ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜଳବନ୍ଦୀ ଅଞ୍ଚଳରେ ରାସ୍ତା କାମ କୁ ନେଇ ଗୋଷ୍ଠି ସଂଘର୍ଷ ଗ୍ରାମ୍ୟ ବାତାବରଣ ଦୁଷିତ :ଫାଙ୍କା ଗୁଳି ଚାଳନା ଅଭିଯୋଗ

ତେନ୍ତୁଳିଖୁଣ୍ଟି -୧୭/୦୫/୨୩ – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ଜଳ ବନ୍ଦୀ ଅଞ୍ଚଳ ତଲଙ୍ଗ ରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ରାସ୍ତା କାମ କୁ ନେଇ ୧୬ ମଇ ଦିବା 11ରେ ଗଣ୍ଡଗୋଳ ହୋଇଛି। ଏପରିକି ଫାଙ୍କା ଗୁଳି ଚାଳନା ହୋଇଥିବା ନେଇ ଖାତିଗୁଡା ଥାନା ରେ ଅଭିଯୋଗ ହୋଇଛି। ଗଣ୍ଡଗୋଳ ବେଳେ ଭିଡିଓ ଉତ୍ତୋଳନ କରୁଥିବା ଗ୍ରାମର ଜଣେ ଯୁବକ ଙ୍କ ମୋବାଇଲ ବିରୋଧୀ ଗୋଷ୍ଠି ଭାଙ୍ଗି ଦେଇଥିବା ଅଭିଯୋଗ ହେଉଛି। ରାସ୍ତା କାମ କରୁଥିବା ତଲଙ୍ଗ ଗ୍ରାମବାସୀଙ୍କୁ ଗୁରୁମାଇ ଗୁଡା ରେ ରହୁଥିବା କୁଶ ହରିଜନ ଙ୍କ ପୁଅ ମିଥୁନ ଓ ଅବଦୁଲ ଗଣ୍ଡଗୋଳ କରିବା ସହ ତାଙ୍କ ସହ ଆସିଥିବା ଯୁବକମାନେ ମାରଣାସ୍ତ୍ର ଧରି ଆସି କିଛି ତଲଙ୍ଗ ବାସୀ ଙ୍କୁ ଟାଙ୍ଗିଆ ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ବେଳେ ଘୁଞ୍ଚି ଯିବାରୁ ମୁଣ୍ଡ କୁ ବେଣ୍ଟ କେବଳ ବାଜିବାରୁ ମୁଣ୍ଡ ଫାଟି ଥିବା ଅଭିଯୋଗ ହୋଇଛି । ସେମାନେ ପ୍ରଥମେ ଛ ସାତ ଜଣଙ୍କୁ ଠେଙ୍ଗାରେ ମାରି ଧରା ଶାୟି କରିଥିଲେ। ଲକ୍ଷ ଟଙ୍କା ଦିଅନହେଲେ ମୁଣ୍ଡ ଗଡିବ ବୋଲି ଧମକ ଦେଇଥିଲେ ବୋଲି ଗୁଲା ମୁଦୁଲି ଖାତିଗୁଡା ଥାନାରେ ଅଭିଯୋଗ କରିଛନ୍ତି। କୃଷ ,ମିଥୁନ ,ଅବଦୁଲ ଙ୍କ ସହ ପିଣ୍ଟୁ ମୁଦୁଲି ଚକ୍ର ମୁଦୁଲି ଓ ପତି ମୁଦୁଲି ପ୍ରମୁଖ ଙ୍କ ଗଣ୍ଡଗୋଳ ରେ ଭୟଭୀତ ହୋଇ ଚାଲିଯାଇଥିଲୁ ବୋଲି ଅଭିଯୋଗ କରିଛନ୍ତି। ବିଡ଼ିଓ ଙ୍କ ନିର୍ଦେଶ ରେ ତଲଙ୍ଗ ବାସୀ କାମ କରୁଥିବା ବେଳେ ଗ୍ରାମ ରକ୍ଷି କୃଷ ତାଙ୍କ ପଲଟନ ସହ ଆସି ଆମେ ଏକ ଲକ୍ଷ ଖର୍ଚ୍ଚ କରିଛୁ ତମକୁ କାମ କରିବାକୁ ଦେବିନି ବୋଲି ଧମକ ଦେଇଥିବା ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଅଭିଯୋଗ ରେ ଗ୍ରାମରକ୍ଷୀ ବିଛିନ୍ନା ଞ୍ଚଳ ହୋଇଥିବା ରୁ ଅଞ୍ଚଳରେ ଆତଙ୍କ ଖେଳାଇ ରହିଛି ନା ନା ପ୍ରକାର କାମରେ ଲିପ୍ତ ରହୁଛି ବୋଲି ଅଭିଯୋଗ କରିଛନ୍ତି। ଆଇ ଆଇ ସି ଦୀପକ ଲେଙ୍କା ଙ୍କୁ ପଚାରିବାରୁ ଉଭୟ ପକ୍ଷ ରୁ ଅଭିଯୋଗ ଆସିଛି ,ଆର୍ମସ ଆକ୍ଟ ତଥା ଅନ୍ୟାନ୍ୟ ଦଫାରେ କେଶ କରଯାଇ ତଦନ୍ତ କରି ଦୋଷୀମାନଙ୍କୁ ବି ଗିରଫ କରାଯିବ।ରକ୍ତାକ୍ତ ହେବା ଓ ଫାଙ୍କା ଗୁଳି ଚାଳନା ହେବାଘଟଣା ଗୁରୁତର ଓ ବହୁ ପ୍ରଭାବଶାଳୀ ସଂଶ୍ଲିଷ୍ଟ ଥିବା ମନେ ହେଉଛି ଏହାର ତଦନ୍ତ ହୋଇ ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉଛି ନା ନାହିଁ ଦେଖିବା କୁ ରହିଲା।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

କାଠ ଜବତ , ୨ ଗିରଫ

Sunil Chandra Nayak

ମହିଳା କମିଶନଙ୍କ ହସ୍ତକ୍ଷେପ ପରେ ରୁଜୁ ହେଲା ମାମଲା , ସ୍କୁଲ ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ : ଜେଲ ଗଲେ ଶିକ୍ଷକ

masiha

ରାଇରଙ୍ଗପୁର ଅବକାରୀ ବିଭାଗର ଚଢ଼ାଉ !ତେଣ୍ଟପୋଷୀ ଗ୍ରାମରେବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଆନୁମାନିକ .୩ ଲକ୍ଷ ୫୦ ହଜାର ଟଙ୍କାର ସାମଗ୍ରୀ ଜବତ

masiha

Leave a Comment

error: Content is protected !!