ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓୟୁଜେ ତରଫରୁ ଡିଆଇଜି ଙ୍କୁ ଦାବିପତ୍ର ପ୍ରଦାନ , ସାମ୍ବାଦିକ ଙ୍କ ନାମରେ ହୋଇଥିବା ମିଥ୍ୟାମାମଲା ପ୍ରତ୍ୟାହାର ଦାବି

ବନ୍ଧୁଗାଁ.୧୫.୦୫.୨୩, ରାୟଗଡା ଜିଲ୍ଲା ଗୁଣୁପୁରୁର ବରିଷ୍ଠ ସାମ୍ବାଦିକ ରଞ୍ଜିତ ପାଢୀଙ୍କ ବିରୁଦ୍ଦରେ ଆକ୍ରୋଶ ମୂଳକ ଓ ଯୋଜନା ବଦ୍ଧ ଭାବେ ଗୁଣୁପୁର ପୋଲିସ୍ କରିଥିବା ମିଥ୍ୟା ମାମଲା ପ୍ରତ୍ୟାହାର କରିବାକୁ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ୍ ଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲା ଓୟୁଜେ ସାମ୍ବାଦିକ ସଂଘ ଏକ ଦାବିପତ୍ର ପ୍ରଦାନ କରିବା ସହ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି।ପୋଲିସ୍ କରିଥିବା ମିଥ୍ୟା ମାମଲା କୁ ବିରୋଧ କରିବା ସହ ମିଥ୍ୟାମାମଲା ପ୍ରତ୍ୟାହାର କରିବା ସକାଶେ ସଂଘ ତରଫରୁ ଦାବି କରାଯାଇଛି।କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଦିଲ୍ଲିପ ମହାନ୍ତିଙ୍କ ସଭାପତିତ୍ବରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ ସଂଖ୍ୟାରେ ସାମ୍ବାଦିକ ମାନେ ଯୋଗ ଦେଇଥିଲେ । ଦିନକୁ ଦିନ ପୋଲିସ ର କାର୍ଯ୍ୟାନୁଷ୍ଠାନ ବହୁତ ହେଇଗଲା ,ବାରମ୍ବାର ସାମ୍ବାଦିକଙ୍କ ଉପରେ ଓଡିଶା ପୋଲିସ ଆକ୍ରୋସ ମୁଳକ ଭାବେ କାର୍ଯ୍ୟାନୁଷ୍ଠାନ ନେବା ବନ୍ଦ କରୁ,ଏଥିସହ ମିଥ୍ୟା ମାମଲା କରିଥିବା ପୋଲିସ କର୍ମଚାରିଙ୍କ ବିରୁଦ୍ଧରେ ରାଜ୍ୟ ସରକାର ଶୃଙ୍ଗଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମିଥ୍ୟା ମାମଲା ୭ ଦିନ ଭିତରେ ପ୍ରତ୍ୟାହାର କରାନଗଲେ ଆଗାମି ଦିନରେ ସାରା ରାଜ୍ୟ ର ଏସପି ଙ୍କ କାର୍ଯ୍ୟାଳୟ ଆଗରା ଧାରଣା ଦିଆଜିବ ବୋଲି ଆଲୋଚନା ହୋଇଛି ।ଗୁଣୁପୁର ଏସଡିପିଓ ସାମ୍ବାଦିକ ଶ୍ରୀ ପାଢି ଙ୍କ ବିଷୟ ରେ କଥା ହେବା ସକାଶେ କିଛି ସାମ୍ବାଦିକ ଯାଇଥିବା ବେଳେ ରଞ୍ଜିତ ପାଢି ଙ୍କୁ ଏନକାଉଣ୍ଟର କରିଦେବି ବୋଲି ରୋକ୍ ଠୋକ୍ ଧମକ ଦେବା କଥା କୁ ଡିଆଇଜି ଙ୍କୁ ଅବଗତ କରାଯିବା ସହ ଏସଡିପିଓ ଙ୍କ ବିରୋଧରେ ଶୃଙ୍ଗଳାଗତ କାର୍ଯ୍ୟାନୁଷ୍ଟାନ ନେବାକୁ ଦାବି କରାଯାଇଛି । ଡିଆଇଜି ସାମ୍ବାଦିକ ମାନଙ୍କ ସହ ଆଲୋଚନା କରିବା ପରେ ଏକ ନିର୍ଭୟ ପ୍ରତିଶୃତି ପ୍ରଦାନ କରିଛନ୍ତି।ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଦିଲିପ୍ ମହାନ୍ତି,ସାଧାରଣ ସମ୍ପାଦକ ରାଜେନ୍ଦ୍ର ଗୌଡ ,ସଂଗଠନ ସମ୍ପାଦକ ପରମେଶ୍ବର ସାହୁ,ଉପଦେଷ୍ଟା ପରୀକ୍ଷିତ ବିଶ୍ବାଳ,ଶସଧର ରାଉତ,ଟି .ଗୌରି ଶଙ୍କର,ରାଜ୍ୟ ସଂଗଠନ ସମ୍ପାଦକ ମନୋଜ ପଟ୍ଟନାୟକ,ରାଜ୍ୟ ଉପସଭାପତି ରାଜେଶ ପଟ୍ଟନାୟକ,ରାୟଗଡା ଜିଲ୍ଲା ସଭାପତି ରାଧାକୃଷ୍ନ ପଟ୍ଟନାୟକ,ନବିନ ସାହୁ,,ଅମିତାଭ୍ ବେହେରା ,ଘନଶ୍ୟାମ ରଥ,ଜିତେନ୍ଦ୍ର କୁମା ମିଶ୍ର,ସିଏଚ୍ ଭଗବତ ଆଚାରି ଙ୍କ ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ସାଗର ସାହିତ୍ୟ ସଂସଦର ଓଡିଆ ନବବର୍ଷ ପାଳନ ଓ ମଧୁ ବିକାଶ ଉନ୍ମୋଚନ 

masiha

ଜିଲ୍ଲାର ୬୦ଜଣ ଦିବ୍ୟାଙ୍ଗ ହେଲେ ଆତ୍ମନିର୍ଭରଶୀଳ 

Sunil Chandra Nayak

ଦୁର୍ଘଟଣା ରେ ୪ ଆହତ.,କାର ଓ ହାଇୱା ମଧ୍ୟରେ ମୁହାଁ ମୁଁହି ଧକ୍କା

masiha

Leave a Comment

error: Content is protected !!