ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫ଟି ସଚିବ ପାଣ୍ଡିଆନ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସାନ୍ଦୂଲ୍ ଜଳସେଚନ ପ୍ରକଳ୍ପ ପରିଦର୍ଶନ କଲେ

ମ.ରାମପୁର,୧୯/୦୫(ମସୀହା) : ଆଜି ୫ ଟି ସଚିବ ଭି କେ ପାଣ୍ଡିଆନ କଳାହାଣ୍ଡି ଜିଲ୍ଲା ଗସ୍ତ କରିବା ଅବସରରେ ବେଲଖଣ୍ଡି ଶିବ ମନ୍ଦିରରୁ ସିଧା ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଆସି ଆମ ହସ୍ପିଟାଲ ଯୋଜନାରେ ସାମିଲ ହୋଇଥିବା ନାର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମ.ରାମପୁର ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ l ତାଙ୍କୁ ଡାକ୍ତରଖାନା କର୍ମଚାରୀ ଏବଂ ସାଧାରଣ ଜନତା ତରଫରୁ ଫୁଲଗୁଛ ଦେଇ ସ୍ବାଗତ କରାଯାଇଥିଲା l ସେ ଡାକ୍ତରଖାନା ପରିସର, ଇନ୍ ଡୋର ,ଆଉଟ୍ ଡୋର ବୁଲି ରୋଗୀଙ୍କୁ ଭେଟିବା ସହିତ ଡାକ୍ତର ଓ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ l ଆମ ହସ୍ପିଟାଲ୍ ଯୋଜନା ର ଅଗ୍ରଗତି ଉପରେ ସମୀକ୍ଷା ମଧ୍ୟ କରିଥିଲେ l ତାଙ୍କ ଆସିବା ପୂର୍ବରୁ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ବାସ୍ଥ୍ୟକେନ୍ଦ୍ରରେ ଆସି ଡାକ୍ତର ଓ କର୍ମଚାରୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ଏବଂ ସମସ୍ତ ୱାର୍ଡ଼ ବୁଲି ଦେଖିଥିଲେ l ରୋଗୀଙ୍କୁ ଭେଟି ଭଲମନ୍ଦ ବୁଝିଥିଲେ l ୫ଟି ସଚିବ ପାଣ୍ଡିଆନ ମାତ୍ର ପ୍ରାୟ ୧୨ ମିନିଟ ରେ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟକ୍ରମ ସାରି ସାଲେପାଲି ପଞ୍ଚାୟତର ଦୁଟା ନିକଟରେ ନିର୍ମାଣ ଚାଲିଥିବା ସାନ୍ଦୁଲ ଜଳ ସେଚନ ପ୍ରକଳ୍ପକୁ ପରିଦର୍ଶନରେ ଯାଇଥିଲେ l ସେଠି ମଧ୍ୟ ୧୦ ମିନିଟ ମଧ୍ୟରେ କାର୍ଯ୍ୟକ୍ରମ ସାରି ଲୋକଙ୍କ ସହିତ ସାକ୍ଷାତ ଆଲୋଚନା କରି ନର୍ଲା ଅଭିମୁଖେ ବାହାରିଥିଲେ l 

ଏହି ଅବସରରେ ୫ ଟି ସଚିବ ପାଣ୍ଡିଆନ ଓ ସ୍ଵାସ୍ଥ୍ୟ ସଚିବ ଙ୍କୁ ଜାଗରଣ ମଞ୍ଚ ସଭାପତି ଚମରା ବଗର୍ତ୍ତୀ ଓ ସମ୍ପାଦକ ବିଭୂତି ଭୂଷଣ ମାହାଖୁଡ ଙ୍କ ତରଫରୁ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଏବଂ ରୋଗ, ରୋଗୀ ସମ୍ପର୍କିତ ଏକ ଦାବି ପତ୍ର ପ୍ରଦାନ କରା ଯାଇଥିଲା l ସୂଚନା ଥାଉକି, ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ବର୍ଷ ହେଲା ଜଣେ ବି ବିଶେଷଜ୍ଞ ଡାକ୍ତର ନଥିବାରୁ ରୋଗୀ ସେବା ସମ୍ପୂର୍ଣ ଭୁଶୁଡ଼ି ପଡ଼ିଛି l ରୋଗୀ ସେବା ବଦଳେ କେବଳ ରେଫରାଲ କାମ ହଁ ଚାଲିଛି l ଏଣୁ ୪ ଜଣ ସ୍ତ୍ରୀ ରୋଗ, ଶିଶୁ ରୋଗ, ଭେଷଜ ଓ ଶଲ୍ୟ ବିଶେଷଜ୍ଞ ଡାକ୍ତର ତୁରନ୍ତ ନିଯୁକ୍ତି ଦେବା ସହିତ କୁକୁର କାମୁଡ଼ା,ସାପ କାମୁଡା, ଜଳାତଙ୍କ ଆଦି ପ୍ରତିଷେଧକ ଇଞ୍ଜେକସନ,ସାଲାଇନ୍, ଔଷଧ ଯୋଗାଇ ଦେବା ପାଇଁ ଦାବିରେ ଉଲ୍ଲେଖ ରହିଛି l 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଖୁର୍ସେଲଗୁଡା ଗ୍ରାମ୍ୟ ଜଙ୍ଗଲ ରେ ନିଆଁ,  ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ

Sunil Chandra Nayak

ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ପୁରୀ ପ୍ରବେଶ ପଥରେ ୧୦୮ ଫୁଟ ଉଚ୍ଚରେ ଉଡିଲା ଜାତୀୟ ପତାକା

Sunil Chandra Nayak

ଧାନ କିଣା ପାଇଁ ପଞ୍ଜୀକରଣ ଅବଧି ବୃଦ୍ଧି ପାଇଁ କୃଷକ ସଭାର ଦାବୀ 

Sunil Chandra Nayak

Leave a Comment

error: Content is protected !!