ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ମାନଙ୍କ୍ ବିକାଶ ହିଁ ଅଞ୍ଚଳ ର ବିକାଶ  ସମ୍ଭବ – ୫ଟି ସଚିବ ଙ୍କ ଜୁନାଗଡ ଗ୍ରସ୍ତ 

ଜୁନାଗଡ଼,୧୯/୫(ମ ନି ସ) ୫ଟି ସଚିବ କଲାହାଣ୍ଡି ଗସ୍ତ ନେଇ ଚଳ ଚଞ୍ଚଳ ହୋଇ ଉଠି ଥିବା ବେଳେ ସ୍ତାନୀୟ ଲଙ୍କେଶ୍ଵରୀ ମନ୍ଦିର ପାରିପାର୍ଶ୍ବିକ ଉନ୍ନତି କରଣ ପାଇଁ ଅଢେଇ କୋଟି ଟଙ୍କା ଅନୁମୋଦନ କରିଛନ୍ତି l ସେହି ପରି ସ୍ତାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ପରିଦର୍ଶନ କରି ଏହାର ଉନ୍ନତି କରଣ ପାଇଁ ସ୍ଵତନ୍ତ୍ର ଭାବେ ଅନୁଧ୍ଯାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ l ୫ ଟି ସଚିବ ଭି କେ ପାଣ୍ଡିଆନ୍ ତାଙ୍କର କଳାହାଣ୍ଡି ଗ୍ରସ୍ତ ସିଡୁଲ ପ୍ରୋଗ୍ରାମ ମଧ୍ୟରେ ଜୁନାଗଡ ଲଙ୍କେଶ୍ଵରୀ ମନ୍ଦିର ପରିଦର୍ଶନ ଏବ୍ଂ ସ୍ତାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ପରିଦର୍ଶନ ରହିଥିଲା l ୫ଟି ସଚିବ ଙ୍କ ପରିଦର୍ଶନ ଏହି ନିର୍ଦ୍ଧାରିତ ସମୟ କୁ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା l ସଚିବ ଙ୍କ ଗ୍ରସ୍ତ ପାଇଁ ପ୍ରଶାସନିକ ସ୍ତର ରେ ବ୍ୟାପକ ପ୍ରସ୍ତୁତି ସହ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଥିଲା l ସଚିବ ଙ୍କ ଗ୍ରସ୍ତ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା l ତାଙ୍କୁ ସ୍ୱାଗତ୍ କରିବା ପାଇଁ ସ୍ତାନୀୟ ଲୋକ ବାଦ୍ୟ ଘୁମୁରା ଏବ୍ଂ ବଜା ସାଲ ଦ୍ଵାରା ଭବ୍ୟ ସ୍ୱାଗତ୍ କରାଯାଇଥିଲା l ୫ଟି ସଚିବ ଲଙ୍କେଶ୍ଵରୀ ମନ୍ଦିର ଠରେ ପହଂଚି ମନ୍ଦିର  ରେ ପୂଜା ଚରଣା କରିବା ସହ ଏହି ଏୈତିହାସିକ ମନ୍ଦିର ର ଉନ୍ନତି କରଣ ପାଇଁ ଅଢେଇ କୋଟି ଟଙ୍କା ଅନୁମୋଦନ କରି ଏହାର ଡାଇଗ୍ରାମ ଦେଖିଥିଲେ l ଏହା ପରେ ସେଠାରୁ ହାଇ ସ୍କୁଲ ଖେଳ ପଡିଆ ଠାରେ ଯାଇ ସେଠାରେ ଲୋକଙ୍କ ସହିତ ଆଲୋଚନା କରି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପାଇଁ ପ୍ରତିଶୃତି ଦେଇ ଥିଲେ l ଏଥି ସହତି ବିଭିନ୍ନ ସଙ୍ଘଗଠନ ତରଫରୁ ଦିଆ ଯାଇଥିବା ଦାବି ପତ୍ର କୁ ଗ୍ରହଣ କରିଥିଲେ l ଏହା ପରେ ସ୍ତାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ପରିଦର୍ଶନ କରି ଚାଲି ଥିବା ଉନ୍ନତି କରଣ ଅନୁଧ୍ୟାନ କରି ଥିଲେ l ଏବ୍ଂ ପୁଅ ଝିଅ କ୍ରୀଡା ବିତ ମାନଙ୍କୁ ଭେଟି ଉତ୍ସାହିତ କରିଥିଲେ l ଏଥି ସହ ଏହାର ଉନ୍ନତି କରଣ ପାଇଁ ଆବଶ୍ୟକ ଫଣ୍ଡ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କରି ବ୍ୟବସ୍ତା କରିବା ପ୍ରତିଶୃତି ଦେଇଥିଲେ l ସଚିବ ଙ୍କ କାର୍ଯ୍ୟକ୍ରମ ରେ ସ୍ପୋର୍ଟ୍ସ ସଚିବ ଭିନିଲ କ୍ରିଷ୍ଣା ଓ କଳାହାଣ୍ଡି ଜିଲ୍ଲା ପାଲ୍ ପି ଅନ୍ଵେଷl ରେଡୀ ଉପସ୍ଥିତ ରହିଥିଲେ l ୫ଟି ସଚିବ ଙ୍କ ସହିତ ଏହି ସବୁ କାର୍ଯ୍ୟକ୍ରମ ରେ ବିଭିନ୍ନ ଅଞ୍ଚଲ ରୁ ପ୍ରାୟ ଦଶ ହଜାର ଜନସାଧାରଣ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ ଉପସ୍ଥିତ ରହିଥିଲେ l ଏପରିକି ବେରିକେଡ଼ ମଧ୍ୟରୁ ଲୋକଙ୍କ ସହ ସଚିବ ହାତ ମିଳେଇ ନିଜର ଆନ୍ତରିକତା ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ପାଇଁ ଜୁନାଗଡ ବିଧାୟକ୍ ଦିବ୍ୟ ଶଙ୍କର ମିଶ୍ର ଓ ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ୍ ପ୍ରଣବ ପ୍ରକାଶ ଦାସ ସଫଳ କରିବା ପାଇଁ ପୂର୍ବରୁ ଅନୁଧ୍ୟାନ କରିଥିଲେ l ସେହି ପରି ଉପଜିଲ୍ଲାପାଳ ବେଦ ଭୁସନ୍, ଉପଖଣ୍ଡ ପୋଲିସ୍ ଅଧିକାରୀ ଧିରଜ କୁମାର ଚୋପଦାର ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ଵମ୍ବର ମିଶ୍ର, ଏନ୍ ଏ ସି ଅଧକ୍ଷ ମୁକେଶ ଅଗ୍ରୱାଲ, ଏନ୍ ଏ ସି ଉପାଧକ୍ଷl ହିଁମାଦ୍ରୀ ନାଏକ୍ ପ୍ରମୂଖ ଉପସ୍ଥିତ ରହିଥିଲେ l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ପୌରପାଳିକା ତରଫରୁ ୬୬ ତମ ସ୍ୱାୟତ୍ତ ଦିବସ ପାଳିତ 

Sunil Chandra Nayak

ଛିଲିପା ଗ୍ରାମ ଠାରେ ଆଖଣ୍ଡଳମଣି ମନ୍ଦିର ରତ୍ନ ମୁଦ କାର୍ଯ୍ୟ ସମ୍ପନ୍ନ

Sunil Chandra Nayak

ଚିତ୍ରକଳା କର୍ମଶାଳା ଉଦଯାପିତ 

masiha

Leave a Comment

error: Content is protected !!