ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶେଷ ହେଲା ମା ଇଦଲାମା ଠାକୁରାଣୀ ଘଟ ଯାତରା

ବନ୍ଧୁଗାଁ.୧୭।୦୫।୨୩, ବନ୍ଧୁଗାଁ ବ୍ଲକ ସଦର ମା ଇଦଲାମା ଠାକୁରାଣୀଙ୍କ ନବ ଦିନ ଧରି ଚାଲିଥିବା ଘଟ ଯାତରା ଆଜି ଶେଷ ହୋଇ ଯାଇଛି । ନଅ ଦିନ ଧରି ଠାକୁର ଏକ ଅସ୍ଥାଇ ମନ୍ଦିରେ ରହି ଭକ୍ତଙ୍କୁ ଦର୍ଷନ ଦେବା ପରେ ଆଜି ନିଜ ସ୍ଥାଇ ମନ୍ଦିରକୁ ଫେରି ଯାଇଛନ୍ତି । ଗତ ଆଠ ତାରିଖ ସୋମବାର ଦିନ ଯାତରା ଅଣା ଯାଇଥିଲା ବେଳେ ମଙ୍ଗଳବାର ଦିନ ବିଶ୍ରାମ ପରେ ବୁଧବାର ଦିନ ଠାକୁର ଘର ଘର ବୁଲି ଭକ୍ତଙ୍କୁ ଦର୍ଷନ ଦେଇଥିଲେ । ଏହା ମଧ୍ୟରେ ବିଭିନ୍ନ ପ୍ରକାରର ଅଲୌକିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ବେଳେ ଏସବୁ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିଲା । ଆଜି ମା ନିଜ ମନ୍ଦିରକୁ ଫେରିବା ସମୟରେ ମନ୍ଦିର ନିକଟରେ ପ୍ରବଳ ଗହଳି ନଜରକୁ ଆସିଥିଲା।ଅନେକ ମାନସିକ ଧାରି ମାନେ ମୁଣ୍ଡନ ହେବାସହ ଛେଳି,କୁକୁଡା ବଳି ଦେଇଥିଲେ । ମାଙ୍କ ପିଠ ରକ୍ତ ରଞ୍ଜିତ ହୋଇ ଉଠିଥିଲା। ଏହି ଯାତରାର ଆୟୋଜକ ମାନେ ହେଲେ ଗାଁର ଛୋଟ ବଡ଼ ଭଦ୍ର ବ୍ୟକ୍ତିଗଣ ଦାୟୀତ୍ୱ ନେଇ ନବ ଦିନ  କିପରି ଶ୍ରଦ୍ଧାଳୁ ମାନେ ମାଙ୍କ ଦର୍ଶନ ଶାନ୍ତିରେ କରିପାରିବେ ଓ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୂଜା କମଟିର ସମସ୍ତ ସଦସ୍ୟ ରହି ମା ଇଦାଲାମା ଗାଁ ଠାକୁରାଣୀ ଘଟ ଯାତରା ଶାନ୍ତି ଶୃଙ୍ଖଳାରେ ଆରମ୍ଭ ହୋଇ ଆଜି ଶେଷ ହୋଇଅଛି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

କାମାକ୍ଷାନଗର ଜଗନ୍ନାଥ ମନ୍ଦିରରେ ସାବିତ୍ରୀ ବ୍ରତ ପାଳିତ

୩୪ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ୧୫ ଦିନ ନିମନ୍ତେ ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ ପାଇଁ ନିଷ୍ପତି

Sunil Chandra Nayak

ବନ୍ଧୁଗାଁରେ ସ୍ତାନେ ସ୍ତାନେ ପାଳିଲେ ଗଣେଶ ପୂଜା 

masiha

Leave a Comment

error: Content is protected !!