ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁରରେ ଡିଜେଲ ମାଫିଆଙ୍କ ରାକେଟ ସକ୍ରିୟ; ୩ ଜଣଙ୍କୁ ବାନ୍ଧିଲା ପୋଲିସ

ମୟୂରଭଞ୍ଜ – (ମସିହା) ଦିନକୁ ଦିନ ଚୋରା ଡିଜେଲ ମାଫିଆଙ୍କ ବେଆଇନ କାର୍ଯ୍ୟକଳାପ ବୃଦ୍ଧି ପାଉଛି ।ଯାହାକୁ ନେଇ ରାସ୍ତାକଡ କିମ୍ବା ଜାତୀୟ ରାଜପଥ ପାର୍ଶ୍ବଢ଼ାବା ପାଖରେ ଅଟକୁ ଥିବା ଟ୍ରକ ମାଲିକ ଏବଂ ଡ଼୍ରାଇଭରଙ୍କ ନିଦ ହଜାଇ ଦେଇଛି ।ଏଭଳି ଘଟଣା ଦେଖିବାକୁ ମିଳୁଛି ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ପୁରୁଣାପାଣି ନିକଟ ଜାତୀୟ ରାଜପଥ ୨୨୦ ନମ୍ବର ରାସ୍ତାକଡ଼ରେ ଏକ ଲୁହାପଥର ବୋଝେଇ ଟ୍ରକ ଗାଡ଼ି ଅଟକ ରଖି ବିଶ୍ରାମ ନେଉଥିବା ବେଳେ ଚୋରା ଡିଜେଲ ମାଫିଆମାନେ ଡିଜେଲ ଚୋରୀ କରି ନେଇ ଖସି ପଳାଉଥିବା ସମୟରେ ପିସିଆର ଗାଡି ସହ ମୁହାଁମୁହିଁ ହୋଇଥିଲେ ।ଗାଡିଟି ପୋଲିସ ଗାଡ଼ିକୁ ଚକମା ଦେଖାଇ ଦୃତ ଗତିରେ ଆସି ପଳାଇଥିଲେ । ଏହାକୁ ନେଇ ଟ୍ରକ ଟାଉନ‌ ଥାନାରେ ଲିଖିତ ଅଭିଯୋଗ କଲାପରେ ଏକ ମାମଲା ରୁଜୁ ହୋଇଥିଲା ।ପୋଲିସ ଘଟଣାକୁ ନେଇ ରାଇରଙ୍ଗପୁର ପୌରାଞ୍ଚଳ ଓ୍ବାର୍ଡ ନମ୍ବର ୧୦ ର ସେକ ସାହାବୁଦ୍ଦିନ ହୁସେନ, ମହମ୍ମଦ ଇନ୍ତେଜାର ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଗ୍ରୋସରୀ ଦୋକାନରୁ ଲୁଟ:ଥାନାରେ ଅଭିଯୋଗ 

masiha

ଭିଜିଲାନ୍ସ ଟ୍ରାପରେ ଥୁଆମୂଳ ରାମପୁର ମୃତ୍ତିକା ସଂରକ୍ଷଣ ଓଭରସିୟର

Sunil Chandra Nayak

ରାଇରଙ୍ଗପୁର ପୋଲିସ ଦ୍ବାରା ଗୋମାଂସ ସହ କାର୍ ଜଵତ

Sunil Chandra Nayak

Leave a Comment

error: Content is protected !!