ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଟ୍ରାକ୍ଟର ରୁ ବ୍ୟାଟିରି ଚୋରି କରି, 2ଗିରଫ 

ପାପଡାହାଣ୍ଡି ,19/5, ମନିସ :- ନବରଙ୍ଗପୁର ଜିଲ୍ଲା ମୈଦଲପୁର ପୋଲିସ ଟ୍ରାକ୍ଟର ରୁ ବ୍ୟାଟେରି ଚୋରି କରିଥିବା ଦୁଇ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ସେମାନେ ହେଲେ ପାପଡାହାଣ୍ଡି ଥାନା ଝାଡ଼କୁସୁମି ଗ୍ରାମର ସୁଦର୍ଶନ ହରିଜନ ର ପୁଅ ମୁକେଶ ହରିଜନ ଓ ଯୁଗଳ ଗୌଡ଼ର ପୁଅ ସୁରେଶ ଗୌଡ଼ l ସୂଚନା ଅନୁସାରେ, ଗତ ମେ ମାସ 12ତାରିଖ ବିଳମ୍ବିତ ରାତିରେ ନୀଳାଦ୍ରିଗୁଡା ଠାରେ ବାସ କରୁଥିବା ଆରତୀ ନାୟକ ଙ୍କ ଫାର୍ମ ହାଉସ ଭିତରେ ଥିବା ଟ୍ରାକ୍ଟର (OD 24G 8016) ରୁ ବ୍ୟାଟିରି ଚୋରି ହୋଇଥିବା ନେଇ 13ତାରିଖ ଦିନ ଆରତୀ ମୈଦଲପୁର ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ କୁ ଭିତ୍ତି କରି ମୈଦଲପୁର ପୋଲିସ ଝାଡ଼କୁସୁମି ଗ୍ରାମର ସୁରେଶ ଓ ମୁକେଶ କୁ ଗିରଫ କରିବା ସହ ବ୍ୟାଟେରି କୁ ଉଦ୍ଧାର କରିଥିଲେ l ଏ ନେଇ ମୈଦଲପୁର ଥାନାରେ କେଶ ନଂ 69/23ରେ ମାମଲା ରଜୁ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ନଟବର ନନ୍ଦ ସୂଚନା ଦେଇଛନ୍ତି ।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭିଜିଲାସନ୍ସ ଜାଲ ରେ ଜଳ ବିଭାଜିକା କର୍ମୀ

masiha

ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ର ମୃତ୍ୟୁ , ହତ୍ୟା କଲା ପରେ ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରି ସ୍ୱାମୀ

Sunil Chandra Nayak

ବାଲିଗୁଡ଼ାରେ ୩ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ କାରୀ ଗିରଫ : ଗଞ୍ଜେଇ ସହ ଟୟୋଟା କାର ଜବତ 

Leave a Comment

error: Content is protected !!