ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରେଳ ପ୍ରକଳ୍ପ ଉଦ୍ଘାଟନ ସମୟରେ ବିଜେଡି ବିଜେପି ନେତାଙ୍କ ତୁ ତୁ-ମେଁ ମେଁ ରେ ଶେଷ , ଅଧାରୁ ମଞ୍ଚ ଛାଡି ପଳାଇଲେ ମନ୍ତ୍ରୀ ଓ ଏମ.ପି.

କାମାକ୍ଷାନଗର(ମ ନି ସ)18/5/3/23 ଅନୁଗୁଳୁ ସୁକିନ୍ଦା ରେଳ ଲାଇନର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ କାମାକ୍ଷାନଗର ଠାରେ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନମନ୍ତ୍ରି ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ଭିଡିଓ କନଫରେନ୍ସି ମାଧ୍ୟମରେ ଉଦ୍ଘାଟନ କରିବାର ରହିଥିବା ବେଳେ କାମାକ୍ଷାନଗର ଠାରେ ରେଳ ବିଭାଗ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଖଣି,ଇଷ୍ପାତ ଓ ପୂର୍ତ୍ତ ବିଭାଗର ମନ୍ତ୍ରି ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ଥିବା ବେଳେ ,ସନ୍ମାନିତ ଅତିଥି ଭାବେ ସାସଂଦ ମହେଶ ସାହୁ ଯୋଗଦେଇଥିଲେ।ମଞ୍ଚରେ ପୂର୍ବତନ ସାସଂଦ ରୁଦ୍ରନାରାୟଣ ପାଣି,ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଶତୃଘ୍ନ ଜେନା,ମଣ୍ଡଳ ସଭାପତି ବିଭୂତି ପଟନାୟକ ଉପସ୍ଥିତ ଥିଲେ।କିନ୍ତୁ ମଞ୍ଚରେ କେବଳ ମନ୍ତ୍ରି ଓ ସାସଂଦ ନିଜର ବକ୍ତବ୍ୟ ରଖିଥିବା ବେଳେ ଅନ୍ୟ ମାନଙ୍କୁ କହିବାର ସୁଯୋଗ ଦିଆଯାଇନଥିଲା।ଶେଷ ପର୍ଯ୍ୟାୟରେ ରୁଦ୍ରନାରାୟଣ ପାଣି ନିଜ ଆଡୁ ଯାଇ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ସମୟରେ ସଭା କାର୍ଯ୍ୟ ସରିନଥିବା ବେଳେ ମଞ୍ଚରୁ ମନ୍ତ୍ରି ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ସାଂସଦ ମହେଶ ସାହୁ ଓଲ୍ଲାଇ ପଳାଇଥିଲେ।ଏସଂପର୍କରେ ସାସଂଦକୁ ପଚାରିବାରୁ ସେ କହିଛନ୍ତି ରେଳ ବିଭାଗ ତ କାର୍ଯ୍ୟକ୍ରମ କରିଥିଲେ ସେ କାହିଁକି ସେମାନଙ୍କୁ କହିବାର ସୁଯୋଗ ଦେଲେ ନାହିଁ ସେ ବିଷୟରେ ସେ କହିପାରିବେ।ଯଦି ଡାକିକି ମଞ୍ଚରେ ବସାଇବାର ଥିଲା ତେବେ କାହିଁକି କହିବାର ସୁଯୋଗ ଦିଆଗଲା ନାହିଁ।ମନ୍ତ୍ରି କହିଛନ୍ତି ସଭା କାର୍ଯ୍ୟଶେଷ ହେଲା,କହି ସାରିବା ପରେ ମୁ ଆସିଥିଲି।ପୂର୍ବତନ ସାଂସଦ ରୁଦ୍ରନରାୟଣ କହିଛନ୍ତି ମଞ୍ଚକୁ ଡକାଯାଇ କାହିଁକି କହିବାର ସୁଯୋଗ ଦିଆଗଲା ନାହିଁ କହି ବିଷୋଦଗାର କରିଥିଲେ।ଏହା ବିଜେଡିର ଦୋଷ ଯୋଗୁ ଏଭଳି ଘଟଣା ଘଟିଥିଲା ବୋଲି କହିଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନର୍ଲା ବିଧାୟକ ପ୍ରାର୍ଥୀ ଭାବରେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି ହାତେଇଲେ ଟିକେଟ୍ 

masiha

ଭାରତ ଜୋଡୋ ପଦଯାତ୍ରାକୁ ନେଇ କୋକସରା କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ବ୍ରହ୍ମପୁରର ଆଶାୟୀ ବିଧାୟିକା ପ୍ରାର୍ଥୀ ସରିତା

masiha

Leave a Comment

error: Content is protected !!