ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପତ୍ନୀଙ୍କୁ ଜାଳିଦେଲା ମଦ୍ୟପ ସ୍ୱାମୀ, ପୁଅକଲା ଥାନାରେ ଅଭିଯୋଗ :ଅଧାପୋଡା ମୃତଦେହ ଜବତକଲା ପୋଲିସ

କାମାକ୍ଷାନଗର-(ମ ନି ସ)15/5/23 //ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା କେରଜୁଳି ପଂଚାୟତ ବାଲିସାହିରେ ଘଟିଛି ଏଭଳିଆ ଅଭାବନୀୟ ଘଟଣା ଆଜି ଅପରାହ୍ନ ସମୟ ପ୍ରାୟ ୩ଟା ବେଳକୁ ସ୍ୱାମୀ ପତ୍ନୀଙ୍କୁ ହତ୍ୟା କରି ଘର ପାଖରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।ସୂଚନା ଅନୁସାରେ ଗାଁର ରଙ୍ଗବତୀ ଦାସ (୫୪ବର୍ଷ) ଙ୍କୁ ଆଜି ତାଙ୍କ ସ୍ୱାମୀ ନିରଞ୍ଜନ ଦାସ (୫୮ବର୍ଷ) ହତ୍ୟା କରି ଘର ପାଖରେ ନିଆଁ ଲଗାଇ ଦେଇଥିବା ତାଙ୍କ ପୁଅ ବିକାଶ ଦାସ (୨୦ ବର୍ଷ) କଙ୍କଡାହାଡ଼ ଥାନାରେ ଅଭିଯୋଗ କରିଛନ୍ତି ।ଘରଟି ଜଙ୍ଗଲ ପାଖରେ ଅଛି ଆଉ ଏକୁଟିଆ ଘର ମଧ୍ୟ ।ଅଭିଯୋଗ ପାଇବା ପରେ ତୁରନ୍ତ ଘଟଣା ସ୍ଥଳରେ କାମାକ୍ଷାନଗର ଏସ୍ଡିପିଓ ରଂଜନ କୁମାର ଦେ ,ଥାନା ଅଧିକାରୀଣୀ ନିର୍ମଳା ଗୁଚ୍ଛାୟତ ଓ ସାଇଣ୍ଟିଫିକ ଟିମ ଯାଇ ତଦନ୍ତ କରିଛନ୍ତି ।ଅଧା ପୋଡା ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡ଼ିକାଲ ଆଣିବା ସହିତ ଏହା ଉପରେ ଅଧିକ ତଦନ୍ତ ଚାଲୁଥିବା ଏସ୍ଡିପିଓ କହିଛନ୍ତି ।ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣା ପଡିବ ବୋଲି କହିଛନ୍ତି ।ସ୍ୱାମୀ ଅଟକ ଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନର୍ଲା ଥାନା ଅନ୍ତର୍ଗତ ପୁଜୁଗୁର୍ହା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ , ସିଆରପିଏଫ ର ଚଢ଼ାଉ ବେଳେ ମାଓବାଦୀ ଙ୍କ ଛତ୍ର ଭଙ୍ଗ

Sunil Chandra Nayak

Rayagada Police Crack Down on Interstate Crime Ring, Arrest 5

masiha

ଛାତ୍ରୀକୁ ଅସଦାଚରଣ ଅଭିଯୋଗରେ ଟିଉସନ ଶିକ୍ଷକ ଅଟକ

Sunil Chandra Nayak

Leave a Comment

error: Content is protected !!