ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକଙ୍କ ଭୁଲ ଯୋଗୁଁ ବିଦ୍ୟୁତ୍ ବିଭାଗ ନାକେଦମ୍ : ୬ ଘଣ୍ଟା ହେଲା ବିଶ୍ବନାଥପୁର ଅଞ୍ଚଳରେ ବିଜୁଳି ଗୁଲ୍

ଲାଞ୍ଜିଗଡ଼,୧୭/୦୫(ମନିସ)-ଗତକାଲିଠାରୁ ଗ୍ରୀଷ୍ମ ପ୍ରବାହ ବ୍ରୁଦ୍ଧି ସାଙ୍ଗକୁ ବିଦ୍ୟୁତ ବିଭ୍ରାଟ ଜନସାଧାରଣଙ୍କ ଦୁଃଖ ବଢ଼ାଇଦେଇଛି ! ପ୍ରବଳ ଗରମରେ ଲୋକେ ସନ୍ତୁଳି ହେଉଥିବାବେଳେ ବିଦ୍ୟୁତକାଟ ଲୋକଙ୍କୁ ହଇରାଣରେ ପକାଇଛି ! ତେବେ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଗତକାଲି ଦିନତମାମ ଓ ଆଜି ଦିନର ୬ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତକାଟ ପାଇଁ ବିଦ୍ୟୁତବିଭାଗ ନୁହେଁ ବରଂ ଲୋକେ ଦାୟୀ ! କାରଣ ଗତକାଲି କେସିଙ୍ଗାରୁ ବିଶ୍ବନାଥପୁର ତଥା ଲାଞ୍ଜିଗଡ଼କୁ ବିଦ୍ୟୁତ ସଂଯୋଗ କରୁଥିବା ପରିବାହୀ ପଥର ଢେପଗୁଡ଼ା ଘାଟି ନିକଟରେ କେହି ଦୁବ୍ରୁର୍ତ୍ତ ଏକ ବିରାଟ ଗଛରେ ନିଆଁ ଲଗାଇ ଦେଇଥିବାବେଳେ ନିଆଁରେ ପୋଡ଼ି ଗଛଟି ବିଦ୍ୟୁତ ତାର ଓ ଖୁଣ୍ଟ ଉପରେ ପଡ଼ିଯିବାରୁ ବିଦ୍ୟୁତ ତାର ଛିଣ୍ଡି ପଡ଼ିବା ସହ ୧୫ରୁ ଅଧିକ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଥିଲା ! ଫଳରେ ଗତକାଲି ଦିନତମାମ ଲାଞ୍ଜିଗଡ଼ ବ୍ଲକର ମୁଖ୍ୟାଳୟ ବିଶ୍ବନାଥପୁର, ଲାଞ୍ଜିଗଡ଼, ଲାଞ୍ଜିଗଡ଼ ରୋଡ଼ ଆଦି ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବାଧିତ ହୋଇଥିଲା ! ଏପରିକି ବିଦ୍ୟୁତ୍ ସଂଯୋଗ ନିୟମିତ କରିବାକୁ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ନାକେଦମ୍ ହୋଇପଡ଼ିଥିଲେ ! ଠିକ୍ ସେହିପରି କେସିଙ୍ଗାରୁ ବିଶ୍ବନାଥପୁର ଓ ଲାଞ୍ଜିଗଡ଼କୁ ଆସିଥିବା ବିଦ୍ୟୁତ ତାର ଉପରେ ସିରୋଲ ନିକଟରେ କେହି ଜଣେ ବ୍ୟକ୍ତି ଏକ ବିରାଟ ଗଛ କାଟୁଥିବାବେଳେ ବିଦ୍ୟୁତ ତାର ଓ ଖୁଣ୍ଟ ଉପରେ ପଡ଼ିଯିବାରୁ କେସିଙ୍ଗା, ନର୍ଲା ସମେତ ବିଶ୍ବନାଥପୁର, ଲାଞ୍ଜିଗଡ଼, ଲାଞ୍ଜିଗଡ଼ ରୋଡ଼, ମଧୁପୁର ଆଦି ଅଞ୍ଚଳରେ ସକାଳ ୯ଟାରୁ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ବାଧିତ ହୋଇଥିଲା ! ପ୍ରବଳ ଗରମ, ଗୁଳୁଗୁଳି ସତ୍ତ୍ବେ ବିଦ୍ୟୁତ ବିଭାଗର କର୍ମଚାରୀମାନଙ୍କ ଦୀର୍ଘ ୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ସ୍ଥିତି ସ୍ବାଭାବିକ ହୋଇଛି ! ତେବେ ଖରା ଯୋଗୁଁ ଗରମ ହେଉଥିବାବେଳେ କିଛି ଲୋକଙ୍କ ସଚେତନତାର ଅଭାବ ଓ ଦାୟିତ୍ବହୀନତା ଯୋଗୁଁ ଆଜିକୁ ୨ ଦିନ ହେଲା ନର୍ଲା ଓ ଲାଞ୍ଜିଗଡ଼ ବ୍ଲକରେ ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି ! ଏପରି ପରିସ୍ଥିତିରେ ଜୀବନକୁ ପାଣି ଛଡ଼ାଇ ବିଦ୍ୟୁତ୍ ସେବାରେ ନିୟୋଜିତ କର୍ମଚାରୀଙ୍କୁ ସମ୍ମାନ ଦିଆଯିବା ଉଚିତ୍ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ! 

ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଜୁନାଗଡ଼ କୋର୍ଟ ପରିସରରେ ମଧୁବାବୁ ଜୟନ୍ତୀ ମହାସମାରୋହ ରେ ପାଳିତ 

Sunil Chandra Nayak

ଦୁର୍ଘଟଣା ରେ ଜଣେ ମୃତ ,ତିନିଜଣ ଆହତ

Sunil Chandra Nayak

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!