ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସରlଗୁଡ଼ା ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ 

ନବରଙ୍ଗପୁର–(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ କୋଇଲାରି ଗ୍ରାମ ପଞ୍ଚାୟତ ର ସରlଗୁଡା ଗ୍ରାମ ସଦର ମହକୁମା ରେ ଆଜି ମହା ସମାରୋହରେ ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ ହୋଇଯାଇଛି l ଏହି ଅବସରରେ ଆଖ ପାଖ ଦେବା ଦେବୀଙ୍କ ପ୍ରତୀକ ଲାଠି କୁରୁଚି ଗ୍ରାମ ପରିକ୍ରମା କରି ମା ପେଣ୍ଡ୍ରାଣୀ ଠାକୁରାଣୀ ମନ୍ଦିର ନିକଟରେ ପହଞ୍ଚି ଜଗଦୀଶ ପୁଝାରୀ ଙ୍କ ଦ୍ଵାରା ପୂଜାର୍ଚନା କରାଯାଇଥିଲା lପୂଜାରୀ, ଶିରା ମାନେ ଉପସ୍ଥିତ ରହି ପୂଜାକାର୍ଯ୍ୟ ସମାପନ କରି ଥିବା ବେଳେ ଉକ୍ତ ଯାତ୍ରାରେ ବହୁ ଉଠା ଦୋକାନୀ ମାନଙ୍କ ଭିଡ ସାଙ୍ଗକୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା lଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ରାତ୍ରୀରେ ମନୋରଞ୍ଜନ ନିମନ୍ତେ କୋରାପୁଟ ଜିଲ୍ଲାରୁ କଟରିଗୁଡl ଗ୍ରାମର ମା ତାରେଣୀ ନାଟ୍ୟ ସଂଘ କର୍ଣ୍ଣ ଗୁରୁ ଙ୍କ “ମୋ ପ୍ରେମିକା ଦେଲା ପ୍ରେମରେ ଧକ୍କା” ନାଟକ ପ୍ରଦର୍ଶନ କରାଯିବ l ଉକ୍ତ ଯାତ୍ରାର କମିଟି ବୃନ୍ଦ ଙ୍କ ମଧ୍ୟରେ କପୁର ଚନ୍ଦ୍ର, ଲାଇବନ,ଚୈତନ୍ୟ, ଚନ୍ଦ୍ର, ଶୁକଦେବ, କୈଳାଶ, ସଦା, ଅଭି,ନରହରି, ସନlଧର,ନରସିଂ,ଗୁରୁବାରୁ,ବଇସୂ ପ୍ରମୁଖ ଗ୍ରାମର ଅନ୍ୟ ଭଦ୍ର ବ୍ୟକ୍ତି ସହଯୋଗ ରେ ସରସ ସୁନ୍ଦର ହୋଇ ପାରି ଥିଲା lଏଠାରେ ପ୍ରକାଶ ଯୋଗ୍ୟ ଯେ,ଏହି ଯାତ୍ରା ସରାଗୁଡl,ଝାଲିଆଗୁଡl ଓ କେନ୍ଦୁଗୁଡl ୩ଟି ଗ୍ରାମ ମିଶି କାହିଁ ଆଦିମ କାଳରୁ ହୋଇ ଆସୁଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆନନ୍ଦ ବଜାର ମା କାମନା କାଳୀଙ୍କ ପିଠରେ ମେରୁ ପର୍ବ ପାଳିତ

Sunil Chandra Nayak

ବୃନ୍ଦାବାହାଲ ଠାରେ ଶ୍ରୀମଦ ଭାଗବତ ପାରାୟଣ ଉଦଯାପିତ

Sunil Chandra Nayak

ଶ୍ରୀରାମ ଧ୍ଵନିରେ ପ୍ରକମ୍ପିତ ହେଲା କୋକସରା ଠାରୁ ଡୋକରୀଚଞ୍ଚରା ମଧୁ ମାଧବ ତୀର୍ଥ

Sunil Chandra Nayak

Leave a Comment

error: Content is protected !!