ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ହତ୍ୟା ଉଦ୍ୟମ ମାମଲାରୁ ଆସାମୀ ନିର୍ଦୋଷରେ ଖଲାସ     

କାମାକ୍ଷାନଗର(ମନିସ ) 20/ 5/23_ ଭୁବନ ଅଂଚଳ ର ବହୁଚର୍ଚିତ ” ବାଳୁଙ୍ଗା ଟୋକା “ହତ୍ୟା ଉଦ୍ୟମ ମାମଲାରୁ ଆସାମୀ ମାନଙ୍କୁ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ ଶ୍ରୀମତୀ ମଧୁମିତା ମହାନ୍ତି ନିର୍ଦୋଷରେ ଖଲାସ କରିଛନ୍ତି. ଘଟଣା ରୁ ପ୍ରକାଶ ଯେ ଅଭିଯୋଗକାରୀ ଶ୍ରୀ ପ୍ରତାପ କୁମାର ସାହୁ 10/10/2011 ତାରିଖ ଦିନ ଭୁବନ ଥାନା ରେ ଲିଖିତ ଏତେଲା ଦେଇଥିଲେ ଯେ ଗତ 9 /10/2011ତାରିଖ ଦିନ ସନ୍ଧ୍ୟା ବେଳେ ତାଙ୍କ ପୁତୁରା ଓ ଝିଆରୀ ମନେ ସିନେମା ଦେଖିବାକୁ ଯାଇଥିଲେ, କିଛି ଅସାମାଜିକ ଯୁବକ ତାଙ୍କ ପୁତୁରା ଓ ଝିଆରୀ ମାନଙ୍କୁ ଆକ୍ରମଣ କରୁଥିବାର ଖବର ପାଇଁ ସେ ତାଙ୍କ ସାନ ଭାଇ ଅକ୍ଷୟ ସାହୁ ଓ ପ୍ରଶାନ୍ତ ସାହୁ ସେଠାରେ ପହଂଚିବା ବେଳେ ଆସାମୀ ମାନସ ପୋଥାଳ, ଲିପୁନ ଚିନରା, ଜୟକୃଷ୍ଣ ସାହୁ, କାର୍ତିକ ପୋଥାଳ, ନେମାର ନାୟକ ଓ ସୁଶାନ୍ତ ନାୟକ ସେମାନଙ୍କୁ ବିଭିନ୍ନ ମାରଣା ଅସ୍ତ୍ର ରେ ପ୍ରାଣତାଙ୍କ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିଲେ ଏହି ଏତେଲା କୁ ଭିତ୍ତି କରି ଭୁବନ ଥାନା ପୋଲିସ ଭୁବନ ଥାନା କେଶ ନମ୍ବର 99/2011ଭାରତୀୟ ପିଙ୍ଗଳ କୋଡ଼ ଦଫା ଯଥା 147, 148,294,307,323,379,506 ଓ 149 ରେ ରୁଜୁ କରି ଆସାମୀ ମାନଙ୍କୁ ଗିରଫ କରି ଥିଲେ ଓ ପରେ ଆସାମୀ ମାନେ ଜାମିନ ରେ ଯାଇଥିଲେ, ପରେ ଏହା GR କେଶ ନମ୍ବର 99/2011 ଏବଂ ସିଟି ଏସ ଏସ 100/2012 ରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ କଂ ଅଦାଲତ ରେ ବିଚାର ହୋଇ ମାନ୍ୟବର ଅଦାଲତ ୨୨ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଆସାମୀ ମାନସ ପୋଥାଳ, ଲିପୁନ ଚିନାରା, ଜୟକୃଷ୍ଣ ସାହୁ, କାର୍ତିକ ପୋଥାଳ, ନେମାର ନାୟକ ଓ ସୁଶାନ୍ତ ନାୟକଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି. ଆସାମୀମାନଙ୍କ ତରଫରୁ ଆଇନଜିଵୀ ସର୍ବଜିତ ଜୀ ମାମଲା ପରିଚାଳନା କରୁଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଆସିକା ସହରରୁ ଲକ୍ଷ୍ୟାଧିକ ଟଙ୍କାର ବାଣ ଜବତ

Sunil Chandra Nayak

ଚୋରା ଦେଶୀ ବନ୍ଧୁକ ଜବତ ଜଣେ ଗିରଫ 

ଅବକାରୀ ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ , ବିପୁଳ ପରିମାଣର ଦେଶୀ ମଦ ସହ ଜଣେ ଗିରଫ

masiha

Leave a Comment

error: Content is protected !!