତି ବୋଲି କହୁଥିବା ମଧ୍ୟ ଅଭିଯୋଗ ରହିଛି ।ଏ ନେଇ ବିଧାୟକ ଙ୍କୁ ମଧ୍ୟ ଥରେ ଅବଗତ କରା ଯାଉଥିଲା। ତଥାପି ଧମକ ଚମକ ବାରମ୍ବାର ଦେଇ ଆସୁଥିଲେ। ଗତ ୭ମେ ରେ ପୋଲିସ୍ କାବୁ କରିବା ପରେ ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଲିବାରେ ଲାଗିଛି।ଏସବୁ ରହସ୍ୟ ଜାଣିବା ପରେ ଶାସକ ବିଜେଡି ତୁରନ୍ତ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଆଜି ସୂଚନା ମିଳିଛି। ବିଜେଡ଼ି ଦଳ ତରଫରୁ ସଫେଇ ଦିଆଯାଇଛି ଯେ ଦଳର କୌଣସି ବ୍ୟକ୍ତି ଯଦି ବିଶୃଙ୍ଖଳା କାର୍ଯ୍ୟ କରେ ଦଳ ତରଫରୁ ନିଶ୍ଚିତ ଭାବେ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସ୍ଥାନୀୟ ଭଜାପା ଦଳ ପକ୍ଷରୁ ତାଳଚେର ଉପଖଣ୍ଡ ବି ଡି ଓ କାର୍ଯ୍ୟାଳୟ ଘେରାଉ 

Sunil Chandra Nayak

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଲେ” ଆଶା ଭରସା “ସ୍ଵାଧୀନ ପାର୍ଟିର ୨ ପ୍ରାର୍ଥୀ

masiha

ବିଜେଡିର 26 ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଜଗତସିଂହପୁର ଜିଲ୍ଲାରେ ବିଶାଳ ସମାବେଶ

Sunil Chandra Nayak

Leave a Comment

error: Content is protected !!