ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଜନ ଦୂରରେ ଖାଦ୍ୟ ସୁରକ୍ଷା ଯୋଜନା, ଅସହାୟ ବିଶ୍ବ ମାଝୀ କୁ ସହାୟତା କେବେ? 

ଭବାନିପାଟଣା – – କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ସିଲେଟ ଗ୍ରାମ ପଞ୍ଚାୟତ ଅଧିନ ରୁପେଣ୍ ଗ୍ରାମର ଜଣେ ଭିନ୍ନକ୍ଷମ ଯୁବକ ବିଶ୍ବ ମାଝୀ (୪୦)ଙ୍କୁ ମିଳୁନି ଟଙ୍କିକିଆ ଚାଉଳ।ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଏହି ଅସହାୟ ବିଶ୍ବ ମାଝୀ ଜଣେ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ବ୍ୟକ୍ତିକୁ ୭୦୦ ଟଙ୍କା ଭତ୍ତାର ପ୍ରାବଧାନ ରହିଥିବା ବେଳେ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ଭାବେ ଅସହାୟ ଅବସ୍ଥାରେ ଜୀବନ କାଟୁଥିବା ବିଶ୍ବ ମାଝୀଙ୍କୁ ମିଳୁଛି ୫୦୦ ଟଙ୍କା।ଗୁରୁଣ୍ଡି ଗୁରୁଣ୍ଡି ବିତୁଛି ଜୀବନ। ଭିନ୍ନକ୍ଷମ ହୋଇ ଅସହାୟ ଜୀବନ ଜିଉଂଥିବା ବେଳେ ଦି ଓଳି ଭୋକିଲା ପେଟକୁ ଅନ୍ନ ଦି ମୁଠା ପାଇଁ ଅନ୍ୟ ଉପରେ ଭରସା କରି ରହିବାକୁ ପଡୁଛି।ପିତା ମାତାଙ୍କୁ ହରାଇ ଅନେକ ବର୍ଷ ବିତିସାରିଛି।ନିଜ ବାପା ମାଆଙ୍କ ସାହାରାରେ ବଞ୍ଚୁଥିବା ବିଶ୍ବ ଏବେ ଏକାକି ଜୀବନ ଜିଉଁଛନ୍ତି।ନିଜ ବଡ ଭାଇ ଭାଉଜଙ୍କୁ ଆଶ୍ରା କରି ରହିବାକୁ ପଡୁଛି।ଏଭଳି ଦାରୁଣ ଯନ୍ତ୍ରଣାରେ ଛଟପଟ ବିଶ୍ବ ମାଝୀ ଆଧାର୍ କାର୍ଡ ଭଳି ପରିଚୟ ପ୍ରମାଣପତ୍ର ଖଣ୍ଡିକ ମଧ୍ୟ କରି ପାରୁନାହାନ୍ତି। ଏଥିପାଇଁ ପ୍ରାୟ ୫୦ କିଲୋମିଟର ଦୂର ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟକୁ ଯିବାକୁ ପଡିବ।କିନ୍ତୁ ବିଶ୍ବଙ୍କ ପାଇଁ ତାହା ସମ୍ଭବ ହେଉନଥିବା ବେଳେ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହେବାକୁ ପଡିଛି।ଅସହାୟଙ୍କ ପାଖରେ ଅପହଞ୍ଚ ହୋଇପଡିଛି ସରକାରୀ ସହାୟତାର ଯୋଜନା।ସରକାରଙ୍କ ଏସବୁ ଯୋଜନାର ଅନ୍ତର୍ଭୁକ୍ତ ହେବା ପାଇଁ ଆଧାର୍ କାର୍ଡ ଭଳି ପରିଚୟ ପତ୍ର ବାଧ୍ୟତାମୂଳକ ଥିବା ବେଳେ ବିଶ୍ବ ମାଝୀଙ୍କ ଭଳି ବହୁ ଯୋଗ୍ୟ ହିତାଧିକାରୀ ବଞ୍ଚିତ ରହିଥିବାର ଅନେକ ଦୃଷ୍ଟାନ୍ତ ରହିଛି।ଥୁଆମୂଳ ରାମପୁର ବ୍ଲକ ଯୋଗାଣ ଅଧିକାରୀ ଶ୍ରୀ ସୁମନ୍ତ କୁମାର ମଲ୍ଲିକ ବିଶ୍ବ ମାଝୀଙ୍କ ଏହି ପ୍ରସଙ୍ଗ ଉପରେ ଅନୁଧ୍ୟାନ କରି ଯଥା ସମ୍ଭବ ବ୍ୟବସ୍ଥା କରାଯିବ ବୋଲି ମତ ପ୍ରକାଶ କରିଛନ୍ତି।ତେବେ ପ୍ରଶାସନ କେବେ ବିଶ୍ବ ମାଝୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରି ମାସିକ ଚାଉଳ ବ୍ୟବସ୍ଥା କରିବେ ତାହା ଦେଖିବା ବାକି ରହିଲା।

ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ

Related posts

ଢେଙ୍କାନାଳ ଜିଲ୍ଲା ଆଦିମ ଜନଜାତି ଜୁଆଙ୍ଗ ମହାସଂଘ ତରଫରୁ ପଞ୍ଚାୟତ ସ୍ତରୀୟ ସଂକୀର୍ତ୍ତନ ମଣ୍ଡଳୀ ମହାସଭା ଅନୁଷ୍ଠିତ

ନବରଙ୍ଗପୁରରେ ‘ବିକଶିତ ଭାରତ-ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ (ଗ୍ରାମୀଣ)’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ

ବିବେକସେନା ତରଫରୁ ପୁଲବାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!