ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ସିନେମା “ଅଧୁରା ପ୍ରେମ କାହାଣୀ”

  ଓଡ଼ିଆ ସିନେମା “ଅଧୁରା ପ୍ରେମ କାହାଣୀ”

ଭୁବନେଶ୍ୱର (୧୯/୦୫) : ମା ଦୁର୍ଗା ରଜତ ଜ୍ୟୋତି ପ୍ରଡକ୍ସନ ଦ୍ଵାରା ନିର୍ମିତ “ଅଧୁରା ପ୍ରେମ କାହାଣୀ” ଆସନ୍ତା ଜୁନ ମାସ ୨୩ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବାକୁ ଯାଉଛି। ପ୍ରଯୋଜକ ରଜତ ମହାପାତ୍ର ଓ ଜ୍ୟୋତି କିଶୋର ଦାଶଙ୍କ ମିଳିତ ଉଦ୍ୟମରେ ଚଳଚ୍ଚିତ୍ରଟି ସମ୍ପୁର୍ଣ୍ଣ ହୋଇଛି। ନିର୍ଦ୍ଦେଶକ ନିରଞ୍ଜନ ବାରିକ ଓ ସହ ନିର୍ଦ୍ଦେଶକ ଆଶୁତୋଷ ଦାସ (ବାବୁଦା)ଙ୍କ ପରିଶ୍ରମରେ ଚଳଚ୍ଚିତ୍ରଟି ନିହାତି ସଫଳ ହେବ ବୋଲି ପ୍ରଯୋଜକ ସଂସ୍ଥା ଆଶାବାଦୀ । ଶ୍ରେଷ୍ଠ ଅଭିନେତା, ପାଞ୍ଚ ତାରକା ଚଳଚ୍ଚିତ୍ର ଏବଂ ଓଟିଇଟି ପୁରସ୍କାର ୨୦୨୩ ପାଇଥିବା ଶୁଭାଶିଷ, ଶ୍ରେଷ୍ଠ ଅଭିନେତ୍ରୀ, ବାଣୀଚିତ୍ର ଚଳଚ୍ଚିତ୍ର ପୁରସ୍କାର ୨୦୨୩ ପାଇଥିବା ପୂନମ୍ ମିଶ୍ର ଓ ତରଙ୍ଗ ଚଳଚ୍ଚିତ୍ର ପୁରସ୍କାର ୨୦୨୩ ପାଇଥିବା ସୁର୍ୟମୟୀ ମହାପାତ୍ରଙ୍କ ଅଭିନୟ ଓଡ଼ିଆ ସିନେମା ପ୍ରେମୀ ଦେଖିବାକୁ ପାଇବେ। ରୋମାଣ୍ଟିକ୍, ଦ୍ଵନ୍ଦ ସାଙ୍ଗକୁ ମୌଳିକ କାହାଣୀ ନିର୍ମିତ ଅଧୁରା ପ୍ରେମ କାହାଣୀ ଏକ ପାରିବାରିକ ନାଟକ । ଅଶ୍ରୁମୋଚନ ମହାନ୍ତି, ଶ୍ରୀତମ ଦାସ, ଜୀବନ ପଣ୍ଡା, ପ୍ରଜ୍ଞା ଖଟୁଆ ଏବଂ ଆହୁରି ନାମୀ ଦାମୀ କଳାକାରଙ୍କୁ ଏହି ଚଳଚ୍ଚିତ୍ରରେ ଦେଖିବାକୁ ପାଇବେ। ସିନେମାର ଗୀତ ଗୁଡ଼ିକ ଓଡ଼ିଆ ସିନେମା ଜଗତର ସୁନାମଧନ୍ୟ ଗାୟକ/ଗାୟିକା ଅସୀମା ପଣ୍ଡା, ହ୍ୟୁମାନ ସାଗର, ଅର୍ପିତା ଚୌଧୁରୀ, ଆର୍. ଅଙ୍କିତା, କୁଲଦୀପ, ଅରବିନ୍ଦ ଓ ଶିଶିର କୁମାର ଦାଶ ଗାଇଛନ୍ତି। ସଙ୍ଗୀତ ନିର୍ଦେଶକ ଶ୍ରୀ ବୈଦ୍ୟନାଥ ଦାଶ ଓ କାହାଣୀ ଲେଖିଛନ୍ତି ନାମୀଦାମୀ କାହାଣୀକାର ଶ୍ରୀ ପ୍ରିୟବ୍ରତ ପଣ୍ଡା।

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ସିନେମା ଜଗତରେ ନୂଆ ଅଧ୍ୟାୟ: ମୁକ୍ତିଲାଭ କଲା ଓଡ଼ିଶାର ପ୍ରଥମ AI କ୍ଷୁଦ୍ର ଚଳଚ୍ଚିତ୍ର “ନିଃସର୍ତ୍ତ”

Sunil Chandra Nayak

ପ୍ରୟାସ ପ୍ରାୟୋଜିତ ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବର ଚତୁର୍ଥ ଦିବସ ରେ ତିମିର ତୀର୍ଥରେ ଏକ ରାତ୍ରି ମଞ୍ଚସ୍ଥ 

masiha

ମୁକ୍ତିଲାଭ କଲା ଚଳଚ୍ଚିତ୍ର ‘ଟି’- ର ପ୍ରଥମ ଗୀତ ଜଲସା, ୨୫ ମେ’ ରେ ମୁକ୍ତିଲାଭ

Leave a Comment

error: Content is protected !!